ସପ୍ତାହକରେ ୮୦୦ ରୁଷ୍‌ ସୈନିକଙ୍କୁ ନିପାତ କରିଛୁ: ୟୁକ୍ରେନ

Advertisment
ୟୁକ୍ରେନ୍ ଯୁଦ୍ଧ ପାଇଁ ଆଉ ୪ ଲକ୍ଷ ସୈନ୍ୟଙ୍କୁ ନିଯୁକ୍ତ କରିବ ରୁଷ୍

ନୂଆଦିଲ୍ଲୀ  : ଗତ ସପ୍ତାହକ ମଧ୍ୟରେ ୟୁକ୍ରେନ ରୁଷ୍‌ର ୮୦୦ ସୈନିକଙ୍କୁ ନିପାତ କରିଥିବା ଦାବି କରିଛି। ୟୁକ୍ରେନ ସେନା ଗୁରୁବାର କରିଥିବା ଆକଳନ ଅନୁଯାୟୀ ପୂର୍ବ ଡୋନେସ୍କ ଅଞ୍ଚଳ‌ରେ ଏହା ଆକ୍ରମଣ କରି ୮୦୦ ରୁଷୀୟ ସୈନିକଙ୍କୁ ନିପାତ କରିଛି।

ଯୁଦ୍ଧର ନିୟମିତ ବିସ୍ତୃତ ଖବର ପ୍ରଦାନ କରି ୟୁକ୍ରେନ ସେନା କହିଛି ଯେ ଗତ ସପ୍ତାହକ ମଧ୍ୟରେ ଏହା ରୁଷ୍‌ର ଗୋଟିଏ ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ୩ଟି ଟ୍ୟାଙ୍କ୍‌ ଧ୍ବଂସ କରିଦେଇଛି। ରୁଷ୍‌ର କ୍ଷେପଣାସ୍ତ୍ର ଏବଂ ରକେଟ ମାଡ଼ ଯୋଗୁଁ ୟୁକ୍ରେନ‌ରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ କହିଛି।

ୟୁକ୍ରେନ‌ ସେନାର ଦାବି ଅନୁଯାୟୀ ରୁଷ୍‌ ସେନା ବଖମୁଟ ସେକ୍ଟର ଉପରେ ଫୋକସ୍‌ କରିଛି। ରୁଷ୍‌ ଗତ ୬ ମାସ ଧରି ବଖମୁଟକୁ ଅକ୍ତିଆର କରିବାପାଇଁ ଚେଷ୍ଟା କରିଛି। ବଖମୁଟରେ ଲଢ଼େଇ ମଧ୍ୟ ଜୋରଦାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe