କାବୁଲ : ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷରେ ପୁଣି ଥରେ ପାକିସ୍ତାନୀ ସେନାର ମୁଖା ଖୋଲିଯାଇଛି । ଏହି ସଂଘର୍ଷରେ ପାକିସ୍ତାନ ପକ୍ଷରୁ ୨୦୦ ତାଲିବାନୀ ସୈନିକଙ୍କୁ ମାରିଦିଆଯାଇଥିବା ଦାବି କରାଯାଉଥିବାବେଳେ ତାଲିବାନ ଦାବି କରିଛି ଯେ ପାକିସ୍ତାନର ୫୮ ସୈନିକ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଏହି ସଂଘର୍ଷ ପରେ ତାଲିବାନ ପକ୍ଷରୁ କାବୁଲ ରାଜରାସ୍ତାରେ ବିଜୟୋତ୍ସବ ପାଳନ କରାଯାଉଛି । ଏଠାରେ ଲୋକମାନେ ପାକିସ୍ତାନକୁ ଉଚିତ ଶିକ୍ଷା ଦେଇଥିବାରୁ ଆନନ୍ଦିତ ହେଉଛନ୍ତି ଏବଂ ଘୋଷଣା କରୁଛନ୍ତି ଯେ ସେମାନେ ସେମାନଙ୍କ ଦେଶ ଉପରେ କୌଣସି ଖରାପ ନଜରକୁ ସହ୍ୟ କରିବେ ନାହିଁ।
ଆଫଗାନିସ୍ତାନ ସହ ସଂପର୍କକୁ ସୁଧାରିବାକୁ ପାକିସ୍ତାନ ଉଦ୍ୟମ କରୁଥିବାବେଳେ ତାଲିବାନ ପକ୍ଷରୁ ଏ ନେଇ କୌଣସି ଆଗ୍ରହ ଦେଖାଯାଉନାହିଁ । ଗତ ତିନିଦିନ ହେଲା ପାକିସ୍ତାନର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ, ଆଇଏସଆଇ ମୁଖ୍ୟ ସାମିଲ ଅଛନ୍ତି, କାବୁଲ ଯିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କୁ ଭିସା ଦେବାକୁ ମନା କରିଦେଇଛି ତାଲିବାନ ।
ଆଫଗାନ ଇଂରାଜୀ ଖବରକାଗଜ ଟୋଲୋ ନ୍ୟୁଜ୍ ଅନୁଯାୟୀ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ସାମ୍ପ୍ରତିକ ସଂଘର୍ଷରେ ତାଲିବାନ ବିଜୟ ଉତ୍ସବ ପାଳନ କରୁଛି। ରାସ୍ତାରେ ଉତ୍ସବ ଏବଂ ରାଲି ହେଉଛି, ଦାବି କରାଯାଉଛି ଯେ ସେମାନେ ପାକିସ୍ତାନକୁ ଏକ ଭଲ ଶିକ୍ଷା ଦେଇଛନ୍ତି। ସେନାରେ ଲଢ଼ିଥିବା ସୈନିକମାନଙ୍କୁ ମାଳ ପିନ୍ଧାଇ ସମ୍ମାନିତ କରାଯାଉଛି ଏବଂ ସ୍ଲୋଗାନ ଦିଆଯାଉଛି।
ଅନ୍ୟପକ୍ଷରେ ଆଫଗାନିସ୍ତାନ ସହ ସଂପର୍କକୁ ସୁଧାରିବାକୁ ପାକିସ୍ତାନ ଉଦ୍ୟମ କରୁଥିବାବେଳେ ତାଲିବାନ ପକ୍ଷରୁ ଏ ନେଇ କୌଣସି ଆଗ୍ରହ ଦେଖାଯାଉନାହିଁ । ଗତ ତିନିଦିନ ହେଲା ପାକିସ୍ତାନର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ, ଆଇଏସଆଇ ମୁଖ୍ୟ ସାମିଲ ଅଛନ୍ତି, କାବୁଲ ଯିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କୁ ଭିସା ଦେବାକୁ ମନା କରିଦେଇଛି ତାଲିବାନ । ଏହା ପରେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା କରାଯାଉଛି ।
Follow Us