ଆମେ ଗୋଟେ ଇଞ୍ଚ ଜମି ଦେବୁ ନାହିଁ: ଟ୍ରମ୍ପ୍-ପୁଟିନଙ୍କ ସାକ୍ଷାତ ନେଇ ଜେଲେନକ୍ସିଙ୍କ ଚେତାବନୀ

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନକ୍ସି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରସ୍ତାବିତ ବୈଠକକୁ ନେଇ ନିରାଶା ପ୍ରକାଶ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, ୟୁକ୍ରେନ ବିନା କୌଣସି ଚୁକ୍ତି କିପରି ହୋଇପାରିବ...

We will not give up an inch of land: Zelenskyy's warning on Trump-Putin meeting

We will not give up an inch of land: Zelenskyy's warning on Trump-Putin meeting Photograph: (sambad.in)

କିଭ୍: ଆଲାସ୍କାରେ ଡୋନାଲ୍ଡ ଟ୍ରମ୍ପ୍ ଏବଂ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରସ୍ତାବିତ ବୈଠକକୁ ନେଇ ୟୁକ୍ରେନର ରାଷ୍ଟ୍ରପତି ଜେଲେନକ୍ସି କ୍ରୋଧ ପ୍ରକାଶ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ୟୁକ୍ରେନ ଗୋଟିଏ ଇଞ୍ଚ ମଧ୍ୟ ଜମି ଦେବ ନାହିଁ। ଟ୍ରମ୍ପ୍ ଏବଂ ପୁଟିନଙ୍କ ମଧ୍ୟରେ ବୈଠକରେ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଏକ କ୍ଷେତ୍ରୀୟ ଆଦାନପ୍ରଦାନ ଉପରେ ସହମତ ହୋଇପାରେ ବୋଲି ପ୍ରକାଶ ପାଇଥିବା ରିପୋର୍ଟ ନେଊ ଜେଲେନେକ୍ସି ଏଭଳି ମନ୍ତବ୍ୟ ଦେଇଛନ୍ତି। 

ଜେଲେନସ୍କି ସ୍ପଷ୍ଟ ଭାବରେ କହିଛନ୍ତି ଯେ, ୟୁକ୍ରେନ ବିନା ଦୁଇ ନେତାଙ୍କ ମଧ୍ୟରେ କିପରି କୌଣସି ଚୁକ୍ତି ହୋଇପାରିବ। ଯଦି ଏହି ନିଷ୍ପତ୍ତି ନିଆଯାଏ, ତେବେ ଏହା ଶାନ୍ତି ବିରୁଦ୍ଧରେ ଏକ ବହୁତ ଖରାପ ନିଷ୍ପତ୍ତି ହେବ। ଯାହା ସଫଳ ହେବା ପୂର୍ବରୁ ବିଫଳ ହେବ। ଦି ସନ୍‌ରେ ଜେଲେନସ୍କିଙ୍କ ମନ୍ତବ୍ୟ ପ୍ରକାଶ ପାଇଛି। ଏଥିରେ ପ୍ରକାଶ ପାଇଛି, ୟୁକ୍ରେନ ବିରୁଦ୍ଧରେ ଯେକୌଣସି ନିଷ୍ପତ୍ତି ଶାନ୍ତି ବିରୁଦ୍ଧରେ ଏବଂ ଏହା ଦ୍ୱାରା କିଛି ହାସଲ ହେବ ନାହିଁ। ଆମେ ସମସ୍ତେ ପ୍ରକୃତ ଶାନ୍ତି ଚାହୁଁ, ଯାହାକୁ ସମସ୍ତେ ମଧ୍ୟ ସମ୍ମାନ କରନ୍ତି।


ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ପୋଷ୍ଟରେ ଜେଲେନକ୍ସି କହିଛନ୍ତି, ଟ୍ରମ୍ପ୍ ଏବଂ ପୁଟିନ ଏକାଠି ଭେଟିବାକୁ ପ୍ରସ୍ତୁତ। ଏହା ଆଲାସ୍କାରେ ହେବାକୁ ଯାଉଛି। ଯାହା ଯୁଦ୍ଧଠାରୁ ବହୁତ ଦୂରରେ ଅଛି। ଆମ ଭୂମିରେ ଆମ ଲୋକଙ୍କ ବିରୁଦ୍ଧରେ ଯେଉଁ ଯୁଦ୍ଧ ଚାଲିଛି। ଏହା ୟୁକ୍ରେନ ବିନା ଶେଷ ହୋଇପାରିବ ନାହିଁ। ପୁଟିନ ଆମ ଲୋକଙ୍କୁ ବିଶ୍ୱାସ କରି ନଥିଲେ, ସେଥିପାଇଁ ସେ ୟୁକ୍ରେନ ଦଖଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ତାଙ୍କର ଭୁଲ୍। କିନ୍ତୁ ୟୁକ୍ରେନବାସୀ ଶକ୍ତିଶାଳୀ ଏବଂ ନିଜକୁ କିପରି ରକ୍ଷା କରିବେ ତାହା ସେମାନେ ଜାଣନ୍ତି ବୋଲି ଜେଲେନକ୍ସି ଚେତାବନୀ ଦେଇଛନ୍ତି।


ଜେଲେନକ୍ସି ଜୋର ଦେଇ କହିଛନ୍ତି,  ଯୁଦ୍ଧ ସମୟରେ, ଆମେ ରୁଷିଆ ସହିତ ଥିବା ଲୋକଙ୍କ ପକ୍ଷରୁ ସମର୍ଥନ ପାଇଥିଲୁ। କାରଣ ସେମାନେ ଜାଣିଥିଲେ ଯେ, ପୁଟିନ ଖରାପ କାମ କରୁଛନ୍ତି। ମସ୍କୋକୁ ଏଭଳି ଆକ୍ରମଣ ଏବଂ ନିଷ୍ଠୁରତା ପାଇଁ ପୁରସ୍କୃତ କରାଯାଇପାରିବ ନାହିଁ। ସମସ୍ତଙ୍କୁ ବୁଝିବାକୁ ପଡିବ ଯେ, ଏକ ସମ୍ମାନଜନକ ଶାନ୍ତି କ'ଣ। ରୁଷିଆକୁ ଏହି ଯୁଦ୍ଧକୁ ଶେଷ କରିବାକୁ ପଡିବ। କାରଣ ସେ ଏହାକୁ ଆରମ୍ଭ କରିଥିଲା। ଏହାକୁ ରୁଷିଆ ଟାଣି ଲମ୍ବା କରୁଛି।  ଏହା  ଦ୍ବାରା ହିଁ  ପ୍ରକୃତ ସମସ୍ୟା ସୃଷ୍ଟି ହେଉଛି ବୋଲି ଜେଲେନେକ୍ସି କହିଛନ୍ତି।

ଅଧିକ ପଢ଼ନ୍ତୁ:୫୦୦ କୋଟିର ଫିଲ୍ମ ଦେଇ ବକ୍ସ ଅଫିସ୍ ରେକର୍ଡ କରିଥିବା ଭାରତର ପ୍ରଥମ ଅଭିନେତ୍ରୀ: ବଲିଉଡ୍ ସହିତ କୌଣସି ସମ୍ପର୍କ ନାହିଁ


ଜେଲେନସ୍କି ସମ୍ବିଧାନ ପାଳନ କରୁନାହାନ୍ତି ବୋଲି ପୁଟିନଙ୍କ ଅଭିଯୋଗ ଉପରେ ସେ କହିଛନ୍ତି ଯେ, ୟୁକ୍ରେନର ଏକ ସମ୍ବିଧାନ ଅଛି ଏବଂ ସମସ୍ତେ ଏହାକୁ ପାଳନ କରନ୍ତି, କିନ୍ତୁ ୟୁକ୍ରେନୀୟମାନେ ଜାଣନ୍ତି, ସେମାନେ କାହାକୁ ସେମାନଙ୍କର ଜମି ଉପହାରରେ ଦେଇପାରିବେ ନାହିଁ। ଜେଲେନକ୍ସି ଟ୍ରମ୍ପଙ୍କ ସହ ଶାନ୍ତି ଆଲୋଚନା କରିବା ଏବଂ ସ୍ଥାୟୀ ଶାନ୍ତି ପାଇଁ କାମ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ।

ପୁଟିନଙ୍କୁ ଭେଟିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଯୁଦ୍ଧ ଶେଷ ହେବାର ବହୁତ ନିକଟତର। ଉଭୟ ଦେଶକୁ ଏହି ରକ୍ତପାତ ବନ୍ଦ କରିବାକୁ ପଡିବ। ଏଥିପାଇଁ, କ୍ଷେତ୍ରୀୟ ଆଦାନପ୍ରଦାନ ଏକ ଭଲ ବିକଳ୍ପ। ପୂର୍ବରୁ ସେ ପୁଟିନଙ୍କ ସହିତ କେଉଁଠାରେ ସାକ୍ଷାତ କରିବେ ତାହା ଘୋଷଣା କରିଥିଲେ। ଟ୍ରମ୍ପ୍ କହିଥିଲେ ଯେ, ପୁଟିନ ଏବଂ ମୁଁ ଅଗଷ୍ଟ ୧୫ ରେ ଆଲାସ୍କାରେ ସାକ୍ଷାତ କରିବୁ।

ଅଧିକ ପଢ଼ନ୍ତୁ: ଐଶ୍ୱର୍ଯ୍ୟା ଶ୍ୱଶୁର ଅମିତାଭଙ୍କ ଭଉଣୀ ଭୂମିକାରେ ୨୩ ବର୍ଷ ତଳେ ଅଭିନୟ କରିଥିଲେ

Russia | Ukraine | USA | donald-trump | vladimir-putin | volodymyr-zelensky

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe