ସିନ୍ଧୁଜଳ ଚୁକ୍ତି ଉପରେ ମୁହଁ ଖୋଲିଲା ବିଶ୍ବବ୍ୟାଙ୍କ୍

Advertisment

୨୨ ଏପ୍ରିଲ୍ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା। ବିଶ୍ୱବ୍ୟାଙ୍କ ଏବେ ଏହି ବିଷୟରେ ପ୍ରତିକ୍ରିୟା ଦେଇଛି।

୨୨ ଏପ୍ରିଲ୍ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା। ବିଶ୍ୱବ୍ୟାଙ୍କ ଏବେ ଏହି ବିଷୟରେ ପ୍ରତିକ୍ରିୟା ଦେଇଛି।

industreaty

ନ୍ୟୁୟର୍କ : ୨୨ ଏପ୍ରିଲ୍ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା। ଏହା ପରେପାକିସ୍ତାନ ଚିନ୍ତିତ ହୋଇ ଏହା ଯୁଦ୍ଧ ପରିସ୍ଥିତି ବୋଲି କହିବା ଆରମ୍ଭ କରିଦେଇଥିଲା ଏବଂ ଏଥିପାଇଁ ବିଶ୍ୱ ବ୍ୟାଙ୍କକୁ ଆବେଦନ କରିବା ବିଷୟରେ କଥାବାର୍ତ୍ତା ଆରମ୍ଭ କରିଦେଇଥିଲା। ବିଶ୍ୱବ୍ୟାଙ୍କ ଏବେ ଏହି ବିଷୟରେ ପ୍ରତିକ୍ରିୟା ଦେଇଛି।

ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ବିଶ୍ୱ ବ୍ୟାଙ୍କର ଜଣେ ମୁଖପାତ୍ର କହିଛନ୍ତି “କେତେକ ସୀମିତ ଓ ପୂର୍ବପରିଭାଷିତ କାର୍ଯ୍ୟ ପାଇଁ ବିଶ୍ୱବ୍ୟାଙ୍କ ଏହି ଚୁକ୍ତିର ଏକ ସ୍ବାକ୍ଷରିତ ସଦସ୍ୟ ରହିଛି । କିନ୍ତୁ, ଆମେ ଚୁକ୍ତିର ସଦସ୍ୟ ଦେଶମାନଙ୍କ ଦ୍ୱାରା ନିଆଯାଇଥିବା ଚୁକ୍ତି ସହିତ ଜଡିତ ସାର୍ବଭୌମ ନିଷ୍ପତ୍ତି ଉପରେ ଆମର ମତ ପ୍ରକାଶ କରୁନାହିଁ

ବିଶ୍ବବ୍ୟାଙ୍କର ଏପରି ନିରପେକ୍ଷ ମତ ପାକିସ୍ତାନକୁ ଚିନ୍ତାରେ ପକାଇବା ସ୍ବାଭାବିକ । କାରଣ ଭାରତ ଦ୍ବାରା ସିନ୍ଧୁଜଳ ଚୁକ୍ତିକୁ ସୀମିତ ସମୟ ପାଇଁ ସ୍ଥଗିତ  ରଖିବା ପରେ ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ନ୍ୟାୟାଳୟକୁ ନେବାକୁ ଧମକ ଦେଇଥିଲା । ଏହା ସହିତ ପ୍ରସଙ୍ଗକୁ ବିଶ୍ବବ୍ୟାଙ୍କକୁ ନେବାକୁ ବି ପାକିସ୍ତାନ କହିଥିଲା । ଏବେ ବିଶ୍ବବ୍ୟାଙ୍କର ଏପରି ମତ ଭାରତକୁ ସୁବିଧାଜନକ ସ୍ଥିତିରେ ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe