ନୂଆଦିଲ୍ଲୀ: ଏକ ମାମଲାର ବିଚାର କାଳରେ ଆଜି ସୁପ୍ରିମ୍ କୋର୍ଟର ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ବେଶ୍ ସ୍ପଷ୍ଟ ଏବଂ ଶାଣିତ ସ୍ୱରରେ ସୁପ୍ରିମ୍ କୋର୍ଟର ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ କହିଛନ୍ତି, ‘ଏପରି ଆଚରଣ ପ୍ରଦର୍ଶନ କରନାହିଁ! ତୁମମାନଙ୍କ ନିକଟରେ ଯାହା ବି କିଛି ଅଳିଆ, ଆବର୍ଜନା ରହୁଛି, ତୁମେମାନେ ସେସବୁକୁ ଆଣି ଆମ ସମ୍ମୁଖରେ ଗଦାଇ ଦେଉଛ! କିନ୍ତୁ ମନେରଖ ଆମେମାନେ ବର୍ଜ୍ୟବସ୍ତୁ ସଂଗ୍ରାହକ (ଗାର୍ବେଜ୍ କଲେକ୍ଟର) ନୋହୁୁଁ! ଏବାବଦରେ ନିଜକୁ ସଚେତନ ରଖ’, ବୋଲି କହିଛନ୍ତି ସୁପ୍ରିମ୍ କୋର୍ଟର ଖଣ୍ଡପୀଠ।
/sambad/media/post_attachments/wp-content/uploads/2018/02/Supreme-Court-India-300x175.jpg)
ଉଲ୍ଲେଖଯୋଗ୍ୟ, ସମଗ୍ର ଦେଶରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଂକ୍ରାନ୍ତୀୟ ଏକ ମାମଲାର ବିଚାର ଆଜି ସୁପ୍ରିମ୍ କୋର୍ଟର ବିଚାରପତି ମଦନ ବି ଲୋକୁର୍ ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଚାଲିଥିବା ବେଳେ ୮୪୫ ପୃଷ୍ଠା ସମ୍ବଳିତ ଏକ ଅସଂପୂର୍ଣ୍ଣ ସତ୍ୟପାଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରା ଯାଇଥିଲା। ତେବେ, ଏହି ଅସଂପୂର୍ଣ୍ଣ ଦୀର୍ଘ ସତ୍ୟପାଠକୁ ଦେଖିବା ପରେ ଖଣ୍ଡପୀଠ ଅତ୍ୟନ୍ତ ବିରକ୍ତ ହୋଇ ଉଠିଥିଲେ। ଏହି ସତ୍ୟପାଠକୁ ଗ୍ରହଣ ନକରି ଖଣ୍ଡପୀଠ କହିଥିଲେ ଯେ, ‘ଏପରି କରି ତୁମେ କ’ଣ କରିବାକୁ ଚାହୁଁଛ? କ’ଣ ଆମକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛ? ଆମେମାନେ ଆଦୌ ପ୍ରଭାବିତ ନୋହୁଁ। ତୁମେ ଆମ ଉପରେ ସବୁ କିଛି ଗଦାଇ ଦେବାକୁ ଚାହୁଁଛ। ଆମେ ଏହାକୁ ଗ୍ରହଣ କରିବୁ ନାହିଁ,’ ବୋଲି କହିଥିଲେ ଖଣ୍ଡପୀଠ।
/sambad/media/post_attachments/wp-content/uploads/2018/02/DE01SC-300x155.jpg)
ଏଥିସହ ଏହି ମାମଲାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଇନ୍ ୨୦୧୬ ଅନୁଯାୟୀ ଦେଶର କେଉଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏଥିପାଇଁ ରାଜ୍ୟ ସ୍ତରୀୟ ଉପଦେଷ୍ଟା ବୋର୍ଡ ଗଠନ କରିଛନ୍ତି ତାହାର ଏକ ସଂପୂର୍ଣ୍ଣ ତାଲିକା ଆସନ୍ତା ତିନି ସପ୍ତାହ ମଧ୍ୟରେ କୋର୍ଟରେ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Follow Us