ଆମେ ସାଥିରେ ଥିଲୁ, ଅଛୁ ଏବଂ ଆମ ସମ୍ପର୍କ ବହୁତ ପୁରୁଣା; ଲାଲୁଙ୍କୁ ଭେଟିବା ପରେ କହିଲେ ନୀତୀଶ

Advertisment
ଆମେ ସାଥିରେ ଥିଲୁ, ଅଛୁ ଏବଂ ଆମ ସମ୍ପର୍କ ବହୁତ ପୁରୁଣା; ଲାଲୁଙ୍କୁ ଭେଟିବା ପରେ କହିଲେ ନୀତୀଶ

ପାଟନା: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବୁଧବାର ଦିନ ଦିଲ୍ଲୀରୁ ପାଟନାରେ ପହଞ୍ଚିଛନ୍ତି। ବିମାନବନ୍ଦରରୁ ରାବଡୀ ଦେବୀଙ୍କ ବାସଭବନ ପର୍ଯ୍ୟନ୍ତ କର୍ମକର୍ତ୍ତାମାନେ ତାଙ୍କୁ ପାଛୋଟି ନେଇଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବାସଭବନରେ ପହଞ୍ଚି ତାଙ୍କ ସୁସ୍ଥତା ବିଷୟରେ ପଚାରି ବୁଝିଥିଲେ। ଏହି ସମୟରେ ନୀତୀଶ କୁମାର ଏବଂ ଲାଲୁ ପ୍ରସାଦଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବାର୍ତ୍ତାଳାପ ଚାଲିଥିଲା। ଯେତେବେଳେ ନୀତୀଶ କୁମାର ଲାଲୁ ଯାଦବଙ୍କୁ ଭେଟି ତାଙ୍କ ବାସଭବନରୁ ବାହାରକୁ ଆସିଲେ, ସେତେବେଳେ ତାଙ୍କୁ ସାମ୍ବାଦିକମାନଙ୍କ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା।

ତେବେ ଲାଲୁ ଯାଦବଙ୍କୁ ଭେଟିବା ନେଇ କିଛି କହିନଥିଲେ ବି, ଆମେ ସାଥିରେ ଥିଲୁ, ଅଛୁ ଏବଂ ଆମ ସମ୍ପର୍କ ବହୁତ ପୁରୁଣା ବୋଲି କହିଥିଲେ ନୀତୀଶ କୁମାର। ରାଜ୍ୟକୁ ଜଙ୍ଗଲ ରାଜ୍ ଫେରିଛି ବୋଲି ବିରୋଧୀ ଲଗାତାର କରୁଥିବା ଅଭିଯୋଗ ଉପ‌ରେ ଯେତେବେଳେ ନୀତୀଶ କୁମାରଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିିଥିଲେ, ଏହି ପ୍ରଶ୍ନର ଉତ୍ତରରେ ନୀତୀଶ କୁମାର କହିଥିଲେ ଯେ ବର୍ତ୍ତମାନ ଯାହା ମନକୁ ଆସିବ ସେମାନେ ସେ କଥା କହିବେ।

ନୀତୀଶଙ୍କ ସହ ତେଜସ୍ବୀ ଯାଦବ ଉପସ୍ଥିତ ଥିବାରୁ ତାଙ୍କୁ ଆଇନ ମନ୍ତ୍ରୀ କାର୍ତ୍ତେିକେୟ ସିଂହଙ୍କ ବିରୋଧରେ କୋର୍ଟ ଜାରି କରିଥିବା ୱାରେଣ୍ଟକୁ ପ୍ରଶ୍ନ କରାଯାଇଥିଲା। ବିରୋଧୀ କରୁଥିବା ସମାଲୋଚନା ବିଷୟରେ ପଚରାଯିବାରୁ ତେଜସ୍ବୀ କହିଥିଲେ, ବିରୋଧୀଙ୍କ ପାଖରେ କୌଣସି କାମ ନାହିଁ ଏବଂ ରୋଜଗାର ପ୍ରସଙ୍ଗରେ ଆମେ ଯେଉଁଭଳି କାର୍ଯ୍ୟ ଆରମ୍ଭ କରିଛୁ ତାହା ବିରୋଧୀଙ୍କୁ କ୍ରୋଧିତ କରିଛି। ଆମେ କ୍ଷମତାକୁ ଆସିଛୁ ଏବଂ ଆମ ସରକାର ନିରନ୍ତର ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe