ମେ’ ୨ରେ ସବୁଜ ରଙ୍ଗରେ ଆମେ ଆଉ ଏକ ହୋଲି ଖେଳିବୁ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Advertisment
ମେ’ ୨ରେ ସବୁଜ ରଙ୍ଗରେ ଆମେ ଆଉ ଏକ ହୋଲି ଖେଳିବୁ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

indiatoday

ଚାନ୍ଦିପୁର: ତକାଲି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହୋଇଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୯୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୫ଟି ଜିଲ୍ଲାର ୩୦ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ କରିଥିଲେ ମତଦାତା। ତେବେ ମତଦାନର ଗୋଟେ ଦିନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ‌ମେ’୨ରେ ଭୋଟ ଗଣତି ହେବା ଦିନ ସବୁଜ ରଙ୍ଗରେ ଆମେ ଆଉ ଏକ ହୋଲି ଖେଳିବୁ।

ରବିବାର ଦିନ ପୂର୍ବ ମେଦିନୀପୁର ଜିଲ୍ଲାର ଚାନ୍ଦିପୁରର ଏକ ନିର୍ବାଚନ ରାଲିରେ ଦିଦି କହିଛନ୍ତି ଯେ, “ଗତକାଲି ଲୋକମାନେ ୩୦ଟି ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଦେଇଛନ୍ତି। ଆମେ ପୂର୍ବାନୁମାନ କରିପାରିବୁ ନାହିଁ। କିନ୍ତୁ ମତଦାନ ୮୪ପ୍ରତିଶତ ଥିବାରୁ ମୁଁ କହିପାରିବି ଯେ ଆମେ ଜିତିବୁ। ଏହା ସହ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଦିଦି କହିଛନ୍ତି ଯେ, ଜଣେ କେମିତି ମତଦାନର ପରଦିନ ଏଭଳି ଦାବି କରି ପାରିବ।

Kolkata: Mamata holds rally on Martyrs' Day News18

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ପଶ୍ଚିମବଙ୍ଗରେ ବିଜେପି ୩୦ଟି ଆସନରୁ ୨୬ଟି ଆସନ ଜିତିବା ସହ ଆସାମରେ ୪୭ରୁ ୩୭ଟି ଆସନରେ ବିଜୟ ହାସଲ କରିବ । ଶାହାଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଦିଦି କହିଛନ୍ତି ଯେ, ଆଜି ଜଣେ ନେତା କହିଛନ୍ତି ଯେ ବିଜେପି ୩୦ଟି ଆସନ ମଧ୍ୟରୁ ୨୬ଟି ଜିତିବ, ସେ କାହିଁକି ୩୦ଟି ଆସନରେ ଜିତିବେ ବୋଲି ଦାବି କରିନାହାଁନ୍ତି, ବାକି ସବୁ କଂଗ୍ରେସ ଏବଂ ସିପିଆଇ (ଏମ) ପାଇଁ ଛାଡିଛନ୍ତି କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe