ସେନା ରାଜନୀତି ଠାରୁ ଦୂରରେ ରହେ ଏବଂ କ୍ଷମତାରେ ଥିବା ସରକାରର ନିର୍ଦ୍ଦେଶକୁ ମାନି କାର୍ଯ୍ୟ କରେ: ସିଡିଏସ୍‌ ଜେନେରାଲ ରାଓ୍ଵତ୍‌

ସେନା ରାଜନୀତି ଠାରୁ ଦୂରରେ ରହେ ଏବଂ କ୍ଷମତାରେ ଥିବା ସରକାରର ନିର୍ଦ୍ଦେଶକୁ ମାନି କାର୍ଯ୍ୟ କରେ: ସିଡିଏସ୍‌ ଜେନେରାଲ ରାଓ୍ଵତ୍‌

The Indian Express

ନୂଆଦିଲ୍ଲୀ: ନବନିଯୁକ୍ତ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ଵତ୍‌ ଆଜି କହିଛନ୍ତି ଯେ ସଶସ୍ତ୍ର ସେନା ରାଜନୀତି ଠାରୁ ଦୂରରେ ରୁହେ ଏବଂ କ୍ଷମତାରେ ଥିବା ସରକାରର ନିର୍ଦ୍ଦେଶକୁ ମାନି ନିଜର କର୍ତ୍ତବ୍ୟ ସଂପାଦନ କରେ। ଏଥିସହ ସେ ସ୍ପଷ୍ଟ କରି ଦେଇଛନ୍ତି ଯେ ସିଡିଏସ୍‌ ଭାବେ ମୋର ଦାୟିତ୍ୱ ହେଲା, ସେନାର ତିନିଟି ବିଭାଗକୁ ଏକୀକୃତ କରିବା ଏବଂ ସମସ୍ତଙ୍କୁ ନେଇ ଏକ ଟିମ୍‌ ଭାବେ ଦାୟିତ୍ୱ ଓ କର୍ତ୍ତବ୍ୟର ସଂପାଦନ କରିବା। ‘ମୁଁ ନିଶ୍ଚିତ କରିଦେବାକୁ ଚାହେଁ ଯେ ସ୍ଥଳସେନା, ନୌସେନା ଓ ବାୟୁସେନା ଏକ ଟିମ୍‌ ରୂପେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟର ସଂପାଦନ କରିବେ। ସିଡିଏସ୍‌ ଭାବେ ମୁଁ ସେମାନଙ୍କୁ ନିୟନ୍ତ୍ରଣ କରିବି। ଟିମ୍‌ର ସଦସ୍ୟ ଭାବେ ତିନି ସେନା ମିଳିତ ଭାବେ ସେମାନଙ୍କର କାର୍ଯ୍ୟ ସଂପାଦନ କରିବେ’।

publive-image The Tribune

ତିନି ସେନା ପକ୍ଷରୁ ଆଜି ମିଳିତ ଭାବେ ଦିଆ ଯାଇଥିବା ଗାର୍ଡ ଅଫ୍‌ ଅନରକୁ ଗ୍ରହଣ କରିବା ପରେ ଏକଥା କହିଛନ୍ତି ନବନିଯୁକ୍ତ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ଵତ୍‌। ଜେନେରାଲ ବିପିନ ରାଓ୍ଵତ୍‌ଙ୍କ ନୂତନ ନିଯୁକ୍ତିକୁ କେନ୍ଦ୍ରକରି ଦେଶରେ ଏକ ରାଜନୈତିକ ବିବାଦ ସୃଷ୍ଟି ହୋଇଥିବା ବେଳେ ସେ ଏଭଳି ମନ୍ତବ୍ୟ ରଖି ନିଜର ସ୍ଥିତିକୁ ସ୍ପଷ୍ଟ କରି ଦେଇଛନ୍ତି।

ନୂତନ ପଦବୀରେ ଆଜି ନିଜର ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ ରାଓ୍ଵତ୍‌ କହିଛନ୍ତି, ‘ମୋର ପ୍ରଧାନ କାର୍ଯ୍ୟ ହେଉଛି ସିଡିଏସ୍‌ ଭାବେ ତିନି ସେନାକୁ ଏକୀକୃତ କରିବା ସହ ଉପଲବ୍ଧ ଥିବା ସାଧନକୁ ବ୍ୟବହାର କରି ସର୍ବୋତ୍କଷ୍ଟ ଫଳ ପ୍ରଦାନ କରିବ ଏବଂ ତିନି ସେନାର ଦକ୍ଷତା ବୃଦ୍ଧି କରିବା। ମୁଁ ମୋର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସଂପୂର୍ଣ୍ଣ ସଚେତନ। ରାଜନୀତିଠାରୁ ନିଜକୁ ସଂପୂର୍ଣ୍ଣ ରୂପେ ଦୂରେଇ ରଖି ମୁଁ ମୋର ଦାୟିତ୍ୱ ଓ କର୍ତ୍ତବ୍ୟର ସଂପାଦନ କରିବି’ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି ନବନିଯୁକ୍ତ ସିଡିଏସ୍‌ ଜେନେରାଲ ରାଓ୍ଵତ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe