ଏବର୍ଷ ଗ୍ରୀଷ୍ମପ୍ରବାହକୁ ନେଇ ଆଗୁଆ ଚେତାବନୀ

ଭାରତୀୟ ପାଣିପାଗ ବିଭାଗ ଗତ ଫେବ୍ରୁଆରି ୨୮ ତାରିଖ ଶୁକ୍ରବାର ଦିନ ଆସନ୍ତା ମାର୍ଚ୍ଚ ମାସରୁ ନେଇ ମଇ ପର୍ଯ୍ୟନ୍ତ  ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ଆଶଙ୍କା ଥିବା ନେଇ ଆଗୁଆ ଚେତାବନୀ ଦେଇଛନ୍ତି।

jjhgjk

 ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ଗତ ଫେବ୍ରୁଆରି ୨୮ ତାରିଖ ଶୁକ୍ରବାର ଦିନ ଆସନ୍ତା ମାର୍ଚ୍ଚ ମାସରୁ ନେଇ ମଇ ପର୍ଯ୍ୟନ୍ତ  ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ଆଶଙ୍କା ଥିବା ନେଇ ଆଗୁଆ ଚେତାବନୀ ଦେଇଛନ୍ତି। ଏହି ଗରମ ହେତୁ ଶୀତଦିନେ ରୋପଣ ହୋଇଥିବା ଗହମ, ଚଣା, ସୋରିଷ ଆଦି ଭଳି ଫସଲ ନଷ୍ଟ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି।

ଭାରତୀୟ ପାଣିପାଗ ବିଭାଗ ଚଳିତବର୍ଷ ମାର୍ଚ୍ଚରୁ ମଇ ମଧ୍ୟରେ ଦେଶର ଦକ୍ଷିଣାଂଶ ଓ ପୂର୍ବ ଭାରତର କିଛି ଅଂଶକୁ ଛାଡ଼ି ବାକି ସ୍ଥାନମାନଙ୍କରେ ସାମାନ୍ୟରୁ ଅଧିକ ତାପମାତ୍ରା ରହିବା ନେଇ ଭବିଷ୍ୟବାଣୀ କରିଛି।

ସେହିପରି କିଛି ସ୍ଥାନରେ ଲୁ ବି ଲାଗିପାରେ। ୨୦୨୫ ମାର୍ଚ୍ଚରେ ଦେଶରେ ସାମାନ୍ୟ ବର୍ଷା ବି ହେବା ନେଇ ଆଶଙ୍କା ରଖା ଯାଇଛି।
ଦିଲ୍ଲୀରେ ଗୁରୁବାର ନ୍ୟୁନତମ ତାପମାତ୍ରା ୧୯.୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଯାହାକି ୭୪ବର୍ଷ  ମଧ୍ୟରେ ଫେବ୍ରୁଆରି ମାସରେ ରାତିରେ ସବୁଠାରୁ ଅଧିକ ତାପମାତ୍ରା ଥିଲା। ଅର୍ଥାତ ୭୪ବର୍ଷ ମଧ୍ୟରେ  ଫେବ୍ରୁଆରି ମାସର ସବୁଠାରୁ ଗରମ ରାତି ଥିଲା ଫେବ୍ରୁଆରି ୨୭ ତାରିଖ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe