ଆଗାମୀ ୩ ଦିନ ଦିଲ୍ଲୀରେ ବିଗିଡ଼ିବ ପାଣିପାଗ: ଝଡ଼ତୋଫାନ ସହ ପ୍ରବଳ ପବନ ବହିବା ଆଶଙ୍କା…

ଆଗାମୀ ୩ ଦିନ ଦିଲ୍ଲୀରେ ବିଗିଡ଼ିବ ପାଣିପାଗ । ତିନି ଦିନ ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିବ ଝଡ଼ତୋଫାନ । ଦିଲ୍ଲୀର ପାଣିପାଗ ବଦଳିବା ନେଇ ପୂର୍ବାନୁମାନ । ଝଡ଼ ତୋଫାନ ସହ ବିଜୁଳି ଘଡ଼ଘଡି ହେବାର ସମ୍ଭାବନା ରହିଛି ।

3 day

Photograph: (sambad.in)

ନୂଆଦିଲ୍ଲୀ: ଆଗାମୀ ୩ ଦିନ ଦିଲ୍ଲୀରେ ବିଗିଡ଼ିବ ପାଣିପାଗ । ତିନି ଦିନ ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିବ ଝଡ଼ତୋଫାନ । ଦିଲ୍ଲୀର ପାଣିପାଗ ବଦଳିବା ନେଇ ପୂର୍ବାନୁମାନ । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ମେଘାଚଚ୍ଛନ୍ନ ରହିବ ଆକାଶ । ଝଡ଼ ତୋଫାନ ସହ ବିଜୁଳି ଘଡ଼ଘଡି ହେବାର ସମ୍ଭାବନା ରହିଛି । ଏଥିସହ ମଝିରେ ମଝିରେ ଘଣ୍ଟା ପ୍ରତି ୭୦ କି.ମି ବେଗରେ ପବନ ବହିବାର ବି ସମ୍ଭାବନା ରହିଛି ।

ବୁଧବାରରୁ ଶୁକ୍ରବାର ଯାଏଁ ପାଗ ଏମିତି ରହିବା ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ଆଜି ଦିଲ୍ଲୀର କେତେକ ସ୍ଥାନରେ ବର୍ଷା ହୋଇଛି। ଗୁରୁବାର ଦିଲ୍ଲୀର ପାଗ ବିଗିଡିବା ନେଇ ଆଶଙ୍କା କରାଯାଉଛି । ପୂର୍ବରୁ ଦିଲ୍ଲୀରେ କାଳବୈଶାଖୀ ବର୍ଷାର ତାଣ୍ଡବରେ ଅସ୍ଥବ୍ୟସ୍ତ ହୋଇଥିଲା ଜନଜୀବନ । ଜଳବନ୍ଦୀ ସମସ୍ୟା ପାଇଁ ସବୁଠି ସ୍ଥିତି ସଙ୍ଗୀନ୍ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe