ମୁମ୍ବାଇ: ମୁମ୍ବାଇରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଆଜି ସକାଳେ ଅତି ପ୍ରବଳ ବର୍ଷା ହୋଇ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିବା ଜଣାପଡ଼ିଛି।
କୁର୍ଲ୍ଲା ଓ ସାଇଅନ୍ ଷ୍ଟେସନ୍ ମଧ୍ୟରେ ଥିବା ରେଳପଥ ପାଣିରେ ବୁଡ଼ିଯାଇଥିବାରୁ କୁର୍ଲା ଏବଂ ‘ସିଏସ୍ଏମ୍ଟି’ ମଧ୍ୟରେ ମୁମ୍ବାଇ ଲୋକାଲ୍ ଟ୍ରେନ୍ ସର୍ଭିସ୍ ବନ୍ଦ ହୋଇଯାଇଛି। ଅପ୍ରୀତିକର ଘଟଣା ଏଡ଼ାଇବା ଲାଗି ସତର୍କତାମୂଳକ ପଦକ୍ଷେପସ୍ବରୂପ ଆଜି ପୂର୍ବାହ୍ନ ୯.୫୦ରୁ ରେଳ ଚଳାଚଳ ବନ୍ଦ କରାଯାଇଛି। ପାଣି କମି ଗଲେ ପୁଣି ରେଳ ଚଳାଚଳ କରିବ ବୋଲି କେନ୍ଦ୍ରୀୟ ରେଳବାଇର ‘ସିପିଆର୍ଓ’ କହିଛନ୍ତି।
ମୁମ୍ବାଇ ନଗର ଓ ଉପନଗରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସାମାନ୍ୟ ବର୍ଷା କିଂବା ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଏହାଛଡ଼ା ନିକାଞ୍ଚନ ସ୍ଥାନମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଥିଲା।
Image Courtesy of NDTVମୁମ୍ବାଇ ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ଧରାବି, ଗୋବନ୍ଦି, ହିନ୍ଦମାତା, ସାଇଅନ୍ ଜଙ୍କ୍ସନ୍ ଏବଂ ବେହରମବୌଗ୍ ଜଙ୍କ୍ସନ୍ରେ ପାଣି ଜମିଛି। ଏହାଛଡ଼ା, ମଧ୍ୟମ ଧରଣର ବର୍ଷା ସତ୍ତ୍ବେ ଗାନ୍ଧୀ ମାର୍କେଟ ଅଞ୍ଚଳରେ ପାଣି ଜମିଥିବା କଥା କେତେକ ଟୁଇଟର୍ ବ୍ୟବହାରକାରୀ ରିପୋର୍ଟ କରିଥିଲେ।
Image Courtesy of India Todayଗତକାଲି ଭାରତୀୟ ପାଣିପାଗ ବିଭାଗ କହିଥିଲା, ଆଜି (୯ ଜୁନ୍) ମୁମ୍ବାଇ ସମେତ ମହାରାଷ୍ଟ୍ରର ଆହୁରି ଅଧିକ ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇ ଆଗାମୀ ୨ ଦିନରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଅଧିକ ଅଞ୍ଚଳ, ଓଡ଼ିଶାର କେତେକ ଅଞ୍ଚଳ ଏବଂ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହେବ।
ଏ ସପ୍ତାହନ୍ତ ପର୍ଯ୍ୟନ୍ତ ପ୍ରବଳ ବୃଷ୍ଟିପାତ ଆଶଙ୍କା କରି ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇରେ ‘ୟେଲୋ ୱାର୍ଣ୍ଣିଙ୍ଗ୍’ ଜାରି କରିସାରିଛି।
Follow Us