ଇସଲାମାବାଦ: ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ରାଣା ଭାରତକୁ ପ୍ରତ୍ୟର୍ପିତ ହେବା ଘଟଣାରେ ପାକିସ୍ତାନ କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପାକିସ୍ତାନ ତହବୁର ରାଣାଠାରୁ ନିଜକୁ ଦୂରେଇ ରଖିଛି। ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ା ନାଗରିକ ତହବୁର ରାଣାକୁ ପାକିସ୍ତାନ ବିଦେଶ ମନ୍ତ୍ରାଳୟ କାନାଡ଼ା ନାଗରିକ ଦର୍ଶାଇ ରାଣାଠାରୁ ଦୂରେଇ ରହିଛି।
ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଏନେଇ ଏକ ବିବୃତି ଜାରି କରି କହିଛନ୍ତି ଯେ ତହବୁର ରାଣା ଗତ ୨ ଦଶନ୍ଧି ହେବ ତା’ର ପାକିସ୍ତାନୀ କାଗଜପତ୍ର କିଛି ବି ନବୀକରଣ କରିନାହିଁ ଏବଂ ତା’ର ପାକିସ୍ତାନ ସହ କୌଣସି ସଂପର୍କ ନାହିଁ। ବିଶେଷଜ୍ଞମାନେ ବିଶ୍ବାସ କରୁଛନ୍ତି ଯେ ପାକିସ୍ତାନ ସେନା ଏବଂ ଆଇଏସ୍ଆଇ ସହ ତହବୁର ରାଣାର ସମ୍ପୃକ୍ତି କ’ଣ ତାହା ସେ ଭାରତରେ ବିଚାରଣ ସାମ୍ନା କଲେ ଜଣାପଡ଼ିବ। ୨୬/୧୧ ମୁମ୍ବାଇ ଆକ୍ରମଣ ମାମଲାରେ ପାକିସ୍ତାନ ନିଜର ଷଡ୍ଯନ୍ତ୍ର ଧରାପଡ଼ିଯିବା ଭୟରେ ରାଣାଠାରୁ ଦୂରେଇ ରହିବାକୁ ଚାହିଛି।
Follow Us