ଦୋଷୀଙ୍କୁ କ୍ଷମା ଦେବା ପ୍ରସଙ୍ଗଙ୍କୁ ନେଇ ନିର୍ଭୟା ପିତାଙ୍କ କ୍ଷୋଭ; କହିଲେ, ‘ଆମର ସୋନିଆ ଗାନ୍ଧୀଙ୍କ ଭଳି ଏତେ ବଡ଼ ହୃଦୟ ନାହିଁ’

Advertisment
ଦୋଷୀଙ୍କୁ କ୍ଷମା ଦେବା ପ୍ରସଙ୍ଗଙ୍କୁ ନେଇ ନିର୍ଭୟା ପିତାଙ୍କ କ୍ଷୋଭ; କହିଲେ, ‘ଆମର ସୋନିଆ ଗାନ୍ଧୀଙ୍କ ଭଳି ଏତେ ବଡ଼ ହୃଦୟ ନାହିଁ’

ନୂଆଦିଲ୍ଲୀ:   ଫାଶୀଦଣ୍ଡ ପାଇଥିବା  ନିର୍ଭୟା ମାମଲାର ଦୋଷୀମାନଙ୍କୁ କ୍ଷମା କରିବା ପ୍ରସ୍ତାବ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ।  ନିର୍ଭୟାଙ୍କ ମା’ଙ୍କ  ପରେ ତାଙ୍କ ପିତା ବି ଏହାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।

ନିର୍ଭୟାଙ୍କ ପିତାଙ୍କ କହିବାନୁସାରେ, ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିଜେ ଜଣେ ନାରୀ । ତାଙ୍କୁ ଏଭଳି ବୟାନ ଦେଇଥିବା ନେଇ ଲାଜ ମାଡ଼ିବା କଥା ଏବଂ ନିର୍ଭୟାଙ୍କ ମା’ଙ୍କୁ କ୍ଷମା ମାଗିବା କଥା। ଆମେ ଏହି ଘଟଣାକୁ ନେଇ ସାତବର୍ଷ ହେବ ଲଢ଼ି ଆସୁଛି । ଆମେ ସାଧାରଣ ମଣିଷ। କୌଣସି ନେତା ନୁହଁ। ଆମର ହୃଦୟ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ଭଳି ଏତେ ବଡ଼ ହୃଦୟ ନୁହେଁ। ଏଭଳି ମାନସିକତା ପାଇଁ ଦୁଷ୍କର୍ମ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

Image result for jaising-should-be-ashamed-we-arent-as-large-hearted-as-sonia-nirbhayas-fathe The Times of India

ଏହା ପୂର୍ବରୁ ନିର୍ଭୟାଙ୍କ ମା’ କହିଥିଲେ ସ୍ୱୟଂ ଭଗବାନ ବି ଆସି ଯଦି କହିବେ କି, ଆଶା ଦୋଷୀଙ୍କୁ କ୍ଷମା କରି ଦିଅ। ତଥାପି ମୁଁ ମାନିବି ନାହିଁ। ଆଶ୍ଚର୍ଯ୍ୟ ଲାଗୁଛି, ବିଶ୍ୱାସ ହେଉନାହିଁ କି ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ମୋତେ ଏଭଳି ପ୍ରସ୍ତାବ ଦେବାକୁ କିପରି ସାହାସ କରିପାରିଲେ? ଗତ କିଛିବର୍ଷ ମଧ୍ୟରେ ତାଙ୍କ ସହିତ କୋର୍ଟରେ ଅନେକ ଥର ଭେଟ ହୋଇଛି। କିନ୍ତୁ ସେ ଥରଟିଏ ବି ଭଲମନ୍ଦ ପଚାରି ନାହାନ୍ତି। ଆଜି ମୋତେ ଦୋଷୀମାନଙ୍କୁ କ୍ଷମା ଦେବାକୁ କହିବାକୁ ବାହାରି ଆସିଛନ୍ତି।

ଗତ ଶୁକ୍ରବାର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଟୁଇଟରେ ସୋନିଆ ଗାନ୍ଧୀଙ୍କ ଉଦାହରଣ ଦେଇ କହିଥିଲେ, ଆଶା ଦେବୀଙ୍କ ଦୁଃଖକୁ ମୁଁ ପୂର୍ଣ୍ଣରୂପେ ଅନୁଭବ କରିପାରୁଛି । କିନ୍ତୁ  ମୃତ୍ୟୁଦଣ୍ଡ ପାଇଥିବା ରାଜୀବ ହତ୍ୟାକାରୀ ନଳିନୀକୁ କ୍ଷମା ଦେଇଥିବା ସୋନିଆ ଗାନ୍ଧୀଙ୍କୁ ଅନୁସରଣ କରିବାକୁ ତାଙ୍କୁ ନିବେଦନ କରୁଛି। ଆମେ ଆପଣଙ୍କୁ ସମର୍ଥନ କରୁଛୁ, କିନ୍ତୁ ମୃତ୍ୟୁଦଣ୍ଡକୁ ବିରୋଧ କରୁଛୁ।

Image result for jaising-should-be-ashamed-we-arent-as-large-hearted-as-sonia-nirbhayas-fathe Telangana Today

ନଳିନୀ ଶ୍ରୀହରନଙ୍କୁ ୧୯୯୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ନେତା ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଗିରଫ କରାଯାଇ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ସୋନିଆ ଗାନ୍ଧୀ ନଳିନୀର ମୃତ୍ୟୁଦଣ୍ଡ ଚାହାଁନ୍ତ ନାହିଁ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe