ଏକ କେଜି ଓଜନ କମେଇଲେ ୧୦୦୦ କୋଟି ଉନ୍ନୟନ ପାଣ୍ଠି !

Advertisment
ଏକ କେଜି ଓଜନ କମେଇଲେ ୧୦୦୦ କୋଟି ଉନ୍ନୟନ ପାଣ୍ଠି !

ଉଜ୍ଜୟିନୀ : ଉଜ୍ଜୟିନୀ ଏମ୍‌ପି ଅନିଲ ଫିରୋଜିଆ ଯଦି ନିଜ ଶରୀରର ଓଜନ କମେଇପାରିବେ ତେବେ ପ୍ରତି କେଜି କମିଥିବା ଓଜନ ପିଛା ଉଜ୍ଜୟିନୀର ଉନ୍ନୟନ କାର୍ଯ୍ୟ ପାଇଁ ୧୦୦୦ କୋଟି ଟଙ୍କା ମଞ୍ଜୁର କରିବେ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପ୍ରତିଜ୍ଞା କରିଥିଲେ। ଏବେ ଫିରୋଜିଆ କହୁଛନ୍ତି- ମୁଁ ୧୫ କେଜି କମାଇ ଦେଇଛି, ୧୫୦୦୦ କୋଟି ଦିଅନ୍ତୁ।

ଉଜ୍ଜୟିନୀରେ ଗତ ଫେବ୍ରୁଆରି ମାସରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାବେଳେ ପ୍ରଥମ ଥର ପାଇଁ ଏମ୍‌ପି ହୋଇଥିବା ଫିରୋଜିଆଙ୍କ ଓଜନ କମାଇବା ବାବଦରେ ଗଡ଼କରୀ ଚ୍ୟାଲେଞ୍ଜ କରିଥିଲେ। ଏବେ ଫିରୋଜିଆ କହିଛନ୍ତି, ଫେବ୍ରୁଆରି ମାସରେ ତାଙ୍କର ଓଜନ ଥିଲା ୧୨୭ କେଜି। ତାଙ୍କୁ ଫିଟ୍ ରଖିବା ପାଇଁ ଗଡ଼କରୀ ଉପରୋକ୍ତ ଅହ୍ବାନ ଦେଇଥିଲେ। ସେ ତାଙ୍କ ଆହ୍ବାନକୁ ସ୍ବୀକାର କରି ୪ ମାସ ଭିତରେ ଡାଏଟିଂ ସହ ଯୋଗ ଓ ବ୍ୟାୟାମ କରି ୧୫ କେଜି ଓଜନ କମାଇଦେଇଛନ୍ତି। ଏବେ ସେ ଆହୁରି ଓଜନ କମାଇବାକୁ ପ୍ରସ୍ତୁତ ଅଛନ୍ତି ଯାହାଫଳରେ ତାଙ୍କ ନିର୍ବାଚନମଣ୍ଡଳୀ ଉନ୍ନୟନ କାମ ପାଇଁ ଅଧିକ ପାଣ୍ଠି ପାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe