Grabbed from Video
ନୂଆଦିଲ୍ଲୀ: ମଲା ପରି ପଡ଼ିରହି ମହାରାଷ୍ଟ୍ରର ଭନ୍ଦରା ଜିଲ୍ଲାରେ ଜଣେ ବ୍ୟକ୍ତି ଗୋଟାଏ ଆକ୍ରମଣକାରୀ ବାଘ କବଳରୁ ରକ୍ଷା ପାଇଯାଇଛନ୍ତି।
ଏହି ଦୃଶ୍ୟର ଭିଡିଓ ଏବେ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏଥିରେ ଦେଖାଯାଉଛି: କେତେକ ଲୋକ ଗୋଟାଏ ବାଘକୁ ଘେରି ଗୋଡ଼ାଉଛନ୍ତି। ହଠାତ୍ ସେ ବାଘଟି ଗଛବୃଚ୍ଛ ଆଢୁଆଳରୁ ବାହାରି ଆସି ଗୋଟାଏ ଲୋକକୁ ଗୋଡ଼ାଉଛି। ସେ ଲୋକ ତଳେ ପଡ଼ିଯାଉଛନ୍ତି ଏବଂ ବାଘଟି ତାଙ୍କ ପାଖରେ ବସିରହୁଛି।
ବାସ୍ତବ କଥା ହେଲା ଉପସ୍ଥିତ ବୁଦ୍ଧି ଖଟାଇ ସେ ଲୋକ ବାଘ କବଳରୁ ବର୍ତ୍ତିବାକୁ ମଲା ପରି ପଡ଼ିରହିଲେ। ତାଙ୍କର ଏହି କୌଶଳ ସମ୍ଭବତଃ ସଫଳ ହେଲା। କାରଣ ବାଘ ଆଉ ତାଙ୍କୁ ଆକ୍ରମଣ କଲାନାହିଁ। ଏତିକି ବେଳେ ଅନ୍ୟ ଲୋକମାନେ ଧାଇଁ ଆସି ଗୋଡ଼ାଗୋଡ଼ି କରିବାରୁ ବାଘଟି ସେ ଲୋକକୁ ଛାଡ଼ି ପଳାଇଲା।
Follow Us