ନୂଆଦିଲ୍ଲୀ: ଭାରତ ବିରୋଧୀ ଏଜେଣ୍ଡା ଚଳାଇବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଭିଯାନରେ ଆମେରିକା ସ୍ୱରାଷ୍ଟ୍ର ବିଭାଗ ସର୍ବଦା ସମ୍ପୃକ୍ତ ରହିଆସିଛି ବୋଲି ବିଜେପି ଅଭିଯୋଗ କରିଛି। ଏହି ଅଭିଯୋଗ ଉପରେ ଆମେରିକା
ଦୂତାବାସ ମୁଖପାତ୍ର ଏକ ବିବୃତି ଦେଇଛନ୍ତି ଯେ ଭାରତର ଶାସକ ଦଳ ଏଭଳି ଅଭିଯୋଗ କରୁଛନ୍ତି। ଗୁରୁବାର ଦିନ ବିଜେପି ସାଂସଦ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ବିଜେପି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା। ଦଳ ଅଭିଯୋଗ କରିଥିଲା, ଜର୍ଜ ସୋରୋସଙ୍କ ସହାୟତାରେ କଂଗ୍ରେସ ଭାରତ ବିରୋଧରେ ଷଡଯନ୍ତ୍ର କରୁଛି।
ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ସୁଧାଶୁଂ ତ୍ରିବେଦୀ କହିଥିଲେ ସୋରୋସଙ୍କ ପାଣ୍ଠି ଦ୍ବାରା ପରିଚାଳିତ ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟ ପ୍ରକଳ୍ପ (ଓସିସିଆରପି) ଭାରତ ବିରୋଧରେ ଭୁଲ ତଥ୍ୟ ବିସ୍ତାର କରୁଛି। ଏଥିରେ କଂଗ୍ରେସ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ନିଜର ଅଫିସିଆଲ୍ ହ୍ୟାଣ୍ଡେଲ ମାଧ୍ୟମରେ ବିଜେପି ମଧ୍ୟ ଏହି ଅଭିଯୋଗ ଆଣିଛି।
ଚର୍ଚ୍ଚା ହେଉଛି ଯେ, ରାହୁଲ ଗାନ୍ଧୀଙ୍କ ସହ ଓସିସିଆରପିର ସମ୍ପର୍କ ରହିଛି। ଏହା ମଧ୍ୟ କୁହାଯାଉଛି ଓସିସିଆରପିର ନିୟନ୍ତ୍ରଣ ଆମେରିକା ସରକାରଙ୍କ ପାଖରେ ଅଛି।
ଗତ ଚାରି ବର୍ଷ ମଧ୍ୟରେ କଂଗ୍ରେସ ଟାର୍ଗେଟ କରିଥିବା ସମସ୍ତ ପ୍ରସଙ୍ଗ ବିଦେଶୀ କାହାଣୀ ଏବଂ ଉତ୍ସ ଉପରେ ଆଧାରିତ ବୋଲି ବିଜେପି କହିଛି। ଦଳ କହିଛି ଯେ ପେଗାସସ୍, ଆଦାନୀ, ଜନଗଣନା, ବିପଦରେ ଥିବା ଗଣତନ୍ତ୍ର, ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ, ଧାର୍ମିକ ସ୍ୱାଧୀନତା ଏବଂ ସାମ୍ବାଦିକ ସ୍ୱାଧୀନତା ଭଳି ପ୍ରସଙ୍ଗ ଅନ୍ତର୍ଜାତୀୟ ଉତ୍ସରୁ ଅନୁପ୍ରାଣିତ ହୋଇଥିବା ଜଣାପଡିଛି।
ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ୨୦୨୧-୨୨ ମସିହାରେ, ଓସିସିଆରପି ପେଗାସସ୍ ସ୍ପାଏୱେୟାର ଉପରେ ଅନେକ ଲେଖା ପ୍ରକାଶ କରିଥିଲା, ଯାହା ଭାରତୀୟ ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରକାଶ ପାଇଥିଲା। ଏହି ଆର୍ଟିକିଲଗୁଡିକର ମୂଳ ଉଦ୍ଦେଶ୍ୟ ଥିଲା ମୋଦୀ ସରକାରଙ୍କୁ ଟାର୍ଗେଟ କରିବା।
ସଂସଦର କାର୍ଯ୍ୟଧାରାକୁ ଭଣ୍ଡୁର କରିବା ଏବଂ ସରକାରଙ୍କୁ ଆକ୍ରମଣ କରିବା ପାଇଁ କଂଗ୍ରେସ ଏହାକୁ ବ୍ୟବହାର କରିଥିଲା। ୨୦୨୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ଓସିସିଆରପି ଆଦାନୀ ଗ୍ରୁପ୍ ଉପରେ ପ୍ରାୟ ୫-୭ ପ୍ରବନ୍ଧ ପ୍ରକାଶ କରିଛି। ଆମେରିକାର ବୈଦେଶିକ ବିଭାଗ ଏହି ଏଜେଣ୍ଡା ପଛରେ ସର୍ବଦା ରହିଆସିଛି।
ଅଧିକ ପଢ଼ନ୍ତୂୁ: ଚୀନ୍କୁ ବଡ଼ ଝଟକା: ସୋମାଲିଆ ଜଳଦସ୍ୟୁ ମାଛଧରା ଜାହାଜକୁ ଅପହରଣ କଲେ
ଫ୍ରାନ୍ସର ଏକ ଗଣମାଧ୍ୟମ ରିପୋର୍ଟକୁ ଦର୍ଶାଇ, ଓସିସିଆରପି ଆମେରିକାର ବୈଦେଶିକ ବିଭାଗ ଏଜେନ୍ସି ଏବଂ ଜର୍ଜ ସୋରୋସ୍ ଏବଂ ରକଫେଲର୍ ଫାଉଣ୍ଡେସନ୍ ପରି ଅନ୍ୟ 'ଡିପ୍ ଷ୍ଟେଟ୍' ବ୍ୟକ୍ତିବିଶେଷଙ୍କ ଦ୍ବାରା ଆର୍ଥିକ ଅନୁଦାନ ପ୍ରାପ୍ତ। ଆମେରିକା ଦୂତାବାସର ମୁଖପାତ୍ର ଏକ ବିବୃତି ଦେଇ କହିଛନ୍ତି ଯେ, ଭାରତର ଶାସକ ଦଳ ଏଭଳି ଅଭିଯୋଗ ଆଣିଥିବା ଅତ୍ୟନ୍ତ ନୈରାଶ୍ୟଜନକ।
ଆମେରିକାର ସରକାର ସ୍ବତନ୍ତ୍ର ସଂଗଠନଗୁଡିକ ସହିତ କାର୍ଯ୍ୟକ୍ରମରେ କାର୍ଯ୍ୟ କରନ୍ତି ଯାହା ସାମ୍ବାଦିକମାନଙ୍କର ବୃତ୍ତିଗତ ବିକାଶ ଏବଂ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରିଥାଏ। ଏହି ପ୍ରୋଗ୍ରାମ୍ ଏହି ସଂସ୍ଥାଗୁଡ଼ିକର ସମ୍ପାଦକୀୟ ନିଷ୍ପତ୍ତି କିମ୍ବା ଦିଗକୁ ପ୍ରଭାବିତ କରେ ନାହିଁ ।
ଆମେରିକା ଦୀର୍ଘ ଦିନ ଧରି ସାରା ବିଶ୍ୱରେ ମିଡିଆ ସ୍ୱାଧୀନତାର ସମର୍ଥକ ହୋଇଆସୁଛି। ଏକ ମୁକ୍ତ ଏବଂ ନିରପେକ୍ଷ ଗଣମାଧ୍ୟମ ଯେକୈଣସି ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ଯାହାକି ସୂଚନାଯୋଗ୍ୟ ଏବଂ ଗଠନମୂଳକ ବିତର୍କକୁ ସକ୍ଷମ କରିଥାଏ ଏବଂ କ୍ଷମତାରେ ଥିବା ଲୋକଙ୍କୁ ଉତ୍ତରଦାୟୀ କରିଥାଏ।
ଏହା ପ୍ରଥମ ଘଟଣା ନୁହେଁ ଯେ, ଦେଶକୁ ଅସ୍ଥିର କରିବାକୁ ଚେଷ୍ଟା କରୁଥିବା ନେଇ ବିଜେପି ବିଦେଶୀ ଶକ୍ତିକୁ ଦାୟୀ କରିଛି। ବିଜେପି ଏବଂ ଏହାର ଆଦର୍ଶ ସଂଗଠନ ରାଷ୍ଟ୍ରିୟ ସ୍ବୟଂସେବାକ ସଂଘ(ଆରଏସଏସ) କ୍ରମାଗତ ଭାବରେ ଏହା କହୁଛନ୍ତି। ଦୁଇମାସ ପୂର୍ବେ ସଂଘର ମୁଖ୍ୟ ମୋହନ ଭାଗବତ କହିଥିଲେ ଯେ, ଭାରତ ଅଗ୍ରଗତିରେ ବାଧା ଦେବାକୁ ଅନେକ ଶକ୍ତି ଅଛନ୍ତି।
ବାଂଲାଦେଶରେ ଏକ ଆଲୋଚନା ହେଉଛି ଯେ ଆମେ ଭାରତ ପକ୍ଷରୁ ବିପଦରେ ଅଛୁ ଏବଂ ତେଣୁ ପାକିସ୍ତାନ ସହ ମିଳିତ ହେବା ଉଚିତ୍। ମିଳିତ ଭାବେ ସେମାନେ ଭାରତକୁ ଅଟକାଇ ପାରିବେ। ବାଂଲାଦେଶ ସହିତ ଭାରତ କେବେ କୌଣସି ଶତ୍ରୁତା କରି ନାହିଁ ବୋଲି ସେ କହିଥିଲେ।
ଅଧିକ ପଢ଼ନ୍ତୂୁ: ରାଜ୍ୟରେ ମଦ ବିକ୍ରି ସହିତ ବଢୁଛି ଅବକାରୀ ରାଜସ୍ବ: ଅବକାରୀ ମନ୍ତ୍ରୀ
Follow Us