ପଶ୍ଚିମବଙ୍ଗ: ମୁର୍ଶିଦାବାଦରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଘର ଉପରେ ବୋମାମାଡ଼; ତିନି ଜଣ ମୃତ

Advertisment
ପଶ୍ଚିମବଙ୍ଗ: ମୁର୍ଶିଦାବାଦରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଘର ଉପରେ ବୋମାମାଡ଼; ତିନି ଜଣ ମୃତ

Image Source: India Today

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଘର ଉପରକୁ ବୋମା ଫିଙ୍ଗା ଯିବାରୁ ଅନ୍ୟୂନ ତିନି ଜଣ ଲୋକ ନିହତ ହୋଇଛନ୍ତି। ଘଟଣାଟି ଘଟିଛି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅନ୍ତର୍ଗତ ଦମକଳ ଥାନା ଅଧୀନରେ। ଘଟଣା ସମୟରେ ସେ ଅଞ୍ଚଳରେ ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଖବର ମିଳିଛି।

ନିହତ ଦୁଇ ତୃଣମୂଳ କଂଗ୍ରେସ କର୍ମୀ ହେଲେ ୧୯ ବର୍ଷିୟ ସୋହେଲ ରାଣା ଏବଂ ୫୫ ବର୍ଷିୟ ଖୈରୁଦ୍ଦିନ୍‌ ଶେଖ୍‌।

ଆକ୍ରମଣରେ ସଂଗ୍ରେସ ସମର୍ଥକମାନଙ୍କ ଭୂମିକା ଥିବା ଅଭିଯୋଗ କରି ମୃତ ଖୈରୁଦ୍ଦିନଙ୍କ ପୁଅ କହନ୍ତି, ଆମେ ଶୋଇଥିଲୁ, ହଠାତ୍‌ ଆମ ଘରେ ବୋମା ମାଡ଼ ହେଲା। ସେମାନେ ମୋ ବାପାଙ୍କୁ ଗୁଳି ମାରି ହତ୍ୟା କଲେ।

publive-image

ତାଙ୍କର ଦାଦି ଅଲ୍‌ତାଫ୍‌ ହୁସେନ୍‌ଙ୍କୁ ମଧ୍ୟ କିଛି ଦିନ ତଳେ ହତ୍ୟା କରାଯାଇଥିବା ସେ କହିଛନ୍ତି। ସଂଘର୍ଷରେ ଅନେକ ଲୋକ ଆହତ ହୋଇଥିବା ଖବର ମଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe