ହସ୍ପିଟାଲରେ ପାଣି, ଆଇସିୟୁରେ ମାଛ

ହସ୍ପିଟାଲରେ ପାଣି, ଆଇସିୟୁରେ ମାଛ

ପାଟନା: ବିହାରରେ ପ୍ରବଳ ବର୍ଷା ଲାଗିରହିବା କାରଣରୁ ଆଜି ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଯାଇଛି। ବର୍ଷାଜଳ ଘର ଓ ବ୍ୟବସାୟିକ ଅନୁଷ୍ଠାନ ମଧ୍ୟରେ ପ୍ରବେଶ କରିବା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ତେବେ ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ବର୍ଷାଜଳ ପ୍ରବେଶ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମେଡିକାଲ୍‌ ମଧ୍ୟରେ ପ୍ରବଳ ବର୍ଷା ଜଳ ପଶିବା ଯୋଗୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମଇଳା ନର୍ଦମା ଜଳରେ ପଶି ରୋଗୀ ଚିକିତ୍ସା କରିବା ଡାକ୍ତରମାନଙ୍କ ପକ୍ଷେ ମୁସ୍କିଲ ବ୍ୟାପାର ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ହସ୍ପିଟାଲ୍‌ ଆଇସିୟୁ ମଧ୍ୟରେ ବର୍ଷା ଜଳ ପ୍ରବେଶ କରିବା ସହିତ ସେଠାରେ ମାଛ ପହଁରୁଥିବା ଜଣାପଡ଼ିଛି। ରାଜ୍ୟର ଏହି ଦ୍ୱିତୀୟ ବୃହତ୍‌ ହସ୍ପିଟାଲ୍‌ ରାଜଧାନୀ ପାଟନାର ୧୦୦ ଏକର ପରିମିତ ସ୍ଥାନରେ ଗଢ଼ିଉଠିଛି। ଏଠାରେ ପ୍ରାୟ ୭୫୦ ଶଯ୍ୟା ରହିଛି। ସରକାରୀ ଡାକ୍ତରଖାନା ହୋଇଥିବାରୁ ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶହ ଶହ ରୋଗୀ ଦୈନନ୍ଦିନ ଆସିଥାନ୍ତି। କିନ୍ତୁ କିଛିଦିନ ହେବ ବର୍ଷା ବିତ୍ପାତ ଯୋଗୁ ହସ୍ପିଟାଲ୍‌ ପରିସରରେ ପ୍ରବଳ ମାତ୍ରାରେ ବର୍ଷାଜଳ ପ୍ରବେଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe