ଆମେ ଆତଙ୍କବାଦ ସୃଷ୍ଟି କରୁଥିବା ଲୋକଙ୍କୁ ପୀଡିତଙ୍କ ସହିତ ସମାନ କରିବାରେ ବିଶ୍ୱାସ କରୁନାହୁଁ: ଜୟଶଙ୍କର

ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଡେଭିଡ୍ ଲୈମି ଭାରତ ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ଜୟଶଙ୍କରଙ୍କ ସହ ରଣନୈତିକ ସହଭାଗୀତା ଏବଂ ଅର୍ଥନୈତିକ ସହଯୋଗ ବିଷୟରେ ଆଲୋଚନା କରିଛନ୍ତି। ଜୟଶଙ୍କର ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି...

We do not believe in equating those who create terrorism with victims: Jaishankar

We do not believe in equating those who create terrorism with victims: Jaishankar Photograph: (sambad.in)

ନୂଆଦିଲ୍ଲୀ: ବ୍ରିଟେନ ଏବଂ ଭାରତ ମଧ୍ୟରେ ଏଫଟିଏ ଚୁକ୍ତିନାମା ହେବାର ଏକ ମାସ ପରେ ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡେଭିଡ ଲୈମି ଭାରତ ଗସ୍ତରେ ଆସିଛନ୍ତି । ରଣନୈତିକ ସହଭାଗୀତାର ବିଭିନ୍ନ ଦିଗକୁ ସମୀକ୍ଷା କରିବା ଉଦ୍ଦେଶ୍ୟରେ ଏହି ଦୁଇ ଦିନିଆ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଜୟଶଙ୍କର ଏବଂ ଲୈମି ଶନିବାର ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଥିଲେ।

ଆତଙ୍କବାଦ ବିରୋଧରେ ଲଢ଼େଇରେ ସମର୍ଥନ ପାଇଁ ଜୟଶଙ୍କର ବ୍ରିଟେନକୁ ଧନ୍ୟବାଦ ଜଣାଇଥିଲେ। ଜୟଶଙ୍କର ଏହି ଅବସରରେ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଥିଲେ ଏବଂ କହିଥିଲେ ଯେ, ଭାରତ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରେ। ଆମେ ଆଶା କରୁଛୁ, ଆମର ସହଯୋଗୀମାନେ ଏହା ବୁଝିବେ। ସେ ସ୍ପଷ୍ଟ କରିଥିଲେ ଯେ, ଭାରତ କେବେ ବି ପୀଡିତଙ୍କ ସହିତ ଆତଙ୍କବାଦ ପ୍ରସାରଣକାରୀଙ୍କୁ ସମାନ କରିବାରେ ବିଶ୍ୱାସ କରେ ନାହିଁ।

ଜୟଶଙ୍କର ୬ ମେ’ରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ଏଫଟିଏ ଏବଂ ଡବଲ୍ କଣ୍ଟ୍ରିବ୍ୟୁସନ୍ ଚୁକ୍ତିନାମାକୁ ଏକ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଏହା କେବଳ ବାଣିଜ୍ୟ ଏବଂ ନିବେଶ ବୃଦ୍ଧି କରିବାରେ ସାହାଯ୍ୟ କରିବ ନାହିଁ ବରଂ ଦ୍ୱିପାକ୍ଷିକ ସମ୍ପର୍କର ରଣନୈତିକ ଦିଗ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ।

ଜୟଶଙ୍କର କହିଛନ୍ତି, ଦୁଇ ଦେଶ ଏକ ରଣନୈତିକ ରପ୍ତାନି ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ଆଲୋଚନା ମଧ୍ୟ ଆରମ୍ଭ କରିଛନ୍ତି। ୟୁକେ-ଭାରତ ମଧ୍ୟରେ ଭିତ୍ତିଭୂମି ଆର୍ଥିକ ଢାଞ୍ଚା ୟୁକେରୁ ଭାରତକୁ ଆର୍ଥିକ ପ୍ରବାହକୁ ମଧ୍ୟ ସହଜ କରିପାରିବ, ଯାହା ଆମର ଭିତ୍ତିଭୂମି ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସାବ୍ୟସ୍ତ ହେବ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୧୭ ମ‌େ’ରେ ଲୈମି ମଧ୍ୟ ପାକିସ୍ତାନ ଗସ୍ତ କରିଥିଲେ। ପାକିସ୍ତାନ ଗସ୍ତ ସମୟରେ ସେ ପହଲଗାମ ଆକ୍ରମଣକୁ କଡ଼ା ନିନ୍ଦା କରିଥିଲେ। ସେ କହିଥିଲେ ଯେ, ଖୁବ୍ ଶୀଘ୍ର ସେ ଭାରତ ମଧ୍ୟ ଗସ୍ତ କରିବେ ଏବଂ ଆତଙ୍କବାଦର ନିରାକରଣ ବିଷୟରେ ମଧ୍ୟ କଥା ହେବେ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୪୫ କୋଭିଡ ପଜିଟିଭ୍ ଚିହ୍ନଟ

ଲୈମି ଶନିବାର ସକାଳେ ଦୁଇ ଦିନିଆ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ବ୍ରିଟିଶ ହାଇକମିସନର ଏକ ବିବୃତି ଅନୁଯାୟୀ, ଲୈମିଙ୍କ ଗସ୍ତ ପ୍ରବାସନ ସହଭାଗୀତାର ପ୍ରଗତି ସହିତ ମଧ୍ୟ ଜଡିତ। ପ୍ରବାସନ ବ୍ରିଟିଶ ସରକାରଙ୍କ ପ୍ରାଥମିକ ଏଜେଣ୍ଡା ମଧ୍ୟରୁ ଗୋଟିଏ। ଦୁଇ ଦେଶ ମଧ୍ୟରେ ଏଫଟିଏ କାର୍ଯ୍ୟକାରୀ ହେବା ପରେ, ନିଯୁକ୍ତି ଏବଂ ଆର୍ଥିକ ପ୍ରଗତି ପାଇଁ ପଥ ଖୋଲିବ। ଏହି ଚୁକ୍ତି ପ୍ରତିବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୫ ବିଲିୟନ ପାଉଣ୍ଡ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। 

ଲୈମି କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ଭାବରେ ତାଙ୍କର ଭାରତ ଗସ୍ତ ତାଙ୍କର ପ୍ରଥମ ବିଦେଶ ଗସ୍ତ ମଧ୍ୟରୁ ଗୋଟିଏ। ବାଣିଜ୍ୟ ଚୁକ୍ତି ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ଏହି ଚୁକ୍ତି କେବଳ ଆରମ୍ଭ। ଆମେ ଭାରତ ସହିତ ଏକ ମହତ୍ୱାକାଂକ୍ଷୀ ଆଧୁନିକ ସହଭାଗୀତା ସ୍ଥାପନ କରୁଛୁ।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ସହ ମସ୍କଙ୍କ ବିବାଦ: ଫଡନବୀସଙ୍କୁ ଲାଗିପାରେ ଝଟକା, ମହାରାଷ୍ଟ୍ର ନିବେଶ ପ୍ରଭାବିତ ହେବା ଆଶଙ୍କା

Sjayashakar | India

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe