୫୨ ଡିଗ୍ରି ତାପମାତ୍ରାରେ ୪୦ କିମି ଚାଲିବାକୁ ପଡ଼ୁଥିଲା

Advertisment
୫୨ ଡିଗ୍ରି ତାପମାତ୍ରାରେ ୪୦ କିମି ଚାଲିବାକୁ ପଡ଼ୁଥିଲା

ହାଇଦ୍ରାବାଦ: ତାପମାତ୍ରା ୫୨ ଡିଗ୍ରି ଛୁଇଁଥିଲେ ମଧ୍ୟ ୪୦ କିଲୋମିଟର ଚାଲିଚାଲି ଯିବାକୁ ପଡ଼ୁଥିବା ଅନେକ ହଜ୍ ଯାତ୍ରୀ କହିଛନ୍ତି। ସାଉଦି ଆରବରୁ ଫୋନ୍ ଯୋଗେ ହାଇଦ୍ରାବାଦ ବାସିନ୍ଦା ମହମ୍ମଦ ଫରିଦ କହିଛନ୍ତି ଯେ ପ୍ରବଳ ଗରମ ଯୋଗୁଁ ଅନେକ ତୀର୍ଥଯାତ୍ରୀଙ୍କ ପାଦରେ ଫୋଟକା ହୋଇଛି। ଡହଡହ ଖରାରେ ଅଧାବାଟରେ ଅନେକ ଯାତ୍ରୀ ଅଂଶୁଘାତରେ ଅଚେତ ହୋଇପଡ଼ିଛନ୍ତି। ଫରିଦ କହିଛନ୍ତି, ବସ୍ ଅଭାବ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଆମେ ମିନାରୁ ଆରାଫତରେ ପହଞ୍ଚିବା ପାଇଁ ୭.୫ କିଲୋମିଟରରୁ ଅଧିକ ଚାଲିଥିଲୁ। ମୋର ପାଦରେ ଫୋଟକା ହୋଇଯାଇଥିଲା। ଏହି ସମୟରେ ଆମକୁ ମୋଟ ୪୦ କିଲୋମିଟରରୁ ଅଧିକ ବାଟ ଚାଲିବାକୁ ପଡ଼ିଥିଲା। ବାଟରେ ମୋ ପତ୍ନୀ ଅଚେତ ହୋଇଯାଇଥିଲେ। ସୂଚନାଯୋଗ୍ୟ, ଚଳିତ ହଜ୍‌ଯାତ୍ରାରେ ଏ ପର୍ଯ୍ୟନ୍ତ ୯୮ ଭାରତୀୟଙ୍କ ମୃତ୍ୟୁ ହେଲାଣି।

ତେଲେଙ୍ଗାନାରୁ ଅନେକ ତୀର୍ଥଯାତ୍ରୀ କହିଛନ୍ତି ଯେ ବସ୍ ଆସିବା ପାଇଁ ସେମାନଙ୍କୁ ୮ରୁ ୧୦ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏପରିକି ଅପେକ୍ଷା ସମୟରେ ଅନେକ ଲୋକ ଅଚେତ ହୋଇଯାଇଥିଲେ ବୋଲି ସେମାନେ କହିଛନ୍ତି। ବିନା ଖାଦ୍ୟ ଓ ପାଣିରେ ଦୀର୍ଘ ସମୟ ଧରି ଚାଲିବାକୁ ପଡ଼ୁଥିବାରୁ ବିଶେଷ କରି ମଧୁମେହ ଓ ରକ୍ତଚାପ ଜନିତ ସମସ୍ୟାରେ ପୀଡ଼ିତ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହଜ୍ କମିଟିର ସିଇଓ ଶୈକ୍ ଲିଆକ ଲିଆକତ ହୁସେନ୍ କହିଛନ୍ତି, ହଜ୍ ଯାତ୍ରୀଙ୍କୁ ବସ୍‌ରେ ଚଢ଼ିବା ପାଇଁ ୮ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଏଥର ଠିକା ଗୋଟିଏ ପରିବର୍ତ୍ତେ ଦୁଇଟି ଏଜେନ୍ସିକୁ ଦିଆଯାଇଥିବାରୁ ପରିବହନରେ ସମସ୍ୟା ଉପୁଜିଛି ବୋଲି ଅଧିକାରୀମାନେ କହିଛନ୍ତି। ଏଥିସହ ବିଭିନ୍ନ ଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ହଜ୍‌ କରିବାକୁ ଆସିଥିବାରୁ ବସ୍‌ଗୁଡ଼ିକ ଟ୍ରାଫିକ୍‌ରେ ଅଟକି
ରହୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe