୭ ରାଜ୍ୟରେ ସାପ୍ତାହିକ କୋଭିଡ ପଜିଟିଭ ହାର ୧୦% ଉପରେ

୩ ମାସରେ ସର୍ବନିମ୍ନ; ଦେଶରେ ୪,୪୧୭ କରୋନା ଆକ୍ରାନ୍ତ ଚିହ୍ନଟ

Jansatta

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଛି । ଦିଲ୍ଲୀ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡ଼ୁ ଏବଂ ତେଲେଙ୍ଗାନା ପରି ୭ଟି ରାଜ୍ୟରେ ସାପ୍ତାହିକ ସଂକ୍ରମଣ ୧୦ ପ୍ରତିଶତ ଟପିବାରୁ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉପରୋକ୍ତ ୭ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ଟେଷ୍ଟିଂ ବୃଦ୍ଧି ସହ ଟିକାକରଣ ତ୍ବରାନ୍ବିତ କରିବା ଏବଂ କରୋନା ମୁକାବିଲା ଦିଗରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜେଶ ଭୂଷଣ କହିଛନ୍ତି, ଆଗକୁ ପୂଜା ଋତୁ ଆସୁଛି। ସେଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଭିଡ଼ ହେବା ଆଶଙ୍କା ରହିଛି। ଏହାଦ୍ବାରା ସଂକ୍ରମଣ ବଢ଼ିବ। ତେଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଆଗୁଆ ପଦ‌କ୍ଷେପ ଗ୍ରହଣ କରିବାକୁ ଭୂଷଣ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟମା‌ନେ ୫ଟି ରଣନୀତି ତଥା ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌, କରୋନା ଟିକାକରଣ ଏବଂ କରୋନା ନିୟମ ପାଳନ କରିବାପାଇଁ ଭୂଷଣ କହିଛନ୍ତି। ଦିଲ୍ଲୀକୁ ଚିଠି ‌‌ଲେଖି ଭୂଷଣ କହିଛନ୍ତି, ଜାତୀୟ ରାଜଧାନୀରେ ଦୈନିକ ନୂ୍ଆ ମାମଲା ଗତ ମାସରୁ ଅଧିକ ରହୁଛି। ଦିଲ୍ଲୀରେ ଦୈନିକ ନୂଆ ମାମଲା ହାରାହାରି ୮୧୧ ରହୁଛି। ଅଗଷ୍ଟ ୫ରେ ଦିଲ୍ଲୀରେ ୨,୨୦୨ ନୂଆ‌ ମାମଲା ଚିହ୍ନଟ ହୋଇଥିଲା। ଅଗଷ୍ଟ ୫ରେ ଶେଷ ହେଉଥିବା ସପ୍ତାହରେ ଦେଶର ସାପ୍ତାହିକ ନୂଆ ମାମଲାରେ ଦିଲ୍ଲୀରୁ ୮.୨ ପ୍ରତିଶତ ସଂକ୍ରମଣ ମାମଲା ଥିଲା। ଜୁଲାଇ ୨୯ରେ ଶେଷ ହେଉଥିବା ସପ୍ତାହରେ ଦିଲ୍ଲୀରେ ସାପ୍ତାହିକ ପଜିଟିଭ୍‌ ହାର ୫.୯୦ ପ୍ରତିଶତ ଥିବାବେଳେ ଅଗଷ୍ଟ ୫ରେ ଦିଲ୍ଲୀର ସାପ୍ତାହିକ ପଜିଟିଭ୍‌ ହାର ୯.୮୬ ପ୍ରତିଶତ ରହିଛି। କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ମହାରାଷ୍ଟ୍ରରେ ମଧ୍ୟ ପଜିଟିଭ୍‌ ହାର ବଢ଼ୁଛି। ଉପରୋକ୍ତ ରାଜ୍ୟମାନଙ୍କରେ ସକ୍ରିୟ ମାମଲା ୧୦ ହଜାର ଉପରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe