ଉତ୍ତର ପ୍ରଦେଶର ହାର୍ଦୋଇରେ କାରଖାନା କରିବ ପ୍ରସିଦ୍ଧ ବ୍ରିଟିସ୍ ବନ୍ଧୁକ ନିର୍ମାଣକାରୀ କମ୍ପାନି ‘ୱେବ୍‌ଲି ଆଣ୍ଡ୍‌ ସ୍କଟ୍’

Advertisment
ଉତ୍ତର ପ୍ରଦେଶର ହାର୍ଦୋଇରେ କାରଖାନା କରିବ ପ୍ରସିଦ୍ଧ ବ୍ରିଟିସ୍ ବନ୍ଧୁକ ନିର୍ମାଣକାରୀ କମ୍ପାନି ‘ୱେବ୍‌ଲି ଆଣ୍ଡ୍‌ ସ୍କଟ୍’

Image Courtesy of Zee News

ଲକ୍ଷ୍ନୌ: ପ୍ରସିଦ୍ଧ ବ୍ରିଟିସ୍ ଆଗ୍ନେୟାସ୍ତ୍ର ନିର୍ମାଣକାରୀ କମ୍ପାନି ‘ୱେବ୍‌ଲି ଆଣ୍ଡ୍‌ ସ୍କଟ୍’ ଉତ୍ତର ପ୍ରଦେଶରେ ତା’ର ବନ୍ଧୁକ ଉତ୍ପାଦନ ୟୁନିଟ୍ ଆରମ୍ଭ କରିବ।

ପ୍ରାପ୍ତ ସୂଚନା ଅନୁସାରେ, ଲକ୍ଷ୍ନୌ ଠାରୁ ମାତ୍ର ୩୦ କିଲୋମିଟର ଦୂର ହାର୍ଦୋଇ ଜିଲ୍ଲାର ସାଣ୍ଡିଲାରେ ‘ୱେବ୍‌ଲି ଆଣ୍ଡ୍‌ ସ୍କଟ୍’ର ନୂଆ କାରଖାନା ସ୍ଥାପନ କରାଯିବ ଏବଂ ତାହା ନଭେମ୍ବର ମାସରୁ କାର୍ଯ୍ୟକ୍ଷମ ହେବ। ଭାରତରେ ଆଗ୍ନେୟାସ୍ତ୍ର ନିର୍ମାଣ କରିବାରେ ଏହା ହେବ ପ୍ରଥମ ବିଦେଶୀ କମ୍ପାନି।

ଦୁଇଟି ବିଶ୍ବଯୁଦ୍ଧ ସମୟରେ ମିତ୍ର ଶକ୍ତିଙ୍କୁ ଅସ୍ତ୍ର ଯୋଗାଇ ଥିବା ଓ ଅନ୍ୟୂନ ୧୫ଟି ଦେଶ ଲାଗି ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିଥିବା ‘ୱେବ୍‌ଲି ଆଣ୍ଡ୍‌ ସ୍କଟ୍’ ଏବେ ଭାରତୀୟ ଉପମହାଦେଶରେ ତା’ର ଉପସ୍ଥିତି ଜାହିର କରିବ।

publive-image Image Courtesy of The Times of India

ଏହି ପ୍ରକଳ୍ପ ନିମନ୍ତେ ‘ୱେବ୍‌ଲି ଆଣ୍ଡ୍‌ ସ୍କଟ୍’ ଲକ୍ଷ୍ନୌର ‘ସିଆଲ୍ ମ୍ୟାନୁଫ୍ୟାକ୍ଚରର୍ସ ପ୍ରାଇଭେଟ୍ ଲିମିଟେଡ୍ ସହ ରାଜିନାମା କରିଛି। ପ୍ରଥମ ପର୍ଯ୍ୟାୟରେ ସେଠାରେ.୩୨ ରିଭଲ୍‌ଭର୍‌ ନିର୍ମାଣ ଓ ଉତ୍ପାଦନ ଆରମ୍ଭ ହେବ।

‘ଡବ୍ଲୁ ଆଣ୍ଡ୍‌ ଏସ୍‌’ ଉତ୍ପାଦର ଅଲ୍‌-ଇଣ୍ଡିଆ ଡିଷ୍ଟ୍ରିବ୍ୟୁଟର୍‌ ‘ସିଆଲ୍ ମ୍ୟାନୁଫ୍ୟାକ୍ଚରର୍ସର ଯୋଗିନ୍ଦର ପାଲ୍ ସିଂହ ସିଆଲ୍ କହନ୍ତି, ସରକାରଙ୍କ ସହାୟତା ଏବଂ କେନ୍ଦ୍ରର ‌‘ମେଡ୍‌ ଇନ୍‌ ଇଣ୍ଡିଆ’ ନୀତି ଏହି ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ ଦେବାରେ ସାହାଯ୍ୟ କରିଛି।

ସରକାରଙ୍କ ମୁଖପାତ୍ର କହିବା ଅନୁସାରେ, ‘ୱେବ୍‌ଲି ଆଣ୍ଡ୍‌ ସ୍କଟ୍’ର ଅନ୍ୟତମ ମାଲିକ ଜନ୍ ବ୍ରାଇଟ୍ କହିଛନ୍ତି ଯେ, ପରେ ସେମାନେ ପିସ୍ତଲ, ଏୟାର୍‌ଗନ୍, ସଟ୍‌ଗନ୍ ଏବଂ ଗୁଳି ଇତ୍ୟାଦି ନିର୍ମାଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe