ମୁସେୱାଲାଙ୍କୁ ନ୍ୟାୟ ଦେବା ଆମର କର୍ତ୍ତବ୍ୟ ଏବଂ ଆମେ ତାହା କରିବୁ; ହତ୍ୟାର ଏକ ସପ୍ତାହ ପରେ ରାହୁଲଙ୍କ ବୟାନ

ମୁସେୱାଲାଙ୍କୁ ନ୍ୟାୟ ଦେବା ଆମର କର୍ତ୍ତବ୍ୟ ଏବଂ ଆମେ ତାହା କରିବୁ; ହତ୍ୟାର ଏକ ସପ୍ତାହ ପରେ ରାହୁଲଙ୍କ ବୟାନ

ଚଣ୍ଡୀଗଡ଼: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯିବାର ଏକ ସପ୍ତାହ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ତାଙ୍କ ପରିବାରକୁ ଭେଟିବାକୁ ଯାଇ ମନ୍‌ସାରେ ଥିବା ତାଙ୍କ ବାସଭବନରେ ପହଞ୍ଚିଥିଲେ। ସେ ସକାଳେ ଚଣ୍ଡୀଗଡ଼ ବିମାନବନ୍ଦରରେ ପହଞ୍ଚିବା ପରେ କାର୍‌ ଯୋଗେ ମୁସେୱାଲାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇ ତାଙ୍କ ବାସଭବନରେ ପହଞ୍ଚି ସେମାନଙ୍କୁ ସମବେଦନା ଜଣାଇଥିଲେ।

publive-image aajtak

ମୁସେୱାଲାଙ୍କ ପରିବାରକୁ ଭେଟିବା ପରେ ରାହୁଲ ଏକ ଟ୍ବିଟ ଯୋଗେ ନିଜ ମନର କଥା କହିଥିବା ଦେଖାଯାଇଛି। ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ସିଦ୍ଧୁ ମୁସେୱାଲାଙ୍କ ପିତାମାତା ଯେଉଁ ଦୁଃଖ ଭୋଗୁଛନ୍ତି ତାହା ବର୍ଣ୍ଣନା କରିବା କଷ୍ଟକର। ସେମାନଙ୍କୁ ନ୍ୟାୟ ଦେବା ଆମର କର୍ତ୍ତବ୍ୟ ଏବଂ ଆମେ ତାହା କରିବୁ। ରାଜ୍ୟର ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭଙ୍ଗ ହୋଇଛି। ପଞ୍ଜାବରେ ଶାନ୍ତି ବଜାୟ ରଖିବା ଆପ୍ ସରକାରଙ୍କ କ୍ଷମତା ବାହାରେ।

ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ମୁସେୱାଲାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ୨ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରାଯାଇଛି। ସିସିଟିଭି ଯାଞ୍ଚ କରିବା ପରେ ସେଲଫି ନେବା ବାହା‌ନାରେ ମୁସେୱାଲାଙ୍କ ବିଷୟରେ ସାର୍ପ ସୁଟରକୁ ଖବର ଦେଇଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ହତ୍ୟାକାଣ୍ଡ ସହ ଜଡ଼ିତ ଥିବା ସନ୍ଦେହ କରି ପୁଲିସ ତାକୁ ଗିରଫ କରିଥିବା ଜଣାପଡ଼ିଛି।

ଏହା ସହ ଦିଲ୍ଲୀର ତିହାର ଜେଲରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଦିଲ୍ଲୀର ସ୍ପେଶାଲ ସେଲ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe