ସିଦ୍ଧୁ ମୁସେୱାଲାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ସିଦ୍ଧୁ ମୁସେୱାଲାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଚଣ୍ଡୀଗଡ଼: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯିବାର ଏକ ସପ୍ତାହ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପରିବାରକୁ ଭେଟିବାକୁ ଯାଇ ମନ୍‌ସାରେ ଥିବା ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ସେ ସକାଳେ ଚଣ୍ଡିଗଡ଼ ବିମାନବନ୍ଦରରେ ପହଞ୍ଚିବା ପରେ କାର୍‌ ଯୋଗେ ମୁସେୱାଲାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇ ତାଙ୍କ ବାସଭବନରେ ପହଞ୍ଚି ସେମାନଙ୍କୁ ସମବେଦନା ଜଣାଇଛନ୍ତି।

publive-image ସାଂକେତିକ ଫଟୋ

ମୁସେୱାଲା ମଧ୍ୟ ଜଣେ କଂଗ୍ରେସ ନେତା ଥିଲେ ଏବଂ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ମାନସା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଏଥିରେ ୬୭,୦୦୦ ଭୋଟରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ବିଜୟ ସାଙ୍ଗଲାଙ୍କଠାରୁ ତାଙ୍କୁ ହାରିବାକୁ ପଡିଥିଲା।

ରାହୁଲଙ୍କ ପୂର୍ବରୁ ଗତକକାଲି ବରିଷ୍ଠ ନେତା ସଚିନ ପାଇଲଟ ମଧ୍ୟ ସିଦ୍ଧୁ ମୁସେୱାଲାଙ୍କ ଗାଁରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଭେଟିଥିଲେ। କେବଳ ସଚିନ ପାଇଲଟ ନୁହନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମୁସେୱାଲାଙ୍କ ପରିବାକୁ ଭେଟି ସାରିଛନ୍ତି। ଭଗୱନ୍ତ ମାନ୍ ୪୨୪ ଜଣ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ସିଦ୍ଧୁଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ଘଟଣା ପରେ ପୁଣି ଥରେ ୪୨୪ ଜଣ ଭିଆଇପିଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଥିଲେ ମାନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe