ୱାୟନାଡ଼ ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ପ୍ରିୟଙ୍କା

Advertisment

କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି ୱାୟନାଡ଼ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରିୟଙ୍କା ଆଜି କେରଳରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେ ଏକ ବିଶାଳ ରୋଡ୍‌ସୋ କରି ୱାୟନାଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇଥିଲେ।

priyanka

ୱାୟନାଡ଼: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି ୱାୟନାଡ଼ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରିୟଙ୍କା ଆଜି କେରଳରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେ ଏକ ବିଶାଳ ରୋଡ୍‌ସୋ କରି ୱାୟନାଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇଥିଲେ।  ପ୍ରିୟଙ୍କାଙ୍କ ସହ ତାଙ୍କ ମା’ ସୋନିଆ ଗାନ୍ଧୀ ଏବଂ ଭାଇ ରାହୁଲ ଗାନ୍ଧୀ ଥିଲେ।  ପ୍ରିୟଙ୍କା ଆସନ୍ତା ନଭେମ୍ବର ୧୩ ତାରିଖରେ ହେବାକୁ ଥିବା ୱାୟନାଡ଼ ଉପନିର୍ବାଚନ ଲଢ଼ୁଥିବା ବେଳେ ସେ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଥିବାରୁ ରାଜ୍ୟ କଂଗ୍ରେସରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି।  

ୱାୟନାଡ଼ ଉପନିର୍ବାଚନରୁ ପ୍ରିୟଙ୍କା ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି।  ଆଜି ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ପ୍ରିୟଙ୍କା ଏକ  ସଭାରେ ଯୋଗ ଦେଇ କହିଥିଲେ ଯେ ଦୀର୍ଘ ୩୫ ବର୍ଷ ଧରି ସେ ନିର୍ବାଚନ ପ୍ରଚାର କରିଛନ୍ତି। କିନ୍ତୁ ପ୍ରଥମ ଥର ସେ ନିଜ ପାଇଁ ନିର୍ବାଚନ ପ୍ରଚାରରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଅବସରରେ ସେ ସମସ୍ତଙ୍କ ସହଯୋଗ ପାଇଁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe