ସ୍ବାଧୀନତା ଦିବସ ପାଳନ ଲାଗି ସରାକରଙ୍କ ନିର୍ଦେଶ: ଯଥା ସମ୍ଭବ ପ୍ରଯୁକ୍ତିବିଦ୍ୟା ଉପଯୋଗ କରି ଉତ୍ସବର ୱେବ୍‌ପ୍ରସାରଣ କରନ୍ତୁ

ସ୍ବାଧୀନତା ଦିବସ ପାଳନ ଲାଗି ସରାକରଙ୍କ ନିର୍ଦେଶ: ଯଥା ସମ୍ଭବ ପ୍ରଯୁକ୍ତିବିଦ୍ୟା ଉପଯୋଗ କରି ଉତ୍ସବର ୱେବ୍‌ପ୍ରସାରଣ କରନ୍ତୁ

Image Courtesy of Hindustan Times

ନୂଆଦିଲ୍ଲୀ: କୋଭିଡ୍-୧୯ଜନିତ ପରିସ୍ଥିତିକୁ ସୁହାଇବା ଭଳି ଉତ୍ସବ ପାଳନରେ ଯଥା ସମ୍ଭବ ପ୍ରଯୁକ୍ତିବିଦ୍ୟା ଉପଯୋଗ କରିବାକୁ କେନ୍ଦ୍ର ସରକାର ସ୍ବାଧୀନତା ଦିବସ ପାଳନ ଆଡ୍‌ଭାଇଜରିରେ କହିଛନ୍ତି। ସ୍ବାଧୀନତା ଦିବସ ପାଳନ ଉତ୍ସବରେ ବହୁସଂଖ୍ୟକ ଲୋକ ଏକତ୍ର ନ ହେବାକୁ ଏଥିରେ କଡ଼ା ନିର୍ଦେଶ ଦିଆଯାଇଛି।

ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଜାରି ‌ହୋଇଥିବା ଏହି ବିବୃତିରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜ୍ୟ, ରାଜ୍ୟପାଳମାନଙ୍କୁ କୁହାଯାଇଛି ଯେ, ସ୍ବାଧୀନତା ଦିବସ ପାଳନରେ ଅଂଶ ଗ୍ରହଣ କରିବାକୁ ଅସମର୍ଥ ଜନସାଧାରଣଙ୍କ ଦର୍ଶନାର୍ଥେ ଆୟୋଜିତ ଉତ୍ସବର ୱେବ୍ ପ୍ରସାରଣ କରାଯାଇ ପାରିବ।

ଜାତୀୟ ରାଜଧାନୀ ଅଞ୍ଚଳରେ ଆୟୋଜନ କରାଯାଉଥିବା ସ୍ବାଧୀନତା ଦିବସ କଥା ମଧ୍ୟ ଏଥିରେ ‌ଉଲ୍ଲେଖ କରାଯାଇଛି। ଲାଲ୍ କିଲ୍ଲାରେ ହେବାକୁ ଥିବା ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କୁ ଶସସ୍ତ୍ରବାହିନୀ ଏବଂ ଦିଲ୍ଲୀ ପୁଲିସ ଗାର୍ଡ ଅଫ୍ ଅନର୍ ପ୍ରଦର୍ଶନ କରିବେ। ଜାତୀୟ ସଙ୍ଗୀତ ଗାୟନ ଏବଂ ୨୧ଟି ତୋପ ସଲାମି ସହ ଜାତୀୟ ପତାକା ଉତ୍ତୋଳନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ଜାତୀୟ ସଙ୍ଗୀତ ଗାନ ହେବ ଏବଂ ଶେଷରେ ତ୍ରିରଙ୍ଗ ବେଲୁନ୍ ଉଡ଼ାଯିବ। ରାଷ୍ଟ୍ରପତି ଭବନରେ ‘ଆଟ୍‌ ହୋମ୍’ ଭୋଜି ଆୟୋଜନ ହେବ।

publive-image Image Courtesy of NDTV

ସ୍ବାଧୀନତା ଆନ୍ଦୋଳନ ସହ ଜଡ଼ିତ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନଗୁଡ଼ିକରେ ପୋଲିସ/ସାମରିକ ବାଦ୍ୟ ବାଦନ ରେକର୍ଡ କରାଯାଇ ପାରିବ। ପରେ ତାହାର ରେକର୍ଡ ହୋଇଥିବା ସଂସ୍କରଣଗୁଡ଼ିକୁ ସର୍ବସାଧାରଣ ଉତ୍ସବରେ ବଡ଼ ପରଦା/ଡିଜିଟାଲ୍ ମାଧ୍ୟମରେ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶନ କରାଯିବ ବୋଲି ଏହି ନିର୍ଦେଶାବଳୀରେ ଉଲ୍ଲେଖ ଅଛି।

ସେହିଭଳି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ବାଧୀନତା ଦିବସ ପାଳନ ଲାଗି ଭିନ୍ନ ମାର୍ଗଦର୍ଶିକା ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe