୬୦ ବର୍ଷରେ ଦୂରଦର୍ଶନ: ଟ୍ଵିଟର୍‌ରେ ଦେଖିବାକୁ ମିଳିଲା ଅନେକଙ୍କ ପିଲାଦିନକୁ ରଂଗୀନ କରିଥିବା ‘ଶକ୍ତିମାନ’, ‘ବିକ୍ରମ ବେତାଳ’ ପରି ଧାରାବାହିକର କ୍ଷୁଦ୍ର ଭିଡିଓ

Advertisment
୬୦ ବର୍ଷରେ ଦୂରଦର୍ଶନ: ଟ୍ଵିଟର୍‌ରେ ଦେଖିବାକୁ ମିଳିଲା ଅନେକଙ୍କ ପିଲାଦିନକୁ ରଂଗୀନ କରିଥିବା ‘ଶକ୍ତିମାନ’, ‘ବିକ୍ରମ ବେତାଳ’ ପରି ଧାରାବାହିକର କ୍ଷୁଦ୍ର ଭିଡିଓ

Latestly.com

ନୂଆଦିଲ୍ଲୀ: ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଭାରତକୁ ପ୍ରଥମ କରି ଟେଲିଭିଜନର ମଜ୍ଜା ଚଖାଇଥିବା ଦୂରଦର୍ଶନ ୬୦ ବର୍ଷରେ ପହଞ୍ଚିଛି। ୬୦ ବର୍ଷର ସଫଳତାକୁ ବ୍ୟକ୍ତ କରିବାକୁ ଯାଇ ଦେଶର ପ୍ରଥମ ଚ୍ୟାନେଲ୍‌ ଦୂରଦର୍ଶନ ଟ୍ଵିଟର୍‌ରେ ଅନେକ ଭିିଡିଓ ସେୟାର୍‌ କରିଛି। ମନୋରଞ୍ଜନର ସବୁଠାରୁ ବଡ଼ ମାଧ୍ୟମ ଦୂରଦର୍ଶନରେ ସେ ସମୟରେ ପ୍ରସାରିତ ହଉଥିବା ଅନେକ କାର୍ଯ୍ୟକ୍ରମର ଭିଡିଓ ଟ୍ଵିଟର୍‌ରେ ଦେଖିବାକୁ ମିଳିଛି।

କ୍ରିକେଟ୍‌ ମ୍ୟାଚ୍‌, ବହୁ ପରିଚିତ ଧାରାବାହିକ ‘ହମ୍‌ ଲୋଗ’, ‘ବିକ୍ରମ ବେତାଳ’, ‘ଚନ୍ଦ୍ରକାନ୍ତା’, ‘ଶକ୍ତିମାନ’ ଆଦିର କ୍ଷୁଦ୍ର ଭିଡିଓ ପ୍ରକାଶ କରିଛି ଦୂରଦର୍ଶନ।

୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଦୂରଦର୍ଶନ କାର୍ଯ୍ୟ ଆରମ୍ଭ ହୋଇ ଯାଇଥିଲେ ବି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା ୧୯୬୫ ମସିହାରେ।


ଦୂରଦର୍ଶନ ୬୦ ତମ ଜନ୍ମଦିବସରେ ଓଡ଼ିଶାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କର ବାଲୁକା ଶିଳ୍ପ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କୁ ଧନ୍ୟବାଦ୍‌ ଅର୍ପଣ କରିଛନ୍ତି ଦୂରଦର୍ଶନ ଓ ପ୍ରସାରଭାରତୀର ସାଧାରଣ ନିର୍ଦ୍ଦେଶିକା ଆଇଏଏସ୍‌ ସୁପ୍ରିୟା ସାହୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe