ଏସ୍‌ପିଜି ସୁରକ୍ଷା ବଳୟ ହଟିବା ପରେ ପ୍ରିୟଙ୍କା ଗାନ୍ଧିଙ୍କ ଘରେ ପଶିଲେ ଅଜ୍ଞାତ ଯୁବକ

Advertisment

ପ୍ରିୟଙ୍କାଙ୍କ ସହ ମାଗିଲେ ସେଲ୍‌ଫି

ପ୍ରିୟଙ୍କାଙ୍କ ସହ ମାଗିଲେ ସେଲ୍‌ଫି

ଏସ୍‌ପିଜି ସୁରକ୍ଷା ବଳୟ ହଟିବା ପରେ ପ୍ରିୟଙ୍କା ଗାନ୍ଧିଙ୍କ ଘରେ ପଶିଲେ ଅଜ୍ଞାତ ଯୁବକ

News18

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଦୁହିତା ତଥା କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୂର୍ବରୁ ମିଳୁଥିବା ଜେଡ୍‌ ପ୍ଲସ୍‌ ଏସ୍‌ପିଜି ସୁରକ୍ଷା ବଳୟକୁ କେନ୍ଦ୍ରର ମୋଦୀ-୨ ସରକାର ହଟାଇ ନେବାପରେ ଗତ ସପ୍ତାହରେ ତାଙ୍କ ସହ ଘଟିଯାଇଛି ଏକ ଅଘଟଣ। ଏସ୍‌ପିଜି ସୁରକ୍ଷା ବଳୟ ପରିବର୍ତ୍ତେ ତାଙ୍କୁ ମିଳିଥିବା ସିଆର୍‌ପିଏଫ୍‌ ସୁରକ୍ଷାକୁ ବଳୟକୁ ଭେଦ କରି କେହି ଜଣେ ଅଜ୍ଞାତ ଯୁବକ ତାଙ୍କ ଘର ମଧ୍ୟକୁ ପ୍ରବେଶ ପୂର୍ବକ ତାଙ୍କ ସହ ସେଲଫି ନେବା ପାଇଁ ଦାବୀ କରିବା ଘଟଣାକୁ କେନ୍ଦ୍ର କରି ଆଜି ଦେଶବ୍ୟାପି ରାଜନୈତିକ ହଟଚମଟ ଆରମ୍ଭ ହୋଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁୁ ପ୍ରକାଶ, ଗତ ୨୬ ତାରିଖ ଦିନ କେହି ଜଣେ ଅଜ୍ଞାତ ଯୁବକ ତାଙ୍କୁ ମିଳିଥିବା ସିଆର୍‌ପିଏଫ୍‌ ସୁରକ୍ଷାକୁ ବଳୟକୁ ଭେଦ କରି ଯାଇ ତାଙ୍କ ଲୋଧି ଇଷ୍ଟେଟ ସ୍ଥିତ ସରକାରୀ ବାସଭବନ ମଧ୍ୟକୁ ପ୍ରବେଶ କରିବା ସହ ତାଙ୍କ ସହ ସେଲଫି ନେବାକୁ ଅଡ଼ି ବସିଥିଲା। ଆଜି ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଏହ‌ାକୁ କେନ୍ଦ୍ରକରି ଦେଶବ୍ୟ‌ାପି ରାଜନୈତିକ ହଟଚମଟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏ ଘଟଣା ନେଇ ଏବେ ତାଙ୍କୁ ସୁରକ୍ଷା ଯୋଗାଉ ଥିବା ସିଆର୍‌ପିଏଫ୍‌ ସହ ଆଲୋଚନା ଜାରି ରହିଥିବାରୁ ଏ ସଂପର୍କିତ ଆଉ କୌଣସି ପ୍ରକାର ଅଧିକ ତଥ୍ୟକୁ ସର୍ବସାଧାରଣରେ ପ୍ରକାଶ କରାଯାଇ ପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଦୁହିତା ତଥା କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୂର୍ବରୁ ମିଳୁଥିବା ଜେଡ୍‌ ପ୍ଲସ୍‌ ଏସ୍‌ପିଜି ସୁରକ୍ଷା ବଳୟକୁ କେନ୍ଦ୍ରର ମୋଦୀ-୨ ସରକାର ହଟାଇ ନେଇ ଏବେ ତାଙ୍କୁ ସିଆରପିଏଫ୍‌ ସୁରକ୍ଷା ମଳୟ ମଧ୍ୟରେ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe