ଉଦ୍ଧାର ହୋଇଥିବା କୁମ୍ଭୀରକୁ ମୁକ୍ତ କରିବା ପାଇଁ ୫୦ହଜାର ଟଙ୍କା ଦାବି କଲେ ଗ୍ରାମବାସୀ

Advertisment
ଉଦ୍ଧାର ହୋଇଥିବା କୁମ୍ଭୀରକୁ ମୁକ୍ତ କରିବା ପାଇଁ ୫୦ହଜାର ଟଙ୍କା ଦାବି କଲେ ଗ୍ରାମବାସୀ

imesnownews.com

ବରେଲି: ଉତ୍ତରପ୍ରଦେଶର ଏକ ଗାଁରେ ଉଦ୍ଧାର ହୋଇଥିବା କୁମ୍ଭୀରକୁ ମୁକ୍ତ କରିବା ପାଇଁ ଜଙ୍ଗଲ ଅଧିକାରୀଙ୍କୁ ୫୦,୦୦୦ ଟଙ୍କା ଦାବି କରିଥିଲେ ଗ୍ରାମବାସୀ।

ଏଭଳି ଏକ ଘଟଣା ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଦୁଧୱା ଟାଇଗର ରିଜର୍ଭ ନିକଟ ମିଦାନିଆ ଗ୍ରାମରେ ଘଟିଛି। ଗତ ମଙ୍ଗଳବାର ଦିନ ଏକ କୁମ୍ଭୀର ଗାଁ ପୋଖରୀକୁ ପଶି ଆସିଥିଲା। ପୋଖରୀରେ କୁମ୍ଭୀରକୁ ଦେଖି ଗ୍ରାମବାସୀଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା ।

ପ୍ରକାଶିତ ରିପୋର୍ଟ ମୁତାବକ,  ପୋଖରୀରୁ କୁମ୍ଭୀରକୁ ଉଦ୍ଧାର କରିଥିଲେ ହେଁ ଗ୍ରାମବାସୀମାନେ କୁମ୍ଭୀରକୁ ମୁକ୍ତ କରିବାକୁ ୫୦ହଜାର ଟଙ୍କା ଦାବି କରିଥିଲେ। ଏହାପରେ ଗ୍ରାମବାସୀ କୁମ୍ଭୀରକୁ ମୁକ୍ତ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦିଆଯାଇଥିଲା। ଶେଷରେ ପୁଲିସ ଏବଂ ଅନ୍ୟ ଅଧିକାରୀଙ୍କ ବୁଝାସୁଝା ପରେ ଗ୍ରାମବାସୀ କୁମ୍ଭୀରକୁ ମୁକ୍ତ କରି ଦେଇଥି‌ଲେ।

ଦୁଧୱା ଟାଇଗର ରିଜର୍ଭ ବଫର ଅଞ୍ଚଳର ଡେପୁଟି ଡାଇରେକ୍ଟର ଅନୀଲ ପଟେଲ କହିଛନ୍ତି ଯେ "ବଣୁଆ ଜନ୍ତୁକୁ ମୁକ୍ତ କରିବା ପାଇଁ ଗ୍ରାମବାସୀମାନେ ୫୦,୦୦୦ ଟଙ୍କା ମାଗିଥିଲେ। ନିଜ ଜୀବନକୁ ବିପଦରେ ପକାଇ କୁମ୍ଭୀରକୁ ଉଦ୍ଧାର କରିଥିବାରୁ ସେମାନେ ଏହି ଟଙ୍କା ପାଇବାକୁ ଯୋଗ୍ୟ ବୋଲି ଦାବି କରିଥିଲେ।

News - Latest News, Breaking News, Bollywood, Sports, Business and Political News | Times of India timesofindia.indiatimes.com

ତେବେ ଗ୍ରାମ ପୋଖରୀ ଭିତରକୁ ଏକ କୁମ୍ଭୀର ପଶି ଆସିଛି। ଯାହାକି ଗ୍ରାମର ଶିଶୁ ଓ ଗୋରୁଙ୍କ ପାଇଁ ବିପଦ ଥିବା ନେଇ ଜଙ୍ଗଲ ଅଧିକାରୀଙ୍କ ପାଖକୁ ଏକ କଲ ଆସିଥିଲା। ଜଙ୍ଗଲ ରେଞ୍ଜର ଅନିଲ ଶାହାଙ୍କ ନେତୃତ୍ୱରେ ଏକ ଟିମ୍ କୁମ୍ଭୀରକୁ ଉଦ୍ଧାର କରିବାକୁ ଗାଁ ଯାଇଥିଲେ। ପହଂଚିବା ବିଳମ୍ବ ହେବାରୁ ଗ୍ରାମବାସୀମାନେ କୁମ୍ଭୀରକୁ ଉଦ୍ଧାର କରି ନେଇଥିଲେ।

କୁମ୍ଭୀରକୁ ଉଦ୍ଧାର କରିବାରେ ଅତି କମରେ ୧୫ ଜଣ ସମ୍ପୃକ୍ତ ଥିବା ଗାଁ ମୁଖିଆ ଦାବି କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିବା ୧୫ଜଣଙ୍କ ତାଲିକା ମଧ୍ୟ ସେ ପ୍ରଦାନ କରିଛନ୍ତି ବୋଲି ଅନୀଲ ପଟେଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe