ବିବାହ ଭୋଜିରେ ସାମିଲ ହେବା ମହଙ୍ଗା ପଡ଼ିଲା: ଅତିଥି ବେଙ୍ଗ ଭଳି ରାସ୍ତାରେ ଡେଇଁଡେଇଁ ଘରକୁ ଗଲେ

ବିବାହ ଭୋଜିରେ ସାମିଲ ହେବା ମହଙ୍ଗା ପଡ଼ିଲା: ଅତିଥି ବେଙ୍ଗ ଭଳି ରାସ୍ତାରେ ଡେଇଁଡେଇଁ ଘରକୁ ଗଲେ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ସଂକ୍ରମଣକୁ ହ୍ରାସ କରିବା ପାଇଁ ସରକାର କୋଭିଡ ଗାଇଡଲାଇନ ନିୟମ ଜାରି କରିବା ସହିତ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ଏଥିସହିତ ବିବାହ, ବ୍ରତଘର ଆଦି ଉତ୍ସବ ଯଦି ସେତିକି ଜରୁରୀ ନୁହେଁ ବନ୍ଦ ରଖିବାକୁ ଅନୁରୋଧ କରୁଛନ୍ତି। ଯଦି ଆବଶ୍ୟକ ହେଉଛି ତେବେ ଅନୁମତି ସହିତ ୫୦ଜଣ ଲୋକଙ୍କୁ ନେଇ ବିବାହ କରିବାକୁ ନିୟମ ରହିଛି। ଏସବୁ ପରେ ବି କେତେକ ଅମାନିଆ ଏହି ନିୟମ ମାନୁଥିବା ଘଟଣା ସାମ୍ନାକୁ ଆସିଛି।

ନିକଟରେ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଉମରି ଗାଁରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ବିବାହ ଭୋଜିରେ ସାମିଲ ହୋବକୁ ଆସିଥିବା ୩୦୦ଜଣ ଅତିଥିଙ୍କ ମଧ୍ୟରୁ ୧୭ଜଣ ବେଙ୍ଗ ଡିଆଁ ମାରି ରାସ୍ତାରେ ଯାଉଥିବା ଦେଖିବାକକୁ ମିଳିଛି।

ତେବେ ଘଟଣା ଟି ହେଉଛି ଏପରି, ଉମରି ଗାଁରେ ଏକ ବିବାହ ଭୋଜିରେ ସାମିଲ ହେବାକୁ ୩୦୦ଜଣ ଅତିଥି ଆସି ପହଞ୍ଚିଥିଲେ। ତେବେ ଏଖବର ପୁଲିସ ପାଖରେ ପହଞ୍ଚିବା ପରେ ପୁଲିସ ଘଟଣାସ୍ଥଳରେ ଆକସ୍ମିକ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଯିଏ ଯେଉଁଆଡେ ପାଇଲେ ଦୌଡ଼ି ପଳାଇ ଥିଲେ। ବାକି ଯେତିକି ଜଣ ପୁଲିସ ହାତରେ ଧରାପଡ଼ିଥିଲେ ସେମାନଙ୍କୁ ଦଣ୍ଡ ମିଳିଥିଲା। ଦଣ୍ଡ ସ୍ବରୂପ ପୁଲିସ ସେମାନଙ୍କୁ ବେଙ୍ଗ ଭଳି ଡେଇଁଡେଇଁ ରାସ୍ତାରେ ଯିବାକୁ କହିବା ସହ ଲକଡାଉନ ଶେଷ ନହେବା ପର୍ଯ୍ୟନ୍ତ ବିବାହ ଭଳି କୌଣସି କାର୍ଯ୍ୟକ୍ରମରେ ଏକତ୍ରିତ ନହେବାକୁ ଚେତବାନୀ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe