ସ୍ଥାୟୀ ମାନ୍ୟତା ଦାବିରେ ରକ୍ତଭଣ୍ଡାର କର୍ମଚାରୀଙ୍କ କଳାବ୍ୟାଜ୍‌ ପରିଧାନ

Advertisment
ସ୍ଥାୟୀ ମାନ୍ୟତା ଦାବିରେ ରକ୍ତଭଣ୍ଡାର କର୍ମଚାରୀଙ୍କ କଳାବ୍ୟାଜ୍‌ ପରିଧାନ

ଭୁବନେଶ୍ବର : ସ୍ଥାୟୀ କର୍ମଚାରୀର ମାନ୍ୟତା ଦାବିରେ ରାଜ୍ୟରେ ଥିବା ୫୬ ରକ୍ତଭଣ୍ଡାରର ୧୮୦ କର୍ମଚାରୀ କଳାବ୍ୟାଜ୍‌ ପିନ୍ଧି କାମ କରିଛନ୍ତି। ଏହି ସମୟରେ ରକ୍ତଦାନ ଶିବିର କିମ୍ବା ରକ୍ତଭଣ୍ଡାରରେ ଅଚଳାବସ୍ଥା ସୃଷ୍ଟି ହେଲେ ସେମାନେ ଦାୟୀ ରହିବେ ନାହିଁ ବୋଲି କହିଛନ୍ତି।

ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଥିବା ଦାବିପତ୍ରରେ କୁହାଯାଇଛି ଯେ ପ୍ରତିବର୍ଷ ରକ୍ତଭଣ୍ଡାର ଜରିଆରେ ୪.୫ ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ ହେଉଛି। ଲ୍ୟାବ୍‌ ଟେକ୍ନିସିଆନ୍‌, ଷ୍ଟାଫ୍‌ନର୍ସ, କିରାଣି, ଡିଇଓ, ଏସଏସଇ ଆକାଉଣ୍ଟାଣ୍ଟ, କାଉନସିଲର, ଜନସମ୍ପର୍କ ଅଧିକାରୀ, କାଉଣ୍ଟର୍‌ ଆସିଷ୍ଟାଣ୍ଟ, ଆଟେଣ୍ଡାଣ୍ଟଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଏହି ସେବା ଯୋଗାଇ ଥାଆନ୍ତି। ଏଥିଯୋଗୁଁ ଉଭୟ ସରକାରୀ ଏବଂ ଘରୋଇ ଚିକିତ୍ସାଳୟରେ ରୋଗୀମାନଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯାଇପାରେ। ମୁଖ୍ୟମନ୍ତ୍ରୀଙ୍କ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ କର୍ମଚାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। କରୋନା ମହାମାରୀ ସମୟରେ ପ୍ରତିକୂଳ ସ୍ଥିତିରେ ମଧ୍ୟ କାର୍ଯ୍ୟ କରିଥିଲେ। ସରକାର ସେମାନଙ୍କ ସମସ୍ୟା ସମାଧାନ ପାଇଁ ଅନେକଥର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ କୌଣସି ଲାଭ ହୋଇନାହିଁ। ସ୍ବଳ୍ପ ଦରମା ଯୋଗୁଁ ସେମାନଙ୍କ ଏବଂ ପରିବାର ଅତି ଦୁରବସ୍ଥା ଦେଇ ଗତି କରୁଛି। ଏଥିପ୍ରତି ଦୃଷ୍ଟିଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe