ଗୁଜରାଟରେ କ୍ଷମତାକୁ ଆସିଲେ ମୋଦୀ-ମୋଦୀ କରୁଥିବା ଯୁବପିଢ଼ିଙ୍କୁ ବି ରୋଜଗାର ଦେବି: କେଜ୍ରିୱାଲ

Advertisment
ଗୁଜରାଟରେ କ୍ଷମତାକୁ ଆସିଲେ ମୋଦୀ-ମୋଦୀ କରୁଥିବା ଯୁବପିଢ଼ିଙ୍କୁ ବି ରୋଜଗାର ଦେବି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରବିବାର ପୁଣି ଗୁଜରାଟରେ ପହଞ୍ଚିଛନ୍ତି। ଆଗକୁ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବା ବେଳେ ଲୋକଙ୍କ ସମର୍ଥନ ହାସଲ କରିବାରେ ଲାଗିପଡ଼ିଛନ୍ତି କେଜ୍ରିୱାଲ। ଏନେଇ ସେ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ବାଧ୍ୟତାମୂଳକ ଭାବେ ବିଜେପିକୁ ଭୋଟ୍ ଦେଉଥିଲେ। କାରଣ ସେମାନଙ୍କ ପାଖରେ ଦୁର୍ନୀତିଗ୍ରସ୍ତ କଂଗ୍ରେସ ହିଁ ଗୋଟିଏ ବିକଳ୍ପ ଥିଲା। କିନ୍ତୁ ବର୍ତ୍ତମାନ ଜନସାଧାରଣଙ୍କ ପାଖରେ 'ଆପ୍' ର ବିକଳ୍ପ ଅଛି।

ଯୁବପିଢ଼ିଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ କେଜ୍ରିୱାଲ କହିଛନ୍ତି ଯେ, ଯଦି ଗୁଜରାଟରେ ଆପର ସରକାର ଗଠନ ହୁଏ ତେବେ ୧୦ଲକ୍ଷ ସରକାରୀ ଚାକିରି ଦିଆଯିବ। ଆଜିକାଲି ଗୁଜରାଟର ହ୍ବାଟସଆପ ଆପ୍ ଗ୍ରୁପରେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ହେଉଛି ଯେ, ଯଦି ଆପଣ କଂଗ୍ରେସକୁ ଭୋଟ୍ ଦିଅନ୍ତି ତେବେ ସୋନିଆ ଗାନ୍ଧୀଙ୍କ ପୁଅ ଅଗ୍ରଗତି କରିବେ। ଯଦି ଆପଣ ବିଜେପିକୁ ଭୋଟ୍ ଦିଅନ୍ତି, ତେବେ ଅମିତ ଶାହାଜୀଙ୍କର ପୁଅ ଅଗ୍ରଗତି କରିବେ ଏବଂ ଯଦି ଆପଣ ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦିଅନ୍ତି, ତେବେ ଗୁଜରାଟର ପ୍ରତ୍ୟେକ ପିଲା ଅଗ୍ରଗତି କରିବେ। ଆମେ କ୍ଷମତାକୁ ଆସିଲେ ଗୁଜରାଟର ପ୍ରତ୍ୟେକ ଯୁବପିଢ଼ିଙ୍କୁ ନିଯୁକ୍ତି ଦିଆଯିବ। ଚାକିରି ନହେବା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରତି ମାସରେ ୩ହଜାର ବେରୋଜଗାର ଭତ୍ତା ଦିଆଯିବ।

ସେ ଆହୁରି କହିଥିଲେ ଯେ, କିଛି ଦିନ ତଳେ ମୁଁ ଗୁଜରାଟ ଆସିବା ସମୟରେ ବିମାନବନ୍ଦରରେ କିଛି ଯୁବକ ମୋଦୀ-ମୋଦୀ ସ୍ଲୋଗାନ ଦେଇଥିଲେ। ମୁଁ ସେମାନଙ୍କୁ ସ୍ଲୋଗାନ ବଦଳାଇବାକୁ କହିବନି। କିନ୍ତୁ କ୍ଷମତାକୁ ଆସିଲେ ମୁଁ ସେମାନଙ୍କୁ ଚାକିରି ନିଶ୍ଚିତ ଦେବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe