ବିବାହ ଭୋଜିରେ ଯୋଗ ଦେଇ ୧୦୦ଜଣ ହେଲେ କରୋନା ପଜିଟିଭ, ଚାରି ମୃତ

Advertisment
ବିବାହ ଭୋଜିରେ ଯୋଗ ଦେଇ ୧୦୦ଜଣ ହେଲେ କରୋନା ପଜିଟିଭ, ଚାରି ମୃତ

ମୁମ୍ବାଇ: ଖାମାମ ଜିଲ୍ଲାର ହାମଲେଟରେ ଏକ ବିବାହ ଭୋଜିରେ ସାମିଲ ହୋଇ ବରର ପିତାଙ୍କ ସମେତ ୧୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪ଜଣଙ୍କ ଏଥିରୁ ମୃତ୍ୟୁ ହୋଇଥିବା ତେଲେଙ୍ଗାନା କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।

କୋଭିଡ ପ୍ରତିବନ୍ଧକ ଅନୁଯାୟୀ ତେଲେଙ୍ଗାନାରେ ବିବାହ ପାଇଁ ଅତିଥି ସୀମା ମାତ୍ର ୪୦ ଜଣ ହୋଇଥିବାବେଳେ ଏହି ବିବାହ ଉତ୍ସବରେ ୨୫୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏଥିରୁ ୧୦୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ବିବାହରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପରି ଅନେକ କୋଭିଡ କଟକଣା ନିୟମ ଉଲ୍ଲଂଘନ କରାଯାଇଥିଲା।

ରିପୋର୍ଟରେ ଦର୍ଶାଯାଇଛି ଯେ ବିବାହ ଭୋଜିରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନ୍ୟମାନଙ୍କ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ କରିଥିଲେ। ବର ଓ କନ୍ୟା ଘରର ଲୋକେ ଗୋଟିଏ ପରେ ଗୋଟିଏ ଏମିତି ୧୦୦ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହିତ ୪ଜଣଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମରେ ସଂକ୍ରମିତ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି।

ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ହେତୁ ସଡଡାଉନ ଓ ଲକଡାଉନ ଘୋଷଣା କରାଯାଇଛି। କିନ୍ତୁ ଅନେକ ଲୋକ ଏହି ନିୟମକୁ ମାନୁ ନାହାନ୍ତି। ନିକଟରେ ନିଜାମାବାଦ ଜିଲ୍ଲାର ହାନମାଜିପେଟରେ ମଧ୍ୟ ଏମିତି ଏକ ଘଟଣା ଘଟିଥିଲା । ଏଠାରେ ଆୟୋଜିତ ଏକ ବିବାହ ଉତ୍ସବରେ ସାମିଲ ହୋଇଥିବା ୪୦୦ଜଣଙ୍କ ମଧ୍ୟରୁ ୯୦ଜଣ ଅତିଥି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe