କରୋନା ପାଇଁ ଜିମ୍ ବନ୍ଦ ହେବା ପରେ ରାସ୍ତାରେ ବ୍ୟାୟାମ କଲେ ଲୋକ

Advertisment
କରୋନା ପାଇଁ ଜିମ୍ ବନ୍ଦ ହେବା ପରେ ରାସ୍ତାରେ ବ୍ୟାୟାମ କଲେ ଲୋକ

timesnownews.com

ନାଗପୁର: ଭାରତରେ କରୋନାଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଥିବାରୁ ନାଗପୁର ଜିଲ୍ଲାପାଳ ବୁଧବାର ଦିନ କରୋନାଭାଇରସ୍ ସଂକ୍ରମଣକୁୁ ରୋକିବା ପାଇଁ ମଦ ଦୋକାନ, ରେସ୍ତୋରାଁଁ ଏବଂ ପାନ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ନାଗପୁର ମହାନଗର ନିଗମ ବିକାଶ ପ୍ରାଧିକରଣ (ଏନଏମଆରରଡିଏ)ର ସମସ୍ତ ପାର୍କ ଏବଂ ଉଦ୍ୟାନକୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ତେବେ ରାଜ୍ୟର ସମସ୍ତ ଜିମ୍ ବନ୍ଦ ଥିବାରୁ ଗୁରୁବାର ଦିନ ନାଗପୁରର ଅନେକ ବାସିନ୍ଦା ରାସ୍ତାରେ ବ୍ୟାୟାମ କରୁଥିବାର ଦେଖାଯାଇଥିଲା।

କୋରୋନାଭାଇରସ୍ କାରଣରୁ ରାଜ୍ୟର ସମସ୍ତ ଜିମ୍ ବନ୍ଦ ହେବା ପରେ ନାଗପୁରର ଲୋକମାନେ ବ୍ୟାୟାମ କରିବାକୁ ରାସ୍ତାରେ ଏକାଠି ହୋଇଥିଲେ। ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଲୋକଙ୍କୁ ରାସ୍ତା ଉପରେ ପୁସ୍ ଅପସ କରୁଥିବାର ଦେଖାଯାଇଥିବା ବେଳେ କିଛି ଲୋକ ରାସ୍ତାରେ ଚାଲୁଥିବା ଫଟୋ‌ରେ ଦେଖାଯାଇଛି। ଏହା ସହ କିଛି ମହିଳା ଜଙ୍ଗଲରେ ବ୍ୟାୟାମ କରୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଜଣେ ସ୍ଥାନୀୟ ବାସିନ୍ଦା ହରଦୀପ ଭାଟିଆଙ୍କ କହିବା ମୁତାବକ, ଏଭଳି କରି ଆମେ ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଉଛୁ।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe