Image Courtesy of Hindustan Times
ନୂଆଦିଲ୍ଲୀ: ଲଦାଖରେ ଚାଲିଥିବା ସୀମାନ୍ତ ସୈନ୍ୟଙ୍କ ସଂଘର୍ଷ ସମ୍ବନ୍ଧରେ ଆଲୋଚନା ପାଇଁ ଆଜି ଭାରତ ଓ ଚୀନ୍ ପକ୍ଷରୁ ବରିଷ୍ଠ ସାମରିକ ଅଧିକାରୀମାନେ ଆଲୋଚନା କରିବେ।
ଜୁନ୍ ୬ ତାରିଖ ଆଲୋଚନା ପରଠାରୁ ଏହା ହେଉଛି ଦ୍ବିତୀୟ ଆଲୋଚନା ବୈଠକ। ବାସ୍ତବ ନିୟନ୍ତ୍ରଣ ରେଖାର ଚୀନ୍ ପଟରେ ଏବଂ ଚୁଶୁଲର ବିପରୀତରେ ଥିବା ମୋଲଦୋରେ ଆଜିର ଆଲୋଚନା ଆୟୋଜନ କରାଯାଇଛି।
ଏଠାରେ ସ୍ମରଣ କରାଇଦିଆ ଯାଇ ପାରେ ଯେ, ଆଜି ଠାରୁ ସପ୍ତାହେ ତଳେ ଅର୍ଥାତ୍ ଜୁନ୍ ୧୫ ତାରିଖ ରାତିରେ ଚୀନ୍ ସେନାବାହିନୀ ଓ ଭାରତୀୟ ସେନାବାହିନୀଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତ ପଟରୁ ଜଣେ କମାଣ୍ଡର୍ଙ୍କ ସମେତେ ୧୪ କର୍ପସ୍ର ୨୦ ଜଣ ଯବାନ ସହିଦ ହୋଇଥିଲେ।
Image Courtesy of India Todayଏହି ସଂଘର୍ଷ ପୂର୍ବରୁ, ଜୁନ୍ ୬ ତାରିଖ ଦିନ ୧୪ କର୍ପସ୍ର ଲେଫ୍ଟନାଣ୍ଟ୍ ଜେନେରାଲ୍ ହରିନ୍ଦର ସିଂହ ଏବଂ ଅନ୍ୟାନ୍ୟ ସାମରିକ ଅଧିକାରୀ ସେମାନଙ୍କର ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଗଲ୍ୱାନ୍ ସଂଘର୍ଷ ପରେ ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ବରେ ଭାରତ ଓ ଚୀନ୍ ପକ୍ଷରୁ ହଜାରରୁ ଊର୍ଦ୍ଧ୍ବ ଲେଖାଏଁ ଯବାନ ପହରା ଦେଉଛନ୍ତି।
Follow Us