ରାଣାକୁ ଭାରତ ଆଣିବାକୁ ୧୪ ବର୍ଷ କାହିଁକି ଲାଗିଲା?

Advertisment

ମୁମ୍ବାଇରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ୧୬ ବର୍ଷ ପରେ ଶେଷରେ ଭାରତ ଏହାର ଷଡ୍‌ଯନ୍ତ୍ରକାରୀ ତହବୁର ରାଣାକୁ କାଠଗଡ଼ାକୁ ଆଣିପାରିଛି। ରାଣାକୁ ଆମେରିକାରୁ ଭାରତକୁ ଆଣିବା ପାଇଁ ପାଖାପାଖି ୧୪ ବର୍ଷ ଲାଗିଗଲା।

ମୁମ୍ବାଇରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ୧୬ ବର୍ଷ ପରେ ଶେଷରେ ଭାରତ ଏହାର ଷଡ୍‌ଯନ୍ତ୍ରକାରୀ ତହବୁର ରାଣାକୁ କାଠଗଡ଼ାକୁ ଆଣିପାରିଛି। ରାଣାକୁ ଆମେରିକାରୁ ଭାରତକୁ ଆଣିବା ପାଇଁ ପାଖାପାଖି ୧୪ ବର୍ଷ ଲାଗିଗଲା।

fssfsfxcxc

ନୂଆଦିଲ୍ଲୀ: ମୁମ୍ବାଇରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ୧୬ ବର୍ଷ ପରେ ଶେଷରେ ଭାରତ ଏହାର ଷଡ୍‌ଯନ୍ତ୍ରକାରୀ ତହବୁର ରାଣାକୁ କାଠଗଡ଼ାକୁ ଆଣିପାରିଛି। ରାଣାକୁ ଆମେରିକାରୁ ଭାରତକୁ ଆଣିବା ପାଇଁ ପାଖାପାଖି ୧୪ ବର୍ଷ ଲାଗିଗଲା। ଗତ ଫେବ୍ରୁଆରି ମାସରେ ହ୍ୱାଇଟ୍ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ପ୍ରତ୍ୟର୍ପଣକୁ ଅନୁମୋଦନ କରିଥିଲେ। ୨୦୧୧ ମସିହାରେ ରାଣା ବିରୋଧରେ ପ୍ରଥମ ଚାର୍ଜସିଟ୍ ଦାଖଲ ହେବା ପରେ ଆଇନଗତ ପ୍ରକ୍ରିୟା ଓ ରିଭ୍ୟୁ ପିଟିସନ ତା’ର ପ୍ରତ୍ୟର୍ପଣରେ ବିଳମ୍ବ ଘଟାଇଥିଲା। ଗତ ଏପ୍ରିଲ ୪ ତାରିଖରେ ଆମେରିକାର ସୁପ୍ରିମ୍‌କୋର୍ଟ ରାଣାର ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିବା ପରେ ତା’ର ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯାଇଥିଲା। 

ପ୍ରତ୍ୟର୍ପଣ ପାଇଁ ଲମ୍ବା ଲଢ଼େଇ
ଲସ୍କର-ଏ-ତୋଇବା (ଏଲ୍‌ଇଟି) ସହ ସଂପୃକ୍ତି ଏବଂ ଏକ ଧାର୍ମିକ କାର୍ଟୁନ୍ ପ୍ରକାଶ କରିଥିବା ଡେନମାର୍କର ଏକ ଖବରକାଗଜ କାର୍ଯ୍ୟାଳୟ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ତହବୁର ରାଣାକୁ ଅକ୍ଟୋବର ୨୦୦୯ରେ ସିକାଗୋରେ ଗିରଫ କରାଯାଇଥିଲା। ତେବେ ୨୦୦୯ରେ ମୁମ୍ବାଇ ପୁଲିସ ଦାଖଲ କରିଥିବା ପ୍ରଥମ ଚାର୍ଜସିଟ୍‌ରେ ତା’ର ନାମ ନ ଥିଲା। ୨୦୧୧ ମସିହାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା ଚାର୍ଜସିଟ୍‌ରେ ରାଣାର ନାମ ପ୍ରଥମେ ଉଲ୍ଲେଖ କରାଯାଇଥିଲା। ଏହି ଚାର୍ଜସିଟ୍‌ରେ ଏନ୍‌ଆଇଏ ବିସ୍ତୃତ ଭାବେ ଉଲ୍ଲେଖ କରିଛି ଯେ ରାଣା କିପରି ଲସ୍କର-ଏ-ତୋଇବା ସ୍କାଉଟ୍ ଡେଭିଡ୍ କୋଲମ୍ୟାନ୍ ହେଡଲିକୁ ତା’ର ଇମିଗ୍ରେସନ କନ୍‌ସଲଟାନ୍ସି ବ୍ୟବସାୟ ମାଧ୍ୟମରେ ଲଜିଷ୍ଟିକ୍ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲା। ଲସ୍କର-ଏ-ତୋଇବାର ୧୦ ଜଣ ଆତଙ୍କବାଦୀଙ୍କ ଆକ୍ରମଣ ପୂର୍ବରୁ ହେଡଲି ଦୁଇ ବର୍ଷ ଧରି ମୁମ୍ବାଇର ଟାର୍ଗେଟ୍‌ ଉପରେ ସର୍ଭେ କରିଥିଲା। ତେବେ ରାଣାର ପିଲାଦିନର ସାଙ୍ଗ ହେଡଲି ହିଁ ୨୦୧୬ରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ସାକ୍ଷ୍ୟ ଦେବା ସମୟରେ ସବିଶେଷ ତଥ୍ୟ ପ୍ରକାଶ କରିଥିଲା।

‘ଡବଲ୍ ରିସ୍କ’ ଯୁକ୍ତି
ଆମେରିକାରେ ରାଣାକୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା। ୨୦୧୯ରେ ରାଣାକୁ ପ୍ରତ୍ୟର୍ପଣ କରିବା ପାଇଁ ଭାରତ ଆନୁଷ୍ଠାନିକ ଭାବେ ଆମେରିକାକୁ କୂଟନୈତିକ ନୋଟ୍ ପ୍ରଦାନ କରିଥିଲା। ୨୦୨୦ ଜୁନ୍ ୧୦ ତାରିଖରେ ଭାରତ ରାଣାର ପ୍ରତ୍ୟର୍ପଣ ପାଇଁ ଦାବି କରିଥିଲା। ଭାରତର ପ୍ରତ୍ୟର୍ପଣ ଅନୁରୋଧ ଆଧାରରେ କାଲିଫର୍ଣ୍ଣିଆର ଏକ ଅଦାଲତ ୨୦୨୦ରେ ଅସ୍ଥାୟୀ ଗିରଫ ପରୱାନାରେ ସ୍ୱାକ୍ଷର କରିଥିଲେ। ରାଣା ‘ଡବଲ୍ ରିସ୍କ’ ଆଧାରରେ ଏହାକୁ ବିରୋଧ କରିଥିଲା। ଯେହେତୁ ରାଣା ବିରୋଧରେ ସମାନ ଅଭିଯୋଗରେ ବିଚାର ଚାଲିଛି, ତେଣୁ ତା’ ବିରୋଧରେ ପୁନର୍ବାର ମାମଲା ରୁଜୁ କରିବା ବେଆଇନ ହେବ ବୋଲି ତା’ର ଆଇନଜୀବୀ ଦଳ ଯୁକ୍ତି ବାଢ଼ିଥିଲେ ମଧ୍ୟ ବିଚାରପତି ତାଙ୍କ ଅନୁରୋଧକୁ ଖାରଜ କରିଦେଇଥିଲେ। ସେତେବେଳେ ଆମେରିକା ରାଷ୍ଟ୍ରପତି ଥିଲେ ଜୋ ବାଇଡେନ, ଯିଏ କି ୧୯୯୭ରେ ଦୁଇ ଦେଶ ଦ୍ୱାରା ସ୍ୱାକ୍ଷରିତ ଚୁକ୍ତି ଆଧାରରେ ରାଣାର ଭାରତ ପ୍ରତ୍ୟର୍ପଣକୁ ସମର୍ଥନ କରିଥିଲେ।

ଆଇନଗତ ବିକଳ୍ପ ସମାପ୍ତ ହେଲା
୨୦୨୦ରୁ ରାଣା ନିମ୍ନ ଓ ସଂଘୀୟ ଅଦାଲତରେ ତା’ ପ୍ରତ୍ୟର୍ପଣ ବିରୋଧରେ ଅନେକ ପିଟିସନ ଦାଖଲ କରିଥିଲା। ସାନ୍ ଫ୍ରାନ୍ସିସ୍କୋସ୍ଥିତ ନର୍ଥ ସର୍କିଟ୍ ପାଇଁ କୋର୍ଟ ଅଫ୍ ଅପିଲ୍ସ ତାକୁ ପ୍ରତ୍ୟର୍ପଣ ପାଇଁ ନିର୍ଦ୍ଦେଶ ଦେବା ପରେ ଶେଷରେ ସେ ନଭେମ୍ବର ୨୦୨୪ରେ ଆମେରିକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବାର ଗୋଟିଏ ଦିନ ପରେ ଜାନୁଆରି ୨୧ରେ ରାଣାର ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇବା ପାଇଁ କରାଯାଇଥିବା ରିଭ୍ୟୁ ପିଟିସନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ଫେବ୍ରୁଆରି ୧୧ ତାରିଖରେ ବୈଦେଶିକ ସଚିବ ମାର୍କୋ ରୁବିଓ ଆନୁଷ୍ଠାନିକ ଭାବେ ରାଣାକୁ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଏହା ସାର୍ବଜନୀନ ଭାବେ ଘୋଷଣା କରିତିଲେ। ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇବା ପାଇଁ ରାଣା ଜିଲ୍ଲା ଅଦାଲତ ଓ   ସର୍କିଟ କୋର୍ଟ ଅଫ୍ ଅପିଲ୍ସରେ ଜରୁରିକାଳୀନ ଆବେଦନ କରିଥିଲା। ଉଭୟ ଆବେଦନ ଖାରଜ ହୋଇଯାଇଥିଲା, ଯାହା ପ୍ରତ୍ୟର୍ପଣ ପାଇଁ ବାଟ ଖୋଲିଥିଲା। ତା’ର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା, ପାର୍କିନସନ୍, କିଡନୀ ରୋଗ, ହୃଦ୍-ଜନିତ ଜଟିଳତା ଏବଂ ଭାରତରେ ନିର୍ଯାତନାର ଶିକାର ହେବାର ଆଶଙ୍କା ଥିବା ଦର୍ଶାଇ ରାଣା ତା’ର ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ତା’ ଆବେଦନକୁ ଖାରଜ କରି ରାଣାକୁ ଭାରତ ଫେରାଇ ଆଣିବା ପାଇଁ ବାଟ ସଫା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe