ଏକାକୀ ଗାଡ଼ି ଚଳାଇବା ବେଳେ ମାସ୍କ୍‌ ପିନ୍ଧିବା କଥା କି? ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଲା, ନିର୍ଦେଶାବଳୀ ଜାରି ହୋଇନାହିଁ

Advertisment
ଏକାକୀ ଗାଡ଼ି ଚଳାଇବା ବେଳେ ମାସ୍କ୍‌ ପିନ୍ଧିବା କଥା କି? ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଲା, ନିର୍ଦେଶାବଳୀ ଜାରି ହୋଇନାହିଁ

Image Courtesy of India Today

ନୂଆଦିଲ୍ଲୀ: ‌ଏକାକୀ କାର୍‌ ଚଳାଇବା ବ‌େଳେ ଲୋକେ ମାସ୍କ୍‌ ପିନ୍ଧିବା ନିମ‌େନ୍ତେ କୌଣସି ନିର୍ଦେଶାବଳୀ ଜାରି ହୋଇ ନ ଥିବା ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଭାରତରେ କୋଭିଡ୍‌-୧୯ ସ୍ଥିତି ସଂକ୍ରାନ୍ତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆହୁରି ମଧ୍ୟ କହିଲେ ଯେ, ଦଳ ମଧ୍ୟରେ ସାଇକେଲ୍ ଚାଳନା ଏବଂ ଜଗିଙ୍ଗ୍ କରୁଥିବା ସମୟରେ ମାସ୍କ୍‌ ପିନ୍ଧିବା ଗୁରୁତ୍ବପୂର୍ଣ୍ଣ। କିନ୍ତୁ, କେହି ଯଦି ଏକାକୀ ସାଇକେଲ୍‌ ଚଳାଉଥାଆନ୍ତି, ସେ ମାସ୍କ୍‌ ପିନ୍ଧିବାକୁ ବାଧ୍ୟ କି, ନାହିଁ ସେ ବିଷୟରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ କୌଣସି ଗାଇଡ୍‌ଲାଇନ୍ ଜାରି କରି ନାହାନ୍ତି।

publive-image Image Courtesy of Hindustan Times

ଦେଶର କେତେକ ସହରରେ ମାସ୍କ ନ ପିନ୍ଧି ଏକାକୀ ଗାଡ଼ି ଚଳାଉଥିବା ବ୍ୟକ୍ତିବିଶେଷଙ୍କୁ ପୁଲିସ ଦଣ୍ଡିତ କରିଥିବା ରିପୋର୍ଟ ଆଧାରରେ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଏ କଥା ପଚରାଯାଇଥିଲା। ଅନେକ ଏହି ନିୟମର ଯଥାର୍ଥତା ବିଷୟରେ ସନ୍ଦେହ ପ୍ରକାଶ କରିଛନ୍ତି। ଏକାକୀ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ପୁଲିସ ଅଟକାଇବ କି, ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ। କାରଣ, ପଦାକୁ ବାହାରିବା ବେଳେ ମାସ୍କ ପିନ୍ଧିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଲୋକଙ୍କୁ କହିଛି, ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୁହେଁ।

ଗୃହ ମନ୍ତ୍ରାଳୟର କୋଭିଡ୍‌-୧୯ ପରିଚାଳନା ପାଇଁ ଜାତୀୟ ନିର୍ଦେଶାବଳୀରେ କୁହାଯାଇଛି ଯେ, ସର୍ବସାଧାରଣ ସ୍ଥାନ, କାର୍ଯ୍ୟକ୍ଷେତ୍ର, ପରିବହନ ସମୟରେ ଫେସ୍‌ ମାସ୍କ୍‌ ପିନ୍ଧିବା ବାଧ୍ୟତା ମୂଳକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe