ଓଡେଶା: ଆମେ ଓଡେଶାକୁ ରକ୍ଷା କରିବୁ, ସବୁ ଠିକ୍ ହୋଇଯିବ ବୋଲି ବାରିକେଡ୍ ନିର୍ମାଣରେ ସହାୟତା କରୁଥିବା ଜଣେ ୧୧ ବର୍ଷୀୟ ବାଳିକା କହିଥିବା କଥା ‘ସିଏନ୍ଏନ୍’ ରିପୋର୍ଟ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଆସନ୍ନ ରୁଷୀୟ ଆକ୍ରମଣ ଆଶଙ୍କାରେ ଥାଇ ଉପକୂଳବର୍ତ୍ତୀ ୟୁକ୍ରେନୀୟ ସହର ଓଡେଶାର କେନ୍ଦ୍ରସ୍ଥଳରେ ଗୋଟାଏ ୟଟ୍ କ୍ଲବ୍ ବେଳାଭୂମିର ବାଲି ବ୍ୟବହାର କରାଇଯାଇ ବାରିକେଡ୍ ନିର୍ମାଣ କରାଯାଉଛି। ଏହି ନିର୍ମାଣ କାମରେ ସ୍ଥାନୀୟ ଜନତାଙ୍କୁ ୧୨ ବର୍ଷ ବୟସର ସାନ ସାନ ପିଲାମାନେ ବି ସାହାଯ୍ୟ କରୁଛନ୍ତି।
Image Courtesy of India Todayୟୁକ୍ରେନ୍ର ବିଭିନ୍ନ ପ୍ରାନ୍ତରେ ମସ୍କୋ ଆକ୍ରମଣ ଚଳାଇଥିବାରୁ ଓଡେଶା ଉପରେ ରୁଷୀୟ ସେନା ଜଳ ଓ ସ୍ଥଳ ଭାଗରୁ ଆକ୍ରମଣ କରିପାରେ ବୋଲି ଭାବି ଲୋକେ ଏକ ସପ୍ତାହ ହେବ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଓଡେଶାରେ ସବୁବେଳେ ସାଇରନ୍ ବାଜୁଥିବାରୁ ଲୋକେ ଥରକୁ ଥର ବାରିକେଡ୍ ନିର୍ମାଣ ଛାଡ଼ି ବୋମା-ନିରୋଧୀ ଭୂତଳ ଆଶ୍ରୟସ୍ଥଳକୁ ଚାଲିଯାଉଛନ୍ତି। ସେଠାରେ ଅନେକ ପିଲା ରହୁଥିବା ଜଣାପଡ଼ିଛି।
Image Courtesy of India Todayଗତକାଲି ୟୁକ୍ରେନ୍ ରିପୋର୍ଟ କରିଥିଲା କି, ଏହି ଯୁଦ୍ଧରେ ସମୁଦାୟ ୮୪୦ଜଣ ପିଲା ଆହତ ହେଲେଣି। ଯୁଦ୍ଧରେ ମହିଳା ଏବଂ ପିଲାମାନଙ୍କୁ ଆକ୍ରମଣ ନ କରିବା ଲାଗି ୟୁକ୍ରେନ୍ର ଜାତୀୟ ସୁରକ୍ଷା ପରିଷଦ୍ର ମୁଖ୍ୟ ଓଲେକ୍ସି ଡାନିଲୋଭ୍ ରୁଷ୍କୁ ନିବେଦନ କରିଛନ୍ତି।
Follow Us