ଆମେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ: ବାୟୁସେନା ମୁଖ୍ୟ

Advertisment
ଆମେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ଏୟାର ଚିଫ୍ ମାର୍ସାଲ ଭିଆର୍ ଚୌଧରୀ ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି ଯେ ଆଗରୁ ଆମେ ସଂକ୍ଷିପ୍ତ ଓ କ୍ଷିପ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲୁ। କିନ୍ତୁ ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ବର୍ତ୍ତମାନ ସମୟ ଆସିଛି ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାର। ଚୌଧରୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ରୁଷିଆ ୟୁକ୍ରେନ୍‌ଠାରୁ ଯଥେଷ୍ଟ ଶକ୍ତିଶାଳୀ ହେଲେ ମଧ୍ୟ ଏତେ ଦୀର୍ଘ ସମୟ ଯାଏ ଯୁଦ୍ଧ ଲାଗି ରହିବାର କାରଣ କ’ଣ? ଏହାର ଉତ୍ତର ଦେବା ଅବସରରେ ଚୌଧରୀ କହିଥିଲେ ଯେ ରୁଷ୍-ୟୁକ୍ରେନ୍ ଯୁଦ୍ଧରୁ ଆମକୁ ଶିକ୍ଷା ଗ୍ରହଣ କରିବାର ଅଛି। ଆମେ ମଧ୍ୟ ଦରକାର ପଡ଼ିଲେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ।

ସେ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଯୁଦ୍ଧ ପ୍ରସ୍ତୁତି ବେଳେ ଅନେକ ଜିନିଷ ବିଚାର କରିବାର ଅଛି। ଅସ୍ତ୍ରଶସ୍ତ୍ର ଚୟନ, ରକ୍ଷଣାବେକ୍ଷଣ, ଯୁଦ୍ଧ ସମାପ୍ତି ମାନଦଣ୍ଡ ଏବଂ ଉପଯୁକ୍ତ କୌଶଳ ସହ ପ୍ରଯୁକ୍ତିର ଉପଯୋଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆମେ ଏରୋସ୍ପେସ୍ ପାୱାର ଉପରେ ମଧ୍ୟ ଗୁରୁତ୍ବ ଦେଉଛୁ ଯାହା ନେଭିଗେସନ, ପୋଜିସନ ଓ ଟାଇମ୍ ମ୍ୟାପିଂ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବାୟୁସେନା ମୁଖ୍ୟ ମାର୍ସାଲ ଚୌଧରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe