ଜୟଲଳିତାଙ୍କୁ ହସ୍ପିଟାଲ୍‌ରେ ପାଖରୁ ଦେଖିଥିଲୁ: ମନ୍ତ୍ରୀ

Advertisment
ଜୟଲଳିତାଙ୍କୁ ହସ୍ପିଟାଲ୍‌ରେ ପାଖରୁ ଦେଖିଥିଲୁ: ମନ୍ତ୍ରୀ

ଚେନ୍ନାଇ: ତାମିଲ୍‌ନାଡୁର ପୂର୍ବତନ ମଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ ଜୟଲଳିତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ରାଜ୍ୟର ମନ୍ତ୍ରୀମାନେ ନିଜ ନିଜ ହିସାବରେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଆମ୍ମାଙ୍କ ଦେହାନ୍ତକୁ ବର୍ଷେ ହେବାକୁ ବସିଲାଣି ହେଲେ ତାଙ୍କୁ ନେଇ ବିବାଦ କମିବାର ନାଁ ଧରୁନି। ମଙ୍ଗଳବାର ଦିନ ସହଯୋଗୀ ମନ୍ତ୍ରୀ ସେଲର୍‌ କେ ରାଜୁ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ‘ମୋ ସମେତ୍‌ ଅନ୍ୟ ମନ୍ତ୍ରୀମାନେ ଜୟଲଳିତାଙ୍କୁ ହସ୍ପିଟାଲ୍‌ରେ ଦେଖିଥିଲୁ।’ ଯଦିଓ ଆମ୍ମାଙ୍କ ନିକଟକୁ ଶଶିକଳାଙ୍କ ବ୍ୟତୀତ ଅନ୍ୟ କାହାରିକୁ ପାଖକୁ ଛଡ଼ା ଯାଉନଥିଲା ବୋଲି ହସ୍ପିଟାଲ୍‌ ପକ୍ଷରୁ ସୂଚନା ମିଳିଥିଲା।

କେ ରାଜୁଙ୍କର ଜଣେ ସିନିୟର୍‌ ସହଯୋଗୀ ତଥା ବନ୍ୟ ମନ୍ତ୍ରୀ ଦିନଦିଗୁଲ୍‌ ଶ୍ରୀ ଶ୍ରୀନିବାସ ରବିବାର ଏ ସଂପର୍କରେ ଭିନ୍ନ ମତ ରଖିଥିଲେ। ସେ କହିଥିଲେ ଯେ ସେମାନେ ଜୟଲଳିତାଙ୍କୁ ହସ୍ପିଟାଲ୍‌ରେ ଦେଖି ପାରି ନଥିଲେ।

ଏ ସଂପର୍କରେ ମନ୍ତ୍ରୀ ନିଲୋଫର କାଫିଲ୍‌ ମଙ୍ଗଳବାର ମତ ରଖିଛନ୍ତି ଯେ ଜୟଲଳିତାଙ୍କୁ ଆଇସିୟୁ ଭିତରକୁ ନିଆଗଲା ବେଳେ ସେ ସଚେତ ଅବସ୍ଥାରେ ଥିଲେ।

ଏହିଭଳି ଭାବେ ଆମ୍ମାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ତାମିଲନାଡୁର ମନ୍ତ୍ରୀମାନେ ଅଲଗା ମତ ରଖି ତଦନ୍ତକୁ ଜଟିଳ କରି ପକାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe