କୋଭିଡ୍‌ କଟକଣା ଭିତରେ ନୂଆବର୍ଷକୁ ସ୍ବାଗତ

Advertisment
କୋଭିଡ୍‌ କଟକଣା ଭିତରେ ନୂଆବର୍ଷକୁ ସ୍ବାଗତ

ନୂଆଦିଲ୍ଲୀ: କୋଭିଡ୍‌ ମହାମାରୀର ମହାସଙ୍କଟ ଭିତରେ ବର୍ଷ ୨୦୨୦ ସମସ୍ତଙ୍କ ପାଇଁ କଠିନ ରହିଥିଲା। କୋଭିଡ୍‌ ମହାମାରୀ ସମଗ୍ର ବିଶ୍ବରେ ଲୋକଙ୍କ ସ୍ବାସ୍ଥ୍ୟ, ଅର୍ଥନୀତି ଏବଂ ଜୀବନ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇଥିବା ବେଳେ ବର୍ଷା ସାରା ଲୋକେ ଏଥିରେ ଛଟପଟ ହୋଇଥିଲେ। ଏଭଳି ସ୍ଥିତିରେ ନୂଆ ବର୍ଷ ୨୦୨୧ ଅନେକ ଆଶା ଓ ବିଶ୍ବାସ ନେଇ ଆସିଛି। କୋଭିଡ୍‌ ଟିକା କରୋନାର ସଫଳ ମୁକାବିଲା କରିବ ଏବଂ ଲୋକଙ୍କ ଜୀବନ ପୁଣି ସ୍ବାଭାବିକ ହେବ ବୋଲି ଉଜ୍ଜଳ ସମ୍ଭାବନା ଦେଖାଦେଇଛି। ଆଜି ଭାରତ ସମେତ ସମଗ୍ର ବିଶ୍ବ ନୂଆ ବର୍ଷ ୨୦୨୧କୁ ଭିନ୍ନ ଭିନ୍ନ ମାର୍ଗରେ ସ୍ବାଗତ କରିଛି। କଟକଣା ଭିତରେ ଆଜି ସନ୍ଧ୍ୟା ୬ଟାରୁ ହିଁ ନୂଆ ବର୍ଷକୁ ସ୍ବାଗତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା । ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟରୁ ଆରମ୍ଭ କରି ସାହି-ଗଳି ଏବଂ ରାସ୍ତାରେ ଦିନରୁ ପ୍ରସ୍ତୁତି ଦେଖିବାକୁ ମିଳିଥିଲା। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲାକାତା ସମେତ ବିଭିନ୍ନ ବଡ଼ ସହରଗୁଡ଼ିକରେ ଏଥର ଡିଜିଟାଲ୍‌ କାର୍ଯ୍ୟକ୍ରମ ଦ୍ବାରା ନୂଆବର୍ଷକୁ ସ୍ବାଗତ କରାଯାଇଛି।

ନୂଆବର୍ଷକୁ ସ୍ବାଗତ କରିବାରେ ଏଥର ନ୍ୟୁଜିଲାଣ୍ଡ୍‌ ପ୍ରଥମ ଦେଶ ଭାବେ ବିବେଚିତ ହୋଇଛି। ଅଷ୍ଟ୍ରେଲିଆଠାରୁ ୨ ଘଣ୍ଟା ପୂର୍ବରୁ ନ୍ୟୁଜିଲାଣ୍ଡ ନୂଆବର୍ଷକୁ ସ୍ବାଗତ କରିଛି। ସେହିଭଳି ଆମେରିକାରେ ନ୍ୟୁୟର୍କର ଟାଇମ୍ସ ‌ସ୍କୋୟାର୍‌ରେ ନୂଆବର୍ଷକୁ ସ୍ବାଗତ କରି ହୋଇଥିବା ଡିଜିଟାଲ କାର୍ଯ୍ୟକ୍ରମ ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe