ଡାକ୍ତରଖାନା ଆଇସିୟୁ ଭିତରର ଅଭାବନୀୟ ଘଟଣା, ରୋଗୀଙ୍କ ବେଡ ତଳେ ବର୍ଷା ଓ ଡ୍ରେନ ପାଣିରେ ଖେଳୁଛି ମୀନ

Advertisment
ଡାକ୍ତରଖାନା ଆଇସିୟୁ ଭିତରର ଅଭାବନୀୟ ଘଟଣା, ରୋଗୀଙ୍କ ବେଡ ତଳେ ବର୍ଷା ଓ ଡ୍ରେନ ପାଣିରେ ଖେଳୁଛି ମୀନ

ପାଟନା: ବିହାରର ତୃତୀୟ ସର୍ବବୃହତ ଡାକ୍ତରଖାନା ନାଳନ୍ଦା ମେଡ଼ିକାଲ କଲେଜରେ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଶୁକ୍ରବାରଠାରୁ ଲଗାଣ ବର୍ଷା ଜାରି ରହିଥିବାରୁ ଏହି ହସ୍ପିଟାଲର ଅଧିକାଂଶ ୱାର୍ଡ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ଅନ୍ୟପଟେ ଡ୍ରେନ୍‌ ପାଣି ସହ ବର୍ଷା ଜଳ ହସ୍ପିଟାଲ୍‌ ମଧ୍ୟକୁ ପ୍ରବେଶ କରିଥିବାରୁ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଓ ସଂକ୍ରମଣ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।

publive-image

ସୂଚନାଯୋଗ୍ୟ, ପ୍ରବଳ ବର୍ଷା ହେତୁ ବିହାର ରାଜଧାନୀ ପାଟନାର ନାଳନ୍ଦା ମେଡ଼ିକାଲ କଲେଜ୍‌ ଆଇସିୟୁ ଭିତରେ ପାଣି ଭରିଯାଇଛି । ଏହି ଚିତ୍ରରୁ ହିଁ ଆପଣ ଜାଣିପାରିବେ କିଭଳି ରୋଗୀଙ୍କ ବେଡ୍‌ ପର୍ଯ୍ୟନ୍ତ ଛୁଇଁଛି ପାଣି । ଆଉ ଏହି ପାଣି ଭିତରେ ମାଛ ଖେଳୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଗୋଟିଏ କି ଦୁଇଟି ବିଭାଗ ନୁହେଁ ଶିଶୁରୋଗ ବିଭାଗଠାରୁ ଆରମ୍ଭ କରି ଅଧିକାଂଶ ୱାର୍ଡରେ ପାଣି ଭରି ରହିଛି।

ତେବେ ହସ୍ପିଟାଲ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଅନ୍ୟପଟେ ପ୍ରଶାସନ ମୋଟର ଜରିଆରେ ହସ୍ପିଟାଲ୍‌ ଭିତରକୁ ପାଣି ବାହାର କରିବା ଜାରି ରଖିଛି। ହସ୍ପିଟାଲର ଏହିି ଅଭାବନୀୟ ଦୃଶ୍ୟ ଏବେ ଚର୍ଚ୍ଚା ସୃଷ୍ଟି କରିଛି ସୋସିଆଲ୍‌ ମିଡ଼ିଆରେ। ସେପଟେ ଏହାକୁ ନେଇ ରୋଗୀଙ୍କ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe