ସ୍ବର୍ଗରେ ଆମର ଭେଟ ହେବ: ଯୁଦ୍ଧରେ ନିହତ ମାଆଙ୍କ ପ୍ରତି ୯ ବର୍ଷୀୟ ୟୁକ୍ରେନୀୟ ବାଳିକାର ଆବେଗଭରା ଚିଠି

Advertisment
ସ୍ବର୍ଗରେ ଆମର ଭେଟ ହେବ: ଯୁଦ୍ଧରେ ନିହତ ମାଆଙ୍କ ପ୍ରତି ୯ ବର୍ଷୀୟ ୟୁକ୍ରେନୀୟ ବାଳିକାର ଆବେଗଭରା ଚିଠି

Image Courtesy of India Today

କିବ୍‌: ଭଲ ପିଲା ହେବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି ଏବଂ ସ୍ବର୍ଗରେ ପୁଣି ଆମର ଭେଟ ହେବ ବୋଲି ଯୁଦ୍ଧରେ ମୃତ୍ୟୁବରଣ କରିଥିବା ମାଆଙ୍କ ଉଦ୍ଦେଶ୍ୟରେ ଜଣେ ୯ ବର୍ଷୀୟ ୟୁକ୍ରେନୀୟ ବାଳିକା ଚିଠି ଲେଖିଛି।

ହସ୍ତଲିଖିତ ସେ ଚିଠିର ଫଟୋ ୟୁକ୍ରେନ୍ ଅଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ଉପଦେଷ୍ଟା ଆଣ୍ଟୋନ୍‌ ଗେରାସ୍‌ଚେଙ୍କୋ ଟୁଇଟ୍‌ କରି ସେୟାର୍‌ କରିଛନ୍ତି। ଟୁଇଟ୍‌ରେ ସେ ଲେଖିଛନ୍ତି, ବୋରୋଦିୟାଙ୍କ୍‌ରେ ମୃତ୍ୟୁବରଣ କରିଥିବା ମାଆଙ୍କ ପ୍ରତି ୯ ବର୍ଷୀୟ ବାଳିକାର ପତ୍ର।

‘ଦି ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ ଅନୁସାରେ, କାର୍‌ ଉପରେ ରୁଷୀୟ ଆକ୍ରମଣ ଯୋଗୁଁ ଟିକି ଝିଅର ମାଆଙ୍କର ମୃତ୍ୟୁ ହୋଇଥିଲା।

publive-image Image Courtesy of India Today

ଡାଏରିରେ ଲେଖିଥିବା ଚିଠିରେ ଝିଅଟି ଲେଖିଛି, ମାଆ। ଏ ଚିଠିଟି ମାର୍ଚ ୮ ତାରିଖ ଉପଲକ୍ଷେ ତୋ ପାଇଁ ଉପହାର। ମୋ ଜୀବନର ସବୁଠୁ ଭଲ ୯ ବର୍ଷ ପାଇଁ ତୋ ନିକଟରେ କୃତଜ୍ଞ।

ମୋର ବାଲ୍ୟକାଳ ପାଇଁ ମୁଁ ତୋ ନିକଟରେ ଖୁବ୍‌ କୃତଜ୍ଞ। ତୁ ହେଉଛୁ ଦୁନିଆରେ ସବୁଠୁ ବଢ଼ିଆ ମାଆ। ମୁଁ ତତେ ଭୁଲି ପାରିବି ନାହିଁ। ମୋର ଇଚ୍ଛା, ତୁ ଆକାଶରେ ଖୁସିରେ ରହ। ମୋର ଆଶା ତୁ ସ୍ବର୍ଗକୁ ଯାଆ। ସ୍ବର୍ଗରେ ଆମର ଭେଟ ହେବ। ମୁଁ ବି ସ୍ବର୍ଗକୁ ଯିବା ପାଇଁ ଭଲ ପିଲାଟିଏ ହେବାକୁ ଆପ୍ରାଣ ଉଦ୍ୟମ କରିବି।

ଚିଠି ଶେଷରେ ଦସ୍ତଖତ କରିବା ଆଗରୁ ସେ ଲେଖିଛି- ବୋକ ଦେଉଛି, ଗାଲିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe