ଆମେ ୟୁକ୍ରେନର ସବୁ ସୈନ୍ୟ ଶିବିରକୁ ନଷ୍ଟ କରି ଦେଇଛୁ: ପୁଟିନ

Advertisment
ଆମେ ୟୁକ୍ରେନର ସବୁ ସୈନ୍ୟ ଶିବିରକୁ ନଷ୍ଟ କରି ଦେଇଛୁ: ପୁଟିନ

livehindustan

ମସ୍କୋ: ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ ବୟାନ ଦେଇଛନ୍ତି। ୟୁକ୍ରେନରେ ସ୍ଵତନ୍ତ୍ର ସୈନ୍ୟ ଅଭିଯାନ ଚଳାଇବା ଆମ ପାଇଁ ବଡ ନିଷ୍ପତ୍ତି ଥିଲା। ବ୍ରିଟେନର ମନ୍ତ୍ରୀଙ୍କ ବୟାନ ପରେ ରୁଷ ସୈନିକଙ୍କୁ ହାଇ ଆଲର୍ଟରେ ରଖା ଯାଇଛି। ଋଷ ସୈନିକମାନେ ୟୁକ୍ରେନର ସବୁ ସୈନ୍ୟ ଶିବିରକୁ ଧ୍ଵଂସ କରିଦେଇଛନ୍ତି ବୋଲି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି।

ଏହା ସହିତ ସେ କହିଛନ୍ତି, ୟୁକ୍ରେନ ସହିତ ସମସ୍ୟାର ସମାଧାନ ପାଇଁ ଆମେ ଶାନ୍ତିର ସହିତ କାର୍ଯ୍ୟ କରିବାକୁ ଚେଷ୍ଟା କଲୁ କିନ୍ତୁ ୟୁକ୍ରେନ ଶାନ୍ତି ସ୍ଥାପନା ଉପରେ ସବୁବେଳେ ବ୍ୟାଘାତ ସୃଷ୍ଟି କଲା। ୟୁକ୍ରେନରେ ସ୍ଵତନ୍ତ୍ର ସୈନ୍ୟ ଅଭିଯାନ ଚଳାଇବା ଏକ ବଡ ନିଷ୍ପତ୍ତି ଥିଲା। ଆମେ ଯୁଦ୍ଧକୁ ଏଡାଇବାକୁ ଯଥେଷ୍ଟ ଚେଷ୍ଟା କରିଥିଲୁ କିନ୍ତୁ ଶେଷରେ ଆମକୁ ଏହି ପଦକ୍ଷେପ ନେବାକୁ ପଡିଲା। ଏଭଳି ସ୍ଥିତିରେ ଅନ୍ୟ ଦେଶମାନେ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ଯୁଦ୍ଧକୁ ଆମନ୍ତ୍ରଣ କରିବା ଭଳି।

ଅନ୍ୟପକ୍ଷରେ ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯେ, ସୀମାରେ ଆମେ ମାନବିକ ସଙ୍କଟକୁ ରୋକିବାରେ ସଫଳ ହେଲୁ। ଯୁଦ୍ଧ ମଧ୍ୟରେ ବି ଆମେ ପରିସ୍ଥିତିକୁ ସମ୍ଭାଳିବାରେ ସଫଳ ହୋଇଛୁ ଯାହା ଦ୍ବାରା ହଜାର ହଜାର ୟୁକ୍ରେନ ମହିଳା ଏବଂ ଶିଶୁଙ୍କ ସହ ଭଲ ବ୍ୟବହାର କରାଯାଇଛି ଓ ସମ୍ମାନ ଦିଆଯାଇଛି। ପୋଲାଣ୍ଡକୁ ଯିବା ପରେ ୟୁକ୍ରେନବାସୀଙ୍କୁ ସେମାନଙ୍କ ଜାତୀୟତା କ’ଣ, ସେମାନଙ୍କର ବିଶ୍ୱାସ କ’ଣ, ସେମାନଙ୍କ ପାଖରେ କେତେ ଟଙ୍କା ଅଛି ବୋଲି କେହି ପଚାରି ନଥିଲେ। ପୋଲାଣ୍ଡ ଏବେ ୟୁକ୍ରେନର ବନ୍ଧୁ ପାଲଟିଛି। ମୁଁ ନିଶ୍ଚିତ ଯେ ଶୀଘ୍ର ଆମେ ଆମ ଲୋକଙ୍କୁ ଫେରିବା ପାଇଁ କହିବାକୁ ସମର୍ଥ ହେବୁ। ଏବେ ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଏବଂ ଅନ୍ୟ ସମସ୍ତ ଦେଶରୁ ଫେରିଆସ। କାରଣ ଆଉ ବିପଦ ନାହିଁ। ଖୁବ ଶୀଘ୍ର ଆମେ ୟୁକ୍ରେନବାସୀଙ୍କୁ ଏଭଳି କହିବୁ ବୋଲି ମୋର ବିିଶ୍ବାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe