‘ଆମେ ଠିଆ ହୋଇ ଆଇନ୍‌ଜୀବୀଙ୍କ ସହ କଥା ହେଉ ନାହିଁ। ବସିବା ପରେ କଥା ହେଉ’: ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ

ମୁଖ୍ୟବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କର ଆଜି ଶେଷ କାର୍ଯ୍ୟ ଦିବସ, ୧୭ରେ ନେବେ ଅବସର : ୩ ମିନିଟରେ ୧୦ଟି ମାମଲାରେ ନୋଟିସ ଜାରି  କଲେ

India Today

ନୂଆଦିଲ୍ଲୀ: ‘ଆମେ ଠିଆ ହୋଇ ଆଇନ୍‌ଜୀବୀମାନଙ୍କ ସହ କଥା ହେଉ ନାହିଁ। ଆମେ ଆମ ଆସନରେ ବସିବା ପରେ ଯାଇ ଆଇନ୍‌ଜୀବୀମାନଙ୍କ ସହ କଥା ହେଉ’; ବୋଲି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ବରିଷ୍ଠ ଆଇନଜୀବୀ ରାଜୀବ ଧାବନଙ୍କୁ ଚେତାଇ ଦେଇଛନ୍ତି। ତେବେ, ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଓ ବରିଷ୍ଠ ଆଇନ୍‌ଜୀବୀ ରାଜୀବ ଧାବନ୍‌ଙ୍କ ମଧ୍ୟରେ କୋର୍ଟ ରୁମ୍‌ ଭିତରେ ମଜାଳିଆ ଢ଼ଙ୍ଗରେ ହୋଇଥିବା ଏହି କଥା କଟାକଟି ଏବେ ଆଇନଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ବୁଧବାର ଦିନ ପୂର୍ବାହ୍ନରେ ଶୁଣାଣି କାର୍ଯ୍ୟ ଶେଷ କରିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ ତାଙ୍କର ଅନ୍ୟ ସହ ବିଚାରପତିମାନଙ୍କ ସହ ମଧ୍ୟାହ୍ନ ଭୋଜନ ଗ୍ରହଣ ନିମନ୍ତେ ଆସନ ଛାଡ଼ି ଛିଡ଼ା ହୋଇ ଯିବାକୁ ବାହାରି ଥିଲେ। ଏହି ସମୟରେ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନ୍‌ଜୀବୀ ରାଜୀବ ଧାବନ ତାଙ୍କୁ କିଛି କହିବାକୁ ଚାହିଁଥିଲେ। ହେଲେ, ପ୍ରଧାନ ବିଚାରପତି ତାଙ୍କ କଥା ପ୍ରତି କର୍ଣ୍ଣପାତ ନକରି ନିଜ ବାଟରେ ମଧ୍ୟାହ୍ନ ଭୋଜନ ପାଇଁ ଚାଲି ଯାଇଥିଲେ।

ମଧ୍ୟାହ୍ନ ଭୋଜନ ଶେଷ କରିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ କୋର୍ଟ ରୁମ୍‌କୁ ଆସି ଯେତେବେଳେ ତାଙ୍କ କାର୍ଯ୍ୟ ଆରମ୍ଭ କଲେ ସେତେବେଳେ ସେ ସର୍ବ ପ୍ରଥମେ ଆଇନ୍‌ଜୀବୀ ଧାବନଙ୍କୁ ପଚାରିଲେ, ‘ହଁ ଧାବନ ତୁମେ କ’ଣ କହୁଥିଲ?’ ଏହା ଶୁଣି ଧାବନ କହିଲେ, ‘ନାହିଁ! ମାଇଁ ଲର୍ଡ! କିଛି ନୁହଁ! ମୁଁ ସେତେବେଳେ କିଛି କହିବାକୁ ଚାହୁଁଥିଲି। କିନ୍ତୁ ଆପଣ ନଶୁଣି ଚାଲିଗଲେ। ତେଣୁ, ବର୍ତ୍ତମାନ ମୋ ପାଖରେ କହିବାକୁ ଆଉ କିଛି ନାହିଁ।’

publive-image

ଏକଥା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ କହିଲେ, ‘ଆମେମାନେ ବସିବା ଆସନ ଛାଡ଼ି ଠିଆ ହୋଇ ପଡ଼ିଥିଲୁ, ତୁମେ ସେତେବେଳେ କିଛି କହିବାକୁ ଚାହୁଁଥିଲ। ତେଣୁ, ଠିଆ ହେବା ଅବସ୍ଥାରେ କଥା ହେବାଟା ଠିକ୍‌ ହୋଇ ନଥାନ୍ତା!’ ଏକଥା ଶୁଣିବା ପରେ ଧାବନ ଉତ୍ତର ଦେଲେ, ‘ମୁଁ ଜାଣି ନାହିଁ; ସେଇଟା ଭୁଲ୍‌ ହୋଇଥାନ୍ତା କି ଠିକ୍‌ ହୋଇଥାନ୍ତା! ତେବେ, ଏତିକି କହିବି ଯେ ଭିନ୍ନ ଭିନ୍ନ ବିଚାରପତିମାନେ ଏହି କୋର୍ଟରେ ଭିନ୍ନ ଭିନ୍ନ ବ୍ୟବସ୍ଥାର ପ୍ରଚଳନ କରୁଛନ୍ତି!’

ଏକଥା ଶୁଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ ସାମାନ୍ୟ ଉତ୍ତେଜିତ ହୋଇପଡ଼ି କହିଲେ, ‘ଆମେ ଠିଆ ହୋଇ ଆଇନ୍‌ଜୀବୀମାନଙ୍କ ସହ କଥା ହେଉ ନାହିଁ। ଆମେ ଆମ ଆସନରେ ବସିବା ପରେ ଯାଇ ଆଇନ୍‌ଜୀବୀମାନଙ୍କ ସହ କଥା ହେଉ’।

ତେବେ, ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ ଓ ବରିଷ୍ଠ ଆଇନଜୀବୀ ରାଜୀବ ଧାବନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି କଥା କଟାକଟି କ୍ରମେ ଉଗ୍ର ହେବାକୁ ଯାଉଥିବା ବେଳେ ଏଥିରେ ହସ୍ତକ୍ଷେପ କରିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟା। ସେ କହିଥିଲେ ଯେ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ ଅସୁସ୍ଥତା କାରଣରୁ ଆଜି କୋର୍ଟରେ ଅନୁପସ୍ଥିତ ଥିବା କାରଣରୁ ଆଲିଗଡ଼ ମୁସଲିମ୍‌ ୟୁନିଭରସିଟି ମାମଲାର ଶୁଣାଣିକୁ ଆଜି ସ୍ଥଗିତ ରଖିବା ପାଇଁ କହୁଥିଲେ ଧାବନ। ଏଥିପାଇଁ ଆମେ ଉଭୟ ପକ୍ଷ ରାଜି ହୋଇଛୁ। ଏହା ଶୁଣିବା ପରେ ଆଲିଗଡ଼ ମୁସଲିମ୍‌ ୟୁନିଭରସିଟି ମାମଲାର ଶୁଣାଣିକୁ ସ୍ଥଗତ ରଖିଥିଲେ ପ୍ରଧାନ ବିଚାରପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe