We are free from Pakistan: Balochistan fighters Photograph: (sambad.in)
କ୍ବେଟା: ପାକିସ୍ତାନ ବିରୁଦ୍ଧରେ ବେଲୁଚିସ୍ତାନର ସ୍ୱାଧୀନତା ଲଢ଼େଇ ପୁଣି ଥରେ ତୀବ୍ର ହୋଇଛି। ଯେତେବେଳେ ବେଲୁଚ୍ ନେତା ମୀର ୟାର ବାଲୁଚ୍ ପାକିସ୍ତାନରୁ ବେଲୁଚିସ୍ତାନକୁ ସ୍ୱାଧୀନ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ "ରିପବ୍ଲିକ୍ ଅଫ୍ ବେଲୁଚିସ୍ତାନ ଘୋଷଣା" କରିଥିବା ଏବେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଏହି ଘୋଷଣା ପରେ ସେ ଭାରତ ସରକାର ଏବଂ ଜାତିସଂଘ ପକ୍ଷରୁ ଗୋଟିଏ ପରେ ଗୋଟିଏ ଅନେକ ଦାବି କରିଛନ୍ତି।
ବେଲୁଚ୍ କର୍ମୀ ଏବଂ ଲେଖକ ମୀର ୟାର ବାଲୁଚ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବେଲୁଚିସ୍ତାନର ସ୍ୱାଧୀନତା ଘୋଷଣା କରି ଲେଖିଛନ୍ତି, ଆମେ ଆମର ସ୍ୱାଧୀନତା ଦାବି କରିଛୁ। ପାକିସ୍ତାନର ଆତଙ୍କବାଦୀ ବ୍ୟବସ୍ଥା ଏବେ ପତନ ହେବାକୁ ଯାଉଛି। ଭାରତ ସରକାର ବେଲୁଚିସ୍ତାନକୁ ଦିଲ୍ଲୀରେ ଏକ ସରକାରୀ କାର୍ଯ୍ୟାଳୟ ଏବଂ ଦୂତାବାସ ଖୋଲିବାକୁ ଅନୁମତି ଦେବା ଉଚିତ୍। ସେ କହିଛନ୍ତି ଯେ, ବେଲୁଚ୍ ସ୍ୱାଧୀନତା ସଂଗ୍ରାମୀମାନେ ଡେରା ବୁଗଟିର ଗ୍ୟାସ୍ ଫିଲ୍ଡ ଉପରେ ଆକ୍ରମଣ କରିଛନ୍ତି, ଯାହା ପାକିସ୍ତାନର ପ୍ରମୁଖ ଗ୍ୟାସ୍ ଯୋଗାଣର କେନ୍ଦ୍ର।
ମୀର ୟାର ବାଲୋଚ୍ କହିଛନ୍ତି ଯେ, ଖୁବ୍ଶୀଘ୍ର ଏକ ମଧ୍ୟବର୍ତ୍ତୀକାଳୀନ ବାଲୋଚ୍ ସରକାର ଗଠନ କରାଯିବ, ଯେଉଁଥିରେ ମହିଳାମାନଙ୍କୁ ମଧ୍ୟ ପ୍ରତିନିଧିତ୍ୱ ମିଳିବ। ୟାର ବାଲୋଚ୍ ଏହା ମଧ୍ୟ କହିଛନ୍ତି, ଆଜାଦ ସରକାରଙ୍କ ସମାରୋହ ମଧ୍ୟ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ। ଆମେ ବିଶ୍ୱର ରାଷ୍ଟ୍ରମୁଖ୍ୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରୁଛୁ।
ଏକ ଭିଡିଓରେ, ବିସ୍ଫୋରଣରେ ପାକିସ୍ତାନୀ ସେନା ଗାଡ଼ି ଉଡ଼ିଯାଇଥିବା ଦେଖାଯାଇଥିଲା। ବାଲୁଚ୍ ଲିବରେସନ୍ ଆର୍ମି (ବିଏଲଏ) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଏଥିରେ ୧୪ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। 'ମୁକ୍ତ ବେଲୁଚିସ୍ତାନ ଆନ୍ଦୋଳନ'ର ଲଣ୍ଡନସ୍ଥିତ ନେତା ହିରବ୍ୟାର ମାରି ଭାରତ ନିକଟରେ ଦାବି କରିଛନ୍ତି ଯେ, ମୁମ୍ବାଇର ଜିନ୍ନା ହାଉସକୁ ବେଲୁଚିସ୍ତାନ ହାଉସରେ ପରିଣତ କରାଯାଉ।
ଅଧିକ ପଢ଼ନ୍ତୁ: କର୍ଣ୍ଣେଲ ସୋଫିଆଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇ ଅଡୁଆରେ ବିଜେପି ମନ୍ତ୍ରୀ: ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ସେ କହିଛନ୍ତି, ଯେଉଁଠାରୁ ପାକିସ୍ତାନର ପ୍ରତିଷ୍ଠାତା ଜିନ୍ନା ଭାରତ ବିଭାଜନର ଯୋଜନା କରିଥିଲେ, ସେଠାରୁ ଏବେ ବାଲୁଚ୍ ଲୋକମାନେ ସେମାନଙ୍କର ସ୍ୱାଧୀନତାର ଯୋଜନା କରିବେ। ସେ ଜାତିସଂଘ ଉପରେ ପକ୍ଷପାତିତାର ଅଭିଯୋଗ ମଧ୍ୟ ଲଗାଇଛନ୍ତି ଏବଂ କହିଛନ୍ତି ଯେ ୧୯୪୭ ମସିହାଠାରୁ ବାଲୁଚ୍ ପ୍ରସଙ୍ଗକୁ ଅଣଦେଖା କରାଯାଇଛି।
ଅଧିକ ପଢ଼ନ୍ତୁ: ଡ୍ରୋନ୍ ଆକ୍ରମଣକୁ ରୋକିବ 'ଭାର୍ଗବାସ୍ତ୍ର', ଗୋପାଳପୁରରେ ହେଲା ସଫଳ ପରୀକ୍ଷଣ
balochistan | pakistan | BLA
Follow Us