କରୋନାକୁ ଆଳ କଲା ଛତିଶଗଡ଼, ଜଳବିବାଦ ଟ୍ରିବ୍ୟୁନାଲର ଶୁଣାଣି ସ୍ଥଗିତ

Advertisment
ତଥ୍ୟ ଲୁଚାଉଛି ଛତିଶଗଡ଼! ବ୍ୟାରେଜ୍‌, ଡ୍ୟାମ୍‌ ସଂଖ୍ୟାରେ ତାଳମେଳ ନାହିଁ

NewsClick

ନୂଆଦିଲ୍ଲୀ : ଆସନ୍ତାକାଲି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଶୁଣାଣିକୁ ସ୍ଥଗିତ କରି ଦିଆଯାଇଛି। ଓଡ଼ିଶାର ସହମତି ନେଇ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲଙ୍କୁ ଜଣାଇଥିଲେ ଯେ ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଯୋଗୁଁ ଏପ୍ରିଲ ୯ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ରାୟପୁର ସମେତ ୬ଟି ଜିଲ୍ଲାକୁ କନ୍‌ଟେନମେଣ୍ଟ୍‌ ଜୋନ୍‌ ରୂପେ ଘୋଷଣା କରାଯାଇଛି। ଯେଉଁଥିପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଏହାକୁ ବିଚାରକୁ ନେଇ ଟ୍ରିବ୍ୟୁନାଲ ଆସନ୍ତାକାଲିର ଶୁଣାଣିକୁ ସ୍ଥଗିତ ରଖି ପରବର୍ତ୍ତୀ ଶୁଣାଣି ମେ’ ୮ରେ ହେବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି।

ଟ୍ରିବ୍ୟୁନାଲଙ୍କୁ ପତ୍ର ଲେଖି ଛତିଶଗଡ ଆହୁରି କହିଛି ଯେ ଅଣ ମୌସୁମୀ ଋତୁରେ ମହାନଦୀର ଜଳ ପ୍ରବାହକୁ ସୁନିଶ୍ଚିତ କରିବା ପାଇଁ ଟ୍ରିବ୍ୟୁନାଲଙ୍କ ନିର୍ଦେଶ ଅନୁସାରେ ଓଡିଶା ସହିତ ବିଚାର ଆଲୋଚନା ଜାରି ରହିଛି। ତେବେ ଅନ୍ତରୀଣ ବ୍ୟବସ୍ଥା ପାଇଁ ସହମତିର ସମସ୍ତ ସମ୍ଭାବନାକୁ ବିଚାର କରାଯିବା ପାଇଁ ଆହୁରି କିଛି ଅଧିକ ସମୟ ଲାଗିବ। ଏଥିସହିତ ଓଡିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣିକୁ ଅଧିକ ସମୟ ଘୁଞ୍ଚାଇ ଦେବା ପାଇଁ ମଧ୍ୟ ଛତିଶଗଡ଼ ଅନୁରୋଧ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe