ରୁଷ୍‌ ଉପରେ ଆକ୍ରମଣ ପାଇଁ ଆମେ ପ୍ରସ୍ତୁତ: ବ୍ରିଟେନ

Advertisment

ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଥିବା ରୁଷ୍‌ ଗତକାଲି  ବ୍ରିଟେନକୁ ଅସ୍ତ୍ର ଯୋଗାଣ ମାମଲାରେ ଚେତାବନୀ ଦେବାପରେ ଆଜି ଏ ନେଇ ବ୍ରିଟେନର   ବରିଷ୍ଠ ସାମରିକ ଅଧିକାରୀ ରବର୍ଟ ମାଗୋୱାନ ପ୍ରତିକ୍ରିୟା ରଖିଛନ୍ତି।

ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଥିବା ରୁଷ୍‌ ଗତକାଲି  ବ୍ରିଟେନକୁ ଅସ୍ତ୍ର ଯୋଗାଣ ମାମଲାରେ ଚେତାବନୀ ଦେବାପରେ ଆଜି ଏ ନେଇ ବ୍ରିଟେନର   ବରିଷ୍ଠ ସାମରିକ ଅଧିକାରୀ ରବର୍ଟ ମାଗୋୱାନ ପ୍ରତିକ୍ରିୟା ରଖିଛନ୍ତି।

fshfshfhsfh

ଲଣ୍ଡନ: ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଥିବା ରୁଷ୍‌ ଗତକାଲି  ବ୍ରିଟେନକୁ ଅସ୍ତ୍ର ଯୋଗାଣ ମାମଲାରେ ଚେତାବନୀ ଦେବାପରେ ଆଜି ଏ ନେଇ ବ୍ରିଟେନର   ବରିଷ୍ଠ ସାମରିକ ଅଧିକାରୀ ରବର୍ଟ ମାଗୋୱାନ ପ୍ରତିକ୍ରିୟା ରଖିଛନ୍ତି।  ସେ କହିଛନ୍ତି ଯେ ଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯଦି  ୟୁରୋପୀୟ ଦେଶ ଉପରେ ଆକ୍ରମଣ କରନ୍ତି ତେବେ ବ୍ରିଟେନର ସଶସ୍ତ୍ର ବାହିନୀ  ରୁଷି ସହ ଲଢ଼େଇରେ ଅବତୀର୍ଣ୍ଣ ହେବ। ଯଦି ବ୍ରିଟିଶ ସେନାକୁ ଆଜି ରାତିରେ ଲଢ଼ିବାକୁ କୁହାଯାଏ, ତେବେ ଆଜି ରାତିରେ  ହିଁ ଲଢ଼େଇ ପାଇଁ ସବୁକିଛି ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।  

ସଂସଦ ଅଧିବେଶନ ବାତିଲ କଲା ୟୁକ୍ରେନ୍‌

ଯଦି ରୁଷ୍‌ ପୂର୍ବ ୟୁରୋପ ଉପରେ ଆକ୍ରମଣ କରେ ତା’ହେଲେ ଏହାର ଭୟାନକ ଜବାବ ମିଳିବ ଏବଂ ନାଟୋ ରାଷ୍ଟ୍ରମାନେ ଏଭଳି ପଦକ୍ଷେପକୁ ବରଦାସ୍ତ କରିବେ ନାହିଁ ବୋଲି ସେ କହିଛନ୍ତି।   ଗୁରୁବାର ସକାଳେ ୟୁକ୍ରେନର ନିପ୍ରୋ ଉପରେ ହୋଇଥିବା ଆକ୍ରମଣ ସମୟରେ ରୁଷ୍  ଦୂରଗାମୀ ବାଲି ଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ କରିଥିବା ଖବର ପ୍ରକାଶ ପାଇବା ପରେ ସୁରକ୍ଷା କମିଟିକୁ ମାଗୋୱାନ ଏହି ମନ୍ତବ୍ୟ ଦେଇଛନ୍ତି।  ଗତକାଲି ୟୁକ୍ରେନ ଉପରେ ପ୍ରୟୋଗ କରାଯାଇଥିବା ଆଇସିବିଏମ୍‌ ଏକ  ଅତ୍ୟାଧୁନିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଥିଲା ଏବଂ ଏହା ମଧ୍ୟମ ରେଂଜ୍‌ ବିଶିଷ୍ଟ।  ଅନ୍ୟପକ୍ଷରେ କିବ୍‌ରେ ଯେ କୌଣସି ମୂହୂର୍ତ୍ତରେ ଭୀଷଣ ଆକ୍ରମଣ ଆଶଙ୍କା ଥିବାରୁ ଆଜିଠାରୁ ଆରମ୍ଭ ହେବାକୁ ଥିବା ୟୁକ୍ରେନ୍‌ର ସଂସଦୀୟ ଅଧିବେଶନକୁ ବାତିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe