ଭାରତର ଏହି ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ୱାଟର ଟ୍ୟାକ୍ସି

ଭାରତର ଏହି ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ୱାଟର ଟ୍ୟାକ୍ସି

Photo-The logical Indian

ତିରୁବନନ୍ତପୁରମ: ପର୍ଯ୍ୟଟନକୁ ନୂଆ ଦିଗ ଓ ପର୍ଯ୍ୟଟକଙ୍କୁ ନୂଆ ଅନୁଭବ ଦେବାକୁ କେରଳରେ ଦେଶର ପ୍ରଥମ ୱାଟର ଟ୍ୟାକ୍ସି ଆରମ୍ଭ ହେବାକୁ ଯାଉଛି | ଆସନ୍ତା ଅକ୍ଟୋବର ମାସରେ ଏହି ସେବା ଆରମ୍ଭ ହେବାକୁ ଯାଉଥିବାବେଳେ ରାଜ୍ୟ ଜଳ ପରିବହନ ବିଭାଗ ୱାଟର ଟ୍ୟାକ୍ସି ଚଳାଇବ | ତେବେ କେରଳର ପର୍ଯ୍ୟଟନ ମାନଚିତ୍ରର ଏକ ପ୍ରମୁଖ ଅଞ୍ଚଳ ଆଲାପୁଜାରୁ ପ୍ରଥମ ପରୀକ୍ଷାମୂଳକ ସେବା ଆରମ୍ଭ କରାଯିବ | ୧୦ଟି ସିଟ୍ ବିଶିଷ୍ଟ ୱାଟର ଟ୍ୟାକ୍ସି ଚଳାଚଳ କରିବ । ଗତ ବର୍ଷ ରାଜ୍ୟ ଜଳ ପରିବହନ ବିଭାଗ ଚାରୋଟି ଡଙ୍ଗା ଚଳାଚଳ କରିବାକୁ ଅନୁମତି ଦେଇଥିଲେ | ଯାହା ସାଧାରଣ ଲୋକଙ୍କ ପାଇଁ ଟ୍ୟାକ୍ସି ଭାବରେ ବ୍ୟବହାର ହୋଇପାରିବ |

publive-image Photo-Trip advisor

ଅଧିକାରୀଙ୍କ ଅନୁଯାୟୀ, ସେପ୍ଟେମ୍ବର ୨୮ ରେ ସରକାରୀ ଉଦଘାଟନ କରିବାକୁ ଯୋଜନା କରାଯାଇଥିବାବେଳେ ଆସନ୍ତା ମାସରୁ ଏହା ନିୟମିତ ଚଳାଚଳ କରିବ । ରାସ୍ତାରେ ଚାଲୁଥିବା ଅନ୍ୟ ଟ୍ୟାକ୍ସି ପରି ଯାତ୍ରୀମାନେ ଏକ ନିର୍ଦ୍ଦିଷ୍ଟ ନମ୍ବରରେ 'ୱାଟର ଟ୍ୟାକ୍ସି' କୁ କଲ କରିପାରିବେ | ଏହା ପରେ ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ଏହି ଟ୍ୟାକ୍ସି ପହଂଚାଇଦେବ |

ୱାଟର ଟ୍ୟାକ୍ସିର ଶୁଳ୍କ ଘଣ୍ଟା ପ୍ରତି ରହିବ ଏବଂ ଟ୍ୟାକ୍ସି ଏକ ସମୟରେ ୧୦ ଜଣ ଯାତ୍ରୀଙ୍କୁ ନେଇପାରିବ | ଏହି ୱାଟର ଟ୍ୟାକ୍ସିର ସର୍ବାଧିକ ବେଗ ୧୫ ନଟିକାଲ୍ ମାଇଲ୍ କିମ୍ବା ଘଣ୍ଟା ପ୍ରତି ୩୫ କିଲୋମିଟର ଥିବାବେଳେ ଯାତ୍ରୀଙ୍କୁ ସାହାଯ୍ୟ କରିବାକୁ ପ୍ରତ୍ୟେକ ଡଙ୍ଗାରେ ତିନିଜଣ କର୍ମଚାରୀ ମଧ୍ୟ ରହିବେ। ଏଠାରେ ସୂଚନା ଥାଉ କି କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe