ବଡ଼ ବଡ଼ ଦେଶ ଯାହା ନକରିପାରିଲେ ଆମେ ତାହା କରି ଦେଖାଇଲୁ, ୟୁକ୍ରେନରୁ ସୁରକ୍ଷିତ ଫେରିଲେ ଭାରତୀୟ: ପ୍ରଧାନମନ୍ତ୍ରୀ

Advertisment
ବଡ଼ ବଡ଼ ଦେଶ ଯାହା ନକରିପାରିଲେ ଆମେ ତାହା କରି ଦେଖାଇଲୁ, ୟୁକ୍ରେନରୁ ସୁରକ୍ଷିତ ଫେରିଲେ ଭାରତୀୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୧ଦିନ ପୁରିଛି। ଏହି ୧୧ଦିନ ଭିତରେ ୟୁକ୍ରେନର ବିଭିନ୍ନ ସହର ଛାରଖାର ହୋଇଯାଇଥିବା ବେଳେ ଏବେ ଅନ୍ୟ ସହର ଉପରେ ନଜର ପକାଇଛି ରୁଷ। ତେବେ ଏମଧ୍ୟରେ ଭାରତ ସରକାର ୟୁକ୍ରେନରେ ରହୁଥିବା ୧୮,୦୦୦ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା‌ରେ ସକ୍ଷମ ହେଉଥିବା ଦେଖାଯାଇଛି। ପ୍ରାୟ ୧୪୦୦୦ ଭାରତୀୟ ସ୍ବଦେଶ ଫେରିଥିବା ବେଳେ ଏବେ ବିଭିନ୍ନ ଦେଶର ସୀମାରେ ଅଟକିଥିବା ଭାରତୀୟଙ୍କୁ ଆଣିବା ପାଇଁ ସ୍ବତନ୍ତ୍ର ବିମାନ ପଠାଯାଇଛି।

People cross the Irpin river on an improvised path under a bridge that was destroyed by a Russian airstrike. (Photo: AP) indiatoday

ତେବେ ଏମଧ୍ୟରେ ଯେଉଁ କାମ ବଡ଼ ବଡ଼ ଦେଶ କରିପାରିଲା ନାହିଁ, ତାହା ଭାରତ କରିଦେଖାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୁଣେର ସିମବାୟୋସିସ୍ ବିଶ୍ବଦ୍ୟାଳୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ସଫଳତାର ସହ କୋଭିଡକୁ ପରିଚାଳନା କଲୁ ଏବଂ ବର୍ତ୍ତମାନ ୟୁକ୍ରେନରେ ଉପୁଜିଥିବା ପରିସ୍ଥିତିର ମଧ୍ୟ ପରିଚାଳନା କରୁଛୁ। ଆମ ଲୋକଙ୍କୁ ଆମେ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛୁ। ଏପରିକି ବଡ ଦେଶମାନେ ମଧ୍ୟ ଏହା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ଭାରତ ସହଜରେ ଏହା କରିପାରିଛି।

रूसी हमलों में खारकीव की एक मार्केट पूरी तरह से तहस नहस हो गई aajtak

ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ,୧୩,୩୦୦ ଭାରତୀୟଙ୍କୁ ୬୩ଟି ବିମାନରେ ଭାରତ ଅଣାଯାଇଛି। ସୁମି ଏବଂ କିଛି ଅଞ୍ଚଳ ବ୍ୟତୀତ ବହୁ ସଂଖ୍ୟକ ଭାରତୀୟ ୟୁକ୍ରେନ ଛାଡିଛନ୍ତି। ଦୂତାବାସ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବ। ପ୍ରାୟ ସମସ୍ତ ଭାରତୀୟ ଖାର୍କିବ ସହର ଛାଡିଛନ୍ତି। ଏପର୍ଯ୍ୟନ୍ତ ମୁଁ ଜାଣିିଛି ଯେ ଖାର୍କିବରେ ଆଉ କେହି ଭାରତୀୟ ନାହାଁନ୍ତି । ବର୍ତ୍ତମାନ ସୁମି ଉପରେ ଅଧିକ ଧ୍ୟାନ  ଦିଆଯାଉଛି। ଏବେ ସର୍ବୋତ୍ତମ ବିକଳ୍ପ ହେଉଛି ଅସ୍ତ୍ରବିରତି। ତେବେ ମାରିୟୁପୋଲରେ ଗତକାଲି ଅସ୍ତ୍ରବିରତି ପରେ ବି ଜନସ୍ଥାନାନ୍ତରଣ କରାଯାଇନଥିବା ବେଳେ ଆଜି ଦ୍ବିତୀୟ ଥର ଅସ୍ତ୍ରବିରତି କରାଯାଇ ଜନସ୍ଥାନାନ୍ତରଣ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe